Success Stories

GFBN Story:ହାଇଡ୍ରୋପୋନିକ୍ ପ୍ରଣାଳୀରେ ଚାଷ କରି ଲାଭବାନ ଚାଷୀ ବିବେକ ମିଶ୍ର

ଢେଙ୍କାନାଳ ଜିଲ୍ଲାର ସଫଳ ଚାଷୀ ହେଉଛନ୍ତି ବିବେକ ମିଶ୍ର । ସେ ହାଇଡ୍ରୋପୋନିକ୍ ପ୍ରଣାଳୀ (Hydroponic farming) ରେ ଚାଷ କରି ଜିଲ୍ଲାର ଅନ୍ୟ ଚାଷୀମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଏଥିରେ ଅଧିକ ଲାଭ ମଧ୍ୟ ରହିଛି ଚାଷୀମାନଙ୍କ ପାଇଁ ।

02 July, 2025 12:51 PM IST By: Sudesna Nayak

ଢେଙ୍କାନାଳ ଜିଲ୍ଲାର ସଫଳ ଚାଷୀ ହେଉଛନ୍ତି ବିବେକ ମିଶ୍ର । ସେ ହାଇଡ୍ରୋପୋନିକ୍ ପ୍ରଣାଳୀ (Hydroponic farming) ରେ ଚାଷ କରି ଜିଲ୍ଲାର ଅନ୍ୟ ଚାଷୀମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଏଥିରେ ଅଧିକ ଲାଭ ମଧ୍ୟ ରହିଛି ଚାଷୀମାନଙ୍କ ପାଇଁ ।

ଜାଣି ରଖନ୍ତୁ ଯେ, ମାଟି ବିନା ଚାଷ, କେବଳ ଜଳ (water)ମାଧ୍ୟମରେ । ଏହି କୃଷି କୌଶଳ ଜରିଆରେ ବିନା ମାଟିରେ ଚାଷ କରାଯାଏ, ଏଥିରେ କେବଳ ଜଳ ବ୍ୟବହାର କରାଯାଏ । ତଥାପି, ପାଣି ସହିତ କିଛି ବାଲି କିମ୍ବା ପଥର ମଧ୍ୟ ମିଶାଯାଏ ।

ହାଇଡ୍ରୋପୋନିକ୍ ଚାଷ ​​କିପରି କରାଯାଏ, ଚାଷୀ ଜାଣିବା ନିହାତି ଦରକାର । ଜାଣନ୍ତୁ...

-ଏହି ଆଧୁନିକ ଜ୍ଞାନ କୌଶଳ ଜରିଆରେ ଫସଲ ବିନା ମାଟିରେ ଚାଷ କରାଯାଇଥାଏ ।

- ଏଥିରେ ପାଇପ୍ ମାନ ବ୍ୟବହାର କରାଯାଇଥାଏ ।

-ଏହି ପାଇପଗୁଡ଼ିକରେ ଛୋଟ ଛୋଟ ଗାତ ମଧ୍ଯ ତିଆରି କରାଯାଏ, ଏହି ଗାତରେ ଚାରା ମଧ୍ଯ ଲଗାଯାଇଥାଏ ।

-ପାଇପ୍ ଗୁଡିକ ପାଣିରେ ଭରିଯାଏ ଏବଂ ଉଦ୍ଭିଦଗୁଡିକର ଚେର ଏହି ଜଳରେ ବୁଡି ରହିଥାଏ ।

-ଯାହା ଫଳରେ ଏହି ପାଇପ୍ (pipe) ଗୁଡ଼ିକ ମାଧ୍ୟମରେ ଜଳ ସହିତ ମିଶ୍ରିତ ପ୍ରତ୍ୟେକ ଜରୁରୀ ପୋଷକ ତତ୍ତ୍ୱ ଉଦ୍ଭିଦମାନଙ୍କ ନିକଟରେ ପହଞ୍ଚିଥାଏ ।

-ଏହି ଉପାୟରେ ଉଦ୍ଭିଦ ଜଳ ମାଧ୍ୟମରେ ପ୍ରତ୍ୟେକ ପୋଷକ ତତ୍ତ୍ୱ ପାଇଥାଏ, ଯାହାକି ତାକୁ ବଢ଼ିବାରେ ବହୁତ ସାହାଯ୍ୟ କରିଥାଏ ।

ପ୍ରକାଶ ଥାଉ ଯେ, ଆଜିକାଲି ଓଡ଼ିଶାର ବହୁତ ଚାଷୀମାନେ ହାଇଡ୍ରୋପୋନିକ୍ ପ୍ରଣାଳୀରେ ଚାଷ (Hydroponic farming) କରୁଛନ୍ତି ଏବଂ ଏଥିରୁ ଭଲ ଲାଭ ମଧ୍ୟ ପାଇପାରୁଛନ୍ତି । ବହୁତ ଭଲ ରୋଜଗାର ମଧ୍ଯ କରୁଛନ୍ତି ।

GFBN Story: ଜିଆଖତ ଦେଉଛି ବର୍ଷକୁ ରୋଜଗାର ୩୦ ଲକ୍ଷ ଟଙ୍କା

ଅମଳ ପରବର୍ତ୍ତୀ ମାଛର ଯତ୍ନ