ପଟ୍ଟଚିତ୍ର ହେଉଛି ଓଡ଼ିଶାର ଏକ ପାରମ୍ପାରିକ ଚିତ୍ରକଳା l ପଟ୍ଟଚିତ୍ର ଜଗନ୍ନାଥ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଛି । ଯାହା ୨୦୦୮ ମସିହାରେ ଜିଆଇ ଟ୍ୟାଗ ମାନ୍ୟତା ପାଇଥିଲା l ନାନାଦି ପ୍ରାକୃତିକ ରଙ୍ଗ ବ୍ୟବହାର କରି ପଟ୍ଟ ବା ମଣ୍ଡଦିଆ କନା /ତାଳପତ୍ର ଉପରେ ଅଙ୍କାଯାଇଥାଏ l ଏଥିରେ ନାନା ପ୍ରକାରର ଆଧ୍ୟାତ୍ମିକ ଛବି ଅଙ୍କା ହୋଇଥାଏ ।
ପଟ୍ଟଚିତ୍ରର ଇତିହାସ ହଜାରେ ବର୍ଷରୁ ଅଧିକ ହେବ । ଏହା ଆମ କଳା ଓ ସଂସ୍କୃତିର ଏକ ନିଚ୍ଛକ ପରିଚୟ ମଧ୍ୟ l ନିଜ ରାଜ୍ୟ , ଅନ୍ୟ ରାଜ୍ୟ ଏବଂ ଦେଶ ବାହାରେ ମଧ୍ୟ ଏହା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l ଏହା ପ୍ରସ୍ତୁତ କରିବାକୁ କାରିଗରମାନେ ଖୁବ ପରିଶ୍ରମ କରିଥାନ୍ତି l ଏହାର ବଜାର ଚାହିଦା ମଧ୍ୟ ଅଧିକ ଭଲ ରହିଛି l ଜଣେ ବ୍ୟକ୍ତି ଏହାକୁ ବ୍ୟବସାୟ ଭାବେ ମଧ୍ୟ ଆପଣେଇପାରିବ ଏଥିରେ କୌଣସି ସନ୍ଦେହ ନାହିଁ l
ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ରେ ଓଡିଶା ଖୋର୍ଦ୍ଧାରୁ କଳା ପୁନରୁତ୍ଥାନ ଏଫପିସି ନିଜର ଷ୍ଟଲ ପ୍ରଦର୍ଶନ କରିଛି l ଯେଉଁଠି ବିଭିନ୍ନ ପ୍ରକାର ପଟ୍ଟଚିତ୍ର ପ୍ରଦର୍ଶନ କରାଯାଇଛି l ଯାହା ଖୁବ ସୁନ୍ଦର ଓ ଆକର୍ଷଣୀୟ ଦେଖିବାକୁ l କଳା ପୁନରୁତ୍ଥାନ ଏଫପିସି ଆଜିକୁ ୭ ରୁ ୮ ବର୍ଷ ହେବ ପଟ୍ଟଚିତ୍ର କାରିଗରୀ କାମ କରି ଆସୁଛି l ଏହି ଏଫପିସି ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଏବଂ ଏଥିରେ ୩୫୦ ରୁ ଅଧିକ ସଦସ୍ୟ ରହିଛନ୍ତି l ଏହି ଏଫପିସିରେ ସଦସ୍ୟଙ୍କୁ ତାଲିମ ମଧ୍ୟ ଦିଆଯାଇଥାଏ l ଅର୍ଦ୍ଧକୁଶଳୀ କାରିଗରଙ୍କୁ ୩୦୦୦ ଟଙ୍କା ଏବଂ କୁଶଳୀ କାରିଗରଙ୍କୁ ୬୦୦୦ ଟଙ୍କା ପ୍ରଦାନ କରାଯାଇଥାଏ l ପ୍ରତି ୩୦ ଜଣରେ ଜଣେ ମାଷ୍ଟର ଚୟନ କରାଯାଇଛି ଯାହାଙ୍କୁ ୩୦,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ l କଳା ପୁନରୁତ୍ଥାନ ଏଫପିସିର ସଦସ୍ୟ ନିରଞ୍ଜନ ମୁଖିଙ୍କ କହିବା ଅନୁସାରେ, ତାଳପତ୍ର ପ୍ରସ୍ତୁତ ବକ୍ସ ର ଅଧିକ ଚାହିଦା ରହିଛି l ନିକଟରେ ଓଡ଼ିଶାରେ ଆୟୋଜିତ ପ୍ରବାସୀ ଭାରତ କାର୍ଯ୍ୟକ୍ରମ ପାଇଁ ଉତ୍କଳିକା ତରଫରୁ ୫୦୦୦ ପିସ ତାଳପତ୍ର ବକ୍ସ ଏବଂ ୫୦୦ ପଟ୍ଟଚିତ୍ର ଖରିଦ କରାଯାଇଛି l
କର୍ପୋରେଟ କମ୍ପାନୀଙ୍କ ଅଧିକ ଡିମାଣ୍ଡ ରହିଛି ପଟ୍ଟଚିତ୍ର l ଏହି କମ୍ପାନୀରୁ ଅଧିକ ମାତ୍ରାରେ ଅର୍ଡର ରହିଥାଏ l ଖାସ କରି ଗିଫ୍ଟ ଯୋଗୁଁ ଚାହିଦା ଅଧିକ ରହୁଛି l ଏଥିରେ ଭଲ ରୋଜଗାର ହୋଇପାରୁଛି l ନିଜ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏହାର ଚାହିଦା ଭଲ ରହିଛି l ନାବାର୍ଡ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କ ଷ୍ଟଲରେ ତାଳପତ୍ର ପ୍ରସ୍ତୁତ ଅନେକ ସାମଗ୍ରୀ ସହିତ ପଟ୍ଟଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଛି l ଯାହା ଗ୍ରାହକଙ୍କୁ ଆକର୍ଶିତ କରିଛି l