Success Stories

ମିଶନ୍ ହରିୟାଲି: ନାଳନ୍ଦାର ବନ୍ଧ୍ୟା ଗ୍ରାମକୁ ଫେରିଲା ସବୁଜତl

ଦିନଥିଲା ନାଳନ୍ଦା ଜିଲ୍ଲାର ନୁରସରାଇ ଗ୍ରାମରେ ଗୋଟିଏ ହେଲେ ଗଛ ନଥିଲା l କିନ୍ତୁ ବର୍ତ୍ତମାନ, ନୁରସରାଇ ବ୍ଲକର ଗ୍ରାମଗୁଡିକରେ ଅତି କମରେ 4,000-5,000 ଉଦ୍ଭିଦ ଅଛି; ବାସିନ୍ଦାମାନେ କେବଳ ଫଳ ଖାଆନ୍ତି ନାହିଁ ବରଂଫଳ ବିକ୍ରୟ କରି ପଇସା ମଧ୍ୟ ରୋଜଗାର କରନ୍ତି |ଏହି ଅଭିନବ ସଫଳତା ପଛର ମୁଖ୍ୟ କାରଣ ହଉଛି ମିଶନ ହରିୟାଲି l ଜିଲ୍ଲାର ବହୁ ସ୍ଥାନରେ ବୃକ୍ଷ ରୋପଣ କରି ଏହି ସଂସ୍ଥା ଆଜି ସାରା ଦେଶ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି l

08 March, 2023 12:15 PM IST By: Omkar Mohanty

ଦିନଥିଲା ନାଳନ୍ଦା ଜିଲ୍ଲାର ନୁରସରାଇ ଗ୍ରାମରେ ଗୋଟିଏ ହେଲେ ଗଛ ନଥିଲା l କିନ୍ତୁ ବର୍ତ୍ତମାନ, ନୁରସରାଇ ବ୍ଲକର ଗ୍ରାମଗୁଡିକରେ ଅତି କମରେ 4,000-5,000 ଉଦ୍ଭିଦ ଅଛି; ବାସିନ୍ଦାମାନେ କେବଳ ଫଳ ଖାଆନ୍ତି ନାହିଁ ବରଂଫଳ ବିକ୍ରୟ କରି ପଇସା ମଧ୍ୟ ରୋଜଗାର କରନ୍ତି |ଏହି ଅଭିନବ ସଫଳତା ପଛର ମୁଖ୍ୟ କାରଣ ହଉଛି ମିଶନ ହରିୟାଲି l ଜିଲ୍ଲାର ବହୁ ସ୍ଥାନରେ ବୃକ୍ଷ ରୋପଣ କରି ଏହି ସଂସ୍ଥା ଆଜି ସାରା ଦେଶ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି l

ପ୍ରତିଦିନ ରାଜୀବ ରଂଜନ ଭାରତୀଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାସେବୀ ଦଳ 500-600 ଚାରା ସହିତ ଏକ ଧଳା ମିନିଭାନରେ ଗଛ ଚାରା ଲୋଡ୍ କରି ସ୍କୁଲ, ବଜାର କିମ୍ବା ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ଯାଆନ୍ତି। ସେମାନଙ୍କର ମିଶନ ସରଳ : ପିଲା ଏବଂ ବୟସ୍କମାନଙ୍କ ନିକଟକୁ ଯାଇ ସେମାନଙ୍କୁ ବୃକ୍ଷର ମହାନତା ବିଷୟରେ ଅବଗତ କରିବା ସହିତ ଯେକୌଣସି ସର୍ବସାଧାରଣ ସ୍ଥାନରେ ବୃକ୍ଷ ରୋପଣ ପାଇଁ ସେମାନଙ୍କୁ ମନାଇବା |

ନାଲନ୍ଦା ଜିଲ୍ଲାର ନୋରସରାଇର ବାସିନ୍ଦା ଭାରତୀ ଏବଂ ଦଳର ସ୍ବେଚ୍ଛାସେବୀମାନେ 2016 ମସିହାରୁ 'ମିଶନ୍ ହରିୟାଲି' ନାମରେ ଏହି ଅଭିଯାନ ଜାରି ରଖିଛନ୍ତି। “ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ନାଲନ୍ଦାରେ 1.1 ମିଲିୟନ୍ ଗଛ ଲଗାଇବାରେ ସାହାଯ୍ୟ କରିଛୁ, ସେଥିମଧ୍ୟରୁ 0.8- 0.9 ନିୟୁତ ଗୁଆ ଗଛ (Betel nut tree) ବୋଲି ଭାରତୀ କୁହନ୍ତି। ଜ୍ୟାକଫ୍ରୁଟ୍ (jack fruit), କଷ୍ଟାର୍ଡ ଆପଲ୍ (Custard apple) , ଆମ୍ବ (mango )ଏବଂ ଅଁଳା (indian gooseberry ) ଅନ୍ୟ କେତେକ ଉଦ୍ଭିଦ ଯାହାକୁ ସମୁଦାୟ 33 ଜଣ ସ୍ୱେଚ୍ଛାସେବୀ ବଣ୍ଟନ କରନ୍ତି |

ଯେପରି ନାମ ସୂଚାଏ,ସେହିଭଳି ମିଶନ ହରିୟାଲୀ ନାଳନ୍ଦା ଜିଲ୍ଲାକୁ  ସବୁଜତା ଆଣିବା ଉଦ୍ଦେଶ୍ୟରେ ଆରମ୍ଭ କରିଥିଲେ ବୋଲି ଭାରତୀ ସ୍ପଷ୍ଟ କରିଛନ୍ତି। “ମୋ ବାପା ଜଣେ ଡାକ୍ତର ଏବଂ ମୋ ପରିବାର ବହୁ ବହୁ ସ୍ଥାନ ଯାତ୍ରା କରିଛନ୍ତି। ମୁଁ ହୃଦୟଙ୍ଗମ କଲି ଯେ ଅନ୍ୟ ସ୍ଥାନ ତୁଳନାରେ ଆମ ବ୍ଲକ ପ୍ରାୟତ ବୃକ୍ଷ ରୋପଣ କ୍ଷେତ୍ରରେ ବଞ୍ଚିତ ରହିଛି ।

2016 ମସିହାରେ, ସ୍ଥାନୀୟ ପଞ୍ଚାୟତିରାଜ  ନିର୍ବାଚନ ସମୟରେ, ଆମମାନଙ୍କ ମଧ୍ୟରୁ କେତେକ ବାସିନ୍ଦା ଦାବି କରିଥିଲେ ଯେ ପ୍ରାର୍ଥୀମାନେ ଅଧିକ ବୃକ୍ଷ ରୋପଣ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ସେମାନେ କ୍ଷମତାକୁ ଆସିବା ପରେ ତାହା ଅନୁସରଣ କଲେ ନାହିଁ। ତେଣୁ ଆମେ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କଠାରୁ କିଛି ଟଙ୍କା ସଂଗ୍ରହ କରି ନିଜେ ଲଗାଇବା ପାଇଁ ଚାରା କିଣିଥିଲୁ ବୋଲି ଭାରତୀ କୁହନ୍ତି।

କିଛି ମାସ ପରେ, ସ୍ୱେଚ୍ଛାସେବୀମାନେ 50-60 ଗୁଆ ବୃକ୍ଷ  କିଣିଥିଲେ କିନ୍ତୁ କେଉଁଠାରେ ରୋପଣ କରିବେ ସେ ବିଷୟରେ ଅନିଶ୍ଚିତ ଥିଲେ | ତେଣୁ ଭାରତୀ ତାଙ୍କ ପିଲାମାନଙ୍କ ବିଦ୍ୟାଳୟ ସହିତ ଯୋଗାଯୋଗ କରି ଛାତ୍ରମାନଙ୍କୁ ଚାରା ବଣ୍ଟନ କରିପାରିବେ କି ବୋଲି ପଚାରିଥିଲେ।

ଯେତେବେଳେ ଆମେ ବିଦ୍ୟାଳୟକୁ ଯାଇଥିଲୁ, ଅନେକ ପିଲା ଆମକୁ କହିଥିଲେ ଯେ ସେମାନେ ଫଳର ଉପକାର ବିଷୟରେ ଜାଣିଛନ୍ତି ଏବଂ ଚାରା ରୋପଣ କରିବାକୁ ଚାହୁଁଛନ୍ତି। ଏଠାରୁ ଆମେ ଅଧିକ ବିଦ୍ୟାଳୟ ଯିବା ଆରମ୍ଭ କରିଥିଲୁ ବୋଲି ଭାରତୀ କୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଜାଣୁ ଯେ ବୟସ୍କମାନେ ଆମଠାରୁ ନେଇଥିବା ଚାରାଗୁଡ଼ିକର ଯତ୍ନ ନେବାରେ ବିଫଳ ହୋଇଥିଲେ ମଧ୍ୟ ପିଲାମାନେ ତାହା କରନ୍ତି ନାହିଁ ଯାହାକି ବାସ୍ତବରେ ଏକ ବଡ କଥା ।

ରାହୁଇ ବ୍ଲକର ଶାମାବାଦ ଗାଁର 7 ଶ୍ରେଣୀର ଛାତ୍ରୀ  ରିୟା କୁମାରୀ କୁହନ୍ତି, “ମୁଁ ଦୁଇ ମାସ ପୂର୍ବେ ମିଶନ ହରିୟାଲୀରୁ ଏକ ଅଁଳା (indian gooseberry ) ପ୍ଲାଣ୍ଟ ପାଇଥିଲି। ସ୍ୱେଚ୍ଛାସେବୀମାନେ ମୋତେ ଏହି ଉଦ୍ଭିଦର ସମସ୍ତ ଉପକାର ବିଷୟରେ କହିଛନ୍ତି ଏବଂ ଏହାର ବୃଦ୍ଧି ଏବଂ ଯତ୍ନ ନେବା ପାଇଁ ମୋତେ ମାର୍ଗଦର୍ଶନ କରିଛନ୍ତି; ମୁଁ ସେମାନଙ୍କ ନିର୍ଦ୍ଦେଶକୁ ଠିକ୍ ଭାବରେ ପାଳନ କରିବାକୁ ଚେଷ୍ଟା କରିଛି । ”

ନାଲନ୍ଦାରେ ଗଛର ପ୍ରତ୍ୟାବର୍ତ୍ତନ ଦ୍ୱାରା ଏକାଧିକ ଲାଭ ହୋଇଛି  |  ନୁରସରାଇ ବ୍ଲକର ବେଲଦାରୀ ଗାଁର ବାସିନ୍ଦା ରଞ୍ଜିତ କୁମାର କୁହନ୍ତି, “କିଛି ବର୍ଷ ପୂର୍ବେ ଆମ ଗାଁରେ ତିନିରୁ ଚାରିଟି ଫଳ ଗଛ ନଥିଲା ଏବଂ ଲୋକମାନେ ଦ୍ୟନନ୍ଦିନ ବ୍ୟବହାର ପାଇଁ ଅନ୍ୟ ବଜାର ଉପରେ ନିର୍ଭର କରୁଥିଲେ । ବର୍ତ୍ତମାନ କିନ୍ତୁ , ଅତିକମରେ 4,000-5,000 ଉଦ୍ଭିଦ ଅଛି; ବାସିନ୍ଦାମାନେ କେବଳ ଫଳ ଖାଆନ୍ତି ନାହିଁ ବରଂ ଆୟ ପାଇଁ ମଧ୍ୟ ବିକ୍ରି କରନ୍ତି। ”

କାଠ ବର୍ତ୍ତମାନ ଭଲ ଆୟ କରୁଥିବାରୁ ଆମେ ବର୍ତ୍ତମାନ ମେହୋଗାନି ପ୍ଲାଣ୍ଟ ବିକ୍ରୟ କରିବା ଆରମ୍ଭ କରିଛୁ। ଆମେ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଛୁ ସେତେ ଦିନ ପର୍ଯ୍ୟନ୍ତ ଆମର ଦୈନିକ ଅଭିଯାନ ଜାରି ରଖିବୁ ବୋଲି ଭାରତୀ କୁହନ୍ତି।

 

ନାଲି ନୁହେଁ, ହଳଦିଆ ତରଭୁଜ! ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ଖରାଦିନେ କିପରି କରିବେ ମତ୍ସ୍ୟପାଳନ, ଜାଣନ୍ତୁ...