Success Stories

ବନ୍ଧୁକ ଛାଡ଼ି କୋଦାଳ ଧରିଲେ....

ଖାଦ୍ୟ ସୁରକ୍ଷା ଏବଂ କୃଷି ଭୂମିରେ ପାଣିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସୋର ଭୂମିକା ପ୍ରତ୍ୟେକ ବର୍ଷ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଅତୀତରେ ଏହାର ଅନେକ ଉଦାହରଣ ରହିଛି । ତେବେ ଏହି ପ୍ରୋଜେକ୍ଟରେ କର୍ପୋରେଟ କମ୍ପାନୀଗୁଡିକ ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି ।

19 March, 2023 11:20 AM IST By: Priyambada Rana

ବର୍ତ୍ତମାନ ପାକିସ୍ତାନରେ(Pakistan) ଘୋର ସଂକଟ ଦେଖାଦେଇଛି । ଗୋଟିଏ ପଟେ ଆର୍ଥିକ ସଂକଟ ଦେଶବାସୀଙ୍କୁ କଲବଲ କରୁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମାମଲା ପାକିସ୍ତାନର ସମ୍ମାନ ଉପରେ ପ୍ରଶ୍ନ କରୁଛି । ତେବେ ଦୁଇଟି ଯାକ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି ପାକିସ୍ତାନର ଲକ୍ଷ ଲକ୍ଷ ଜନସାଧାରଣ । ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ବାଛିଛି ଏକ ନୂଆ ଉପାୟ । ବର୍ତ୍ତମାନ ‘କର୍ପୋରେଟ ଆଗ୍ରିକଲଚର ଫାର୍ମିଙ୍ଗ’(Corporate Agriculture Farming) କରିବା ପାଇଁ ଆଗଭର ହୋଇଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ ।

ଦିନେ ଛୋଟ ଛୋଟ ପିଲାଙ୍କ ହାତରେ ଗୋଳା ବାରୁଦ ଦେଇ ଆତଙ୍କବାଦ ସଜାଇ ଦେଉଥିଲା ପାକିସ୍ତାନ । କିନ୍ତୁ ଆଜି ବଦଳି ଯାଇଛି ସେଠାକାର ଦୃଶ୍ୟ । ଆତଙ୍କୀ ତ ଦୂରର କଥା ଏବେ ସେନାଙ୍କ ହାତରୁ ବନ୍ଧୁକ ଛଡାଇ ହଳ ଧରାଇ ଦେଇଛନ୍ତି ପାକିସ୍ତାନ ସରକାର । କାରଣ ଦେଶକୁ ସଂକଟରୁ ବାହାର କରିବା ପାଇଁ ଏବେ କୃଷି ପ୍ରତି ଆଗ୍ରହ ବଢାଇଛନ୍ତି ପାକିସ୍ତାନ ସରକାର । ତେବେ ଏହି କୃଷିକାର୍ଯ୍ୟ କରିବେ ପାକିସ୍ତାନର ସେନା କର୍ମଚାରୀ । ଏଥିପାଇଁ ପାକିସ୍ତାନର ପଞ୍ଜାବ ସରକାର ଚାଷ ପାଇଁ ୪୫ ହଜାର ଏକର ଜମି ପ୍ରଦାନ କରିଛନ୍ତି ।

ଜଏଣ୍ଟ ଭେଞ୍ଚରରେ ଏହି ସମସ୍ତ ପ୍ରୋଜେକ୍ଟ କରାଯିବ । ସଶସ୍ତ୍ରବଳ କହିଛନ୍ତି ଯେ, ପରିଯୋଜନାକୁ ସଫଳ କରିବା ପାଇଁ ସେନା ପ୍ରବନ୍ଧନ ସ୍ତରରେ ଏକ ପ୍ରମୁଖ ଭୂମିକା ତୁଲାଇବ । ତେବେ ଜମିର ମାଲିକାନା ସରକାରଙ୍କ ହାତରେ ହିଁ ରହିବ । ଏହାବ୍ୟତୀତ କୃଷିରୁ ମିଳୁଥିବା ଲାଭ ଏବଂ ରାଜସ୍ୱର କୌଣସି ଅଂଶ ସେନାକୁ ଦିଆଯିବ ନାହିଁ । ଭକ୍କର, ଖୁଶାଓ ଏବଂ ସାହିବାଲ ଆଦି ଜିଲ୍ଲାରେ ୪୫,୨୬୭ ଏକର ଜମିରେ କର୍ପୋରେଟ କୃଷିକାର୍ଯ୍ୟ ହେବ ।

ଖାଦ୍ୟ ସୁରକ୍ଷା ଏବଂ କୃଷି ଭୂମିରେ ପାଣିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସୋର ଭୂମିକା ପ୍ରତ୍ୟେକ ବର୍ଷ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଅତୀତରେ ଏହାର ଅନେକ ଉଦାହରଣ ରହିଛି । ତେବେ ଏହି ପ୍ରୋଜେକ୍ଟରେ କର୍ପୋରେଟ କମ୍ପାନୀଗୁଡିକ ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି । ଚୁକ୍ତି ଅନୁସାରେ, ପଞ୍ଜାବ ସରକାର ନିଜର ୪୫,୨୬୭ ଏକର ଜମି ସେନାକୁ କର୍ପୋରେଟ କୃଷି ପାଇଁ ପ୍ରଦାନ କରିବ । ତେବେ ରିସର୍ଚ୍ଚ ପାଇଁ ନିଜର ଆବଶ୍ୟକତା ଅନୁଯାୟୀ କିଛି ଅଂଶ ରକିବା ପାଇଁ ଅନୁମତି ଦିଆଯାଇଛି ।

ପିଜୁଳି ଚାଷ ନଷ୍ଟରେ କାରଣ ସାଜୁଛି କି ଝାଉଁଳା ରୋଗ ? ଜାଣନ୍ତୁ ପ୍ରତିକାର.....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)