Success Stories

ଜୟନ୍ତୀ ମେହେର: ମହିଳା ଚାଷୀଙ୍କ ମଧ୍ୟରେ ଅନନ୍ୟ ଉଦାହରଣ !

ନିଜ ଫ୍ୟାକ୍ଟ୍ରିରେ ଭେଟିବାର ତୈଳ ପ୍ରସ୍ତୁତ କରି ଓଡ଼ିଶା ଏବଂ ଦେଶର ଅନ୍ୟ ରାଜ୍ୟକୁ ମଧ୍ୟ ରପ୍ତାନି କରୁଛନ୍ତି l ଚାଷ କ୍ଷେତ୍ରରେ ସେ ଜଳ ର ସୁବିଧା ପାଇଁ ବୋରିଂ ବ୍ୟବସ୍ଥା କରିଛନ୍ତି , ଟ୍ରାକ୍ଟର ଏବଂ ଅନ୍ୟାନ୍ୟ କ୍ରୁଷିଉ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି l

18 December, 2024 2:34 PM IST By: Tanushree Mahapatra

ଜୟନ୍ତୀ ମେହେର l ଜଣେ ସଫଳ ମହିଳା ଚାଷୀ l ଯିଏକି ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳ ହୋଇପାରିଛନ୍ତି l ସେ ହେଉଛନ୍ତି ବଲାଙ୍ଗୀର ବାସିନ୍ଦା l କିନ୍ତୁ, ସେ ସମ୍ବଲପୁରରେ ବସବାସ କରନ୍ତି l ବଲାଙ୍ଗୀର ଜିଲ୍ଲାରେ ନିଜ ଚାଷ ଭୂଇଁରେ ସେ ଧାନ ଚାଷ କରନ୍ତି l ଝାରସୁଗୁଡ଼ାରେ ଭେଟିବାର ଘାସ ଚାଷ କରୁଥିବାର ସେ ନିଜ ସାକ୍ଷାତକାରରେ ସୂଚନା ଦେଇଥିଲେ l ଭେଟିବାର ଘାସ ଚାଷ ଦ୍ୱାରା ପ୍ରତିଦିନ ୫୦ ରୁ ଅଧିକ ପରିବାରଙ୍କୁ ରୋଜଗାର ପ୍ରଦାନ କରିଥାନ୍ତି l ଭେଟିବାର ଘାସ ବିକ୍ରି କରିବା ସହିତ ସେଥିରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ବିକ୍ରି କରାଯାଉଛି l ଭେଟିବାର ତେଲ ମଧ୍ୟ ପ୍ରସ୍ତୁତ କରାଯାଉଛି ଯାହା ସମ୍ପୂର୍ଣ୍ଣ ଅର୍ଗାନିକ ବୋଲି ସେ କହିଛନ୍ତି l

ନିଜ ଫ୍ୟାକ୍ଟ୍ରିରେ ଭେଟିବାର ତୈଳ ପ୍ରସ୍ତୁତ କରି ଓଡ଼ିଶା ଏବଂ ଦେଶର ଅନ୍ୟ ରାଜ୍ୟକୁ ମଧ୍ୟ ରପ୍ତାନି କରୁଛନ୍ତି l ଚାଷ କ୍ଷେତ୍ରରେ ସେ ଜଳ ର ସୁବିଧା ପାଇଁ ବୋରିଂ ବ୍ୟବସ୍ଥା କରିଛନ୍ତି , ଟ୍ରାକ୍ଟର ଏବଂ ଅନ୍ୟାନ୍ୟ କ୍ରୁଷିଉ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି l ଯାହାଦ୍ୱାରା କି ଅଳ୍ପ ସମୟ ମଧ୍ୟରେ ଅଧିକ ଉତ୍ପାଦନ କରିପାରୁଛନ୍ତି l ଶ୍ରମ ଅଳ୍ପ ଖର୍ଚ୍ଚ ହେଉଥିବାବେଳେ ସଠିକ ସମୟରେ ଉତ୍ପାଦ ପ୍ରସ୍ତୁତ କରି ସଠିକ ସମୟରେ ପ୍ରସ୍ତୁତ ଦ୍ରବ୍ୟକୁ ଅନ୍ୟ ସ୍ଥାନକୁ ପଠାଇ ପାରୁଛନ୍ତି l

ଚାଷରେ ଉନ୍ନତି କରିଥିଲେ ମଧ୍ୟ ପର୍ଯ୍ୟନ୍ତ ସେ କୌଣସି ସରକାରୀ ସୁବିଧା ପାଇ ନାହାନ୍ତି କିମ୍ବା ଏଥିପାଇଁ ଆବେଦନ ମଧ୍ୟ କରି ନାହାନ୍ତି l ନିଜସ୍ୱ ଖର୍ଚ୍ଚରେ ଚାଷକାମ କରୁଛନ୍ତି l ଅନଲାଇନ ମାଧ୍ୟମରେ ମାର୍କେଟିଙ୍ଗ କରୁଛନ୍ତି ନିଜ ସମସ୍ତ ଉତ୍ପାଦ ପାଇଁ l ଦିଲ୍ଲୀ , ଗୁଜୁରାଟ , ମହାରାଷ୍ଟ୍ର ଭଳି ରାଜ୍ୟକୁ ନିଜ ପ୍ରସ୍ତୁତ ଉତ୍ପାଦ ବିକ୍ରି କରୁଛନ୍ତି l ନେଚୁରାଲ ହୋଇଥିବାରୁ ଭେଟିବାର ଘାସରୁ ପ୍ରସ୍ତୁତ ହେଉଥିବା ସମସ୍ତ ଉତ୍ପାଦର ବଜାରରେ ଭଲ ଚାହିଦା ରହୁଛି l

ଔଷଧୀୟ ତୈଳ ଏହି ଘାସରୁ ପ୍ରସ୍ତୁତ ହେଉଥିବା ଲୋକେ ଏହାକୁ ମଧ୍ୟ ପ୍ରଶଂସା କରୁଛନ୍ତି l ଖର୍ଚ୍ଚକୁ ନଜରରେ ରଖି ଉତ୍ପାଦ ଦର ପ୍ରସ୍ତୁତ କରାଯାଉଛି l କିଛି ଗାଁ ର ଗ୍ରାମବାସୀ ଏହି କାମରେ ସହଯୋଗ କରୁଛନ୍ତି l ଜୟନ୍ତୀ କହିବା ଅନୁଯାୟୀ - " ଚାଷ କାମ କିଛି ଛୋଟ କାମ ନୁହେଁ l ଏଥିପାଇଁ ଇଚ୍ଛା ଶକ୍ତି ରହିବା ଆବଶ୍ୟକ l ଚାଷ କୁ ଯଦି ବ୍ୟବସାୟରେ ପରିଣତ କରାଯିବ ତେବେ ଅଧିକ ଲାଭ ମିଳିପାରିବ l " ତେବେ ଜୟନ୍ତୀ ମେହେର ଜଣେ ସଫଳ ପ୍ରଗତିଶୀଳ ମହିଳା ଚାଷୀ l ଯିଏକି ଅନ୍ୟ ନାରୀଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ରେ ଜିଲ୍ଲା ସ୍ତରୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି l ଏହି କୃଷି ମହାକୁମ୍ଭ ର ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟର l ସହ ସଂଯୋଜକ ରହିଥିଲା ICAR l

Read more:

ସୁରେନ୍ଦ୍ର ଗାଦବା: ଧାନ ଚାଷ ଦେଇଛି ନୂଆ ପରିଚୟ !

କଳାଚମ୍ପା ଧାନ: ଅଧିକ ରହିଛି ଜଳ ଧାରଣା କ୍ଷମତା !