Success Stories

ପ୍ରଗତିଶୀଳ ଚାଷୀ ମୁରଲୀଧର ମଲ୍ଲିକ !

ଗୁଁଣ୍ଠେ ଜମିରେ ସେ ଉନ୍ନତ ଲଙ୍କା ଚାଷ କରିଛନ୍ତି l ୧୨ ରୁ ୧୫ କି.ଗ୍ରା ଲଙ୍କା ପ୍ରତି ସପ୍ତାହରେ ଅମଳ ହୋଇଥାଏ l ବୁଲେଟ ୫୦୫ ନାମକ ଉନ୍ନତ ଲଙ୍କା ଚାଷ କରନ୍ତି ଯାହା ୧୨ ମାସ ଅମଳ ପ୍ରଦାନ କରେ l ବେପାରୀକୁ କିଲୋ ପ୍ରତି ୧୦୦ ଟଙ୍କାରେ ଲଙ୍କା ବିକ୍ରି କରିଥାନ୍ତି l

17 December, 2024 2:55 PM IST By: Tanushree Mahapatra

ଆଜିକୁ ୩୫ ବର୍ଷ ହେବ ଚାଷ କାମ କରୁଛନ୍ତି l ଚାଷକୁ ନିଜର ପେସା କରିଛନ୍ତି l ବର୍ଷକ ୧୨ ମାସ ଚାଷ କରି ସେ ଭଲ ରୋଜଗାର କରୁଛନ୍ତି l ନିଜ ଦକ୍ଷ ଦୃଢ଼ ମନୋବଳରେ ଆଜି ଜଣେ ସଫଳ ଚାଷୀ ହୋଇଛନ୍ତି ସେ l ଖୁବ ଅଳ୍ପ ଅର୍ଥ ଖର୍ଚ୍ଚ କରି ଅଧିକ ଲାଭ ପାଉଛନ୍ତି l ଅନ୍ୟ ଚାଷୀଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି l ଋତୁ ଅନୁଯାୟୀ ଚାଷ କରୁଛନ୍ତି ତାହା ମଧ୍ୟ ବଜାରକୁ ନଜରରେ ରଖି l ଋତୁ ଦେଖି ଧାନ ଚାଷ ମଧ୍ୟ କରନ୍ତି l ଅନ୍ୟ ଋତୁ ଗୁଡ଼ିକରେ ପନିପରିବା ଚାଷ କରିଥାନ୍ତି l ଶୀତ ଦିନରେ କୋବି ଏବଂ ଟମାଟର ଭଳି ଅନ୍ୟ ଶୀତଦିନିଆ ପନିପରିବା ଚାଷ କରିଥାନ୍ତି l ବଳକା ଋତୁରେ ସେ ଲଙ୍କା , ଭେଣ୍ଡି , ବାଇଗଣ , କାକୁଡି , କଲରା ଭଳି ଯାହା ସକ୍ଷମ ତାହା ଚାଷ କରିଥାନ୍ତି l ତାଙ୍କର ମୁଖ୍ୟ ଚାଷ ହେଉଛି ଲଙ୍କା ଓ ବାଇଗଣ ଚାଷ l

ତେବେ ଯାହାଙ୍କ ବିଷୟରେ ଆମେ ଆଲୋଚନା କରୁଛୁ ସେ ହେଉଛନ୍ତି ମୁରଲୀଧର ମଲ୍ଲିକ l ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ଜଣେ ପ୍ରଗତିଶୀଳ ଚାଷୀ l ନିଜର ପରିଶ୍ରମ ବଳରେ ଆଜି ବିଭିନ୍ନ ପ୍ରକାର ପନିପରିବା ସହିତ ଧାନ ଚାଷ କରୁଛନ୍ତି l ଯାହା ତାଙ୍କୁ ଭଲ ରୋଜଗାର ଦେଇଛି l ମୁଖ୍ୟ ଚାଷରେ ସେ ଉନ୍ନତ ପ୍ରକାର ବାଇଗଣ ଓ ଲଙ୍କା ଚାଷ କରି ଲାଭ ପାଉଛନ୍ତି l ଅନ୍ୟ ଚାଷୀଙ୍କୁ ସେ ଚାଷକାମ ପାଇଁ ତାଲିମ ମଧ୍ୟ ଦେଇଥାନ୍ତି l

ଗୁଁଣ୍ଠେ ଜମିରେ ସେ ଉନ୍ନତ ଲଙ୍କା ଚାଷ କରିଛନ୍ତି l ୧୨ ରୁ ୧୫ କି.ଗ୍ରା ଲଙ୍କା ପ୍ରତି ସପ୍ତାହରେ ଅମଳ ହୋଇଥାଏ l ବୁଲେଟ ୫୦୫ ନାମକ ଉନ୍ନତ ଲଙ୍କା ଚାଷ କରନ୍ତି ଯାହା ୧୨ ମାସ ଅମଳ ପ୍ରଦାନ କରେ l ବେପାରୀକୁ କିଲୋ ପ୍ରତି ୧୦୦ ଟଙ୍କାରେ ଲଙ୍କା ବିକ୍ରି କରିଥାନ୍ତି l ଏହି ଉନ୍ନତ ଲଙ୍କା ଚାଷରେ ରୋଗ ପୋକ ଅଳ୍ପ ଦେଖିବାକୁ ମିଳିଥାଏ ଯାହାପାଇଁ ଉତ୍ପାଦନ ଅଧିକ ହେବା ସହିତ ଲାଭ ଅଧିକ ମିଳିଥାଏ l ଏହି ଲଙ୍କା ଦେଖିବାକୁ ବୁଲେଟ ଆକାରର ହୋଇଥିବାବେଳେ ଖାଇବାକୁ ରାଗ ଓ ସୁଗନ୍ଧିତ ମଧ୍ୟ l

ଲଙ୍କା ସହିତ ସେ ଉନ୍ନତ ବାଇଗଣ ଚାଷ କରୁଛନ୍ତି l ବର୍ଷକୁ ୩ ଥାକରେ ସେ ବାଇଗଣ ଚାଷ କରନ୍ତି ତାହା ଡିସେମ୍ବର , ମାର୍ଚ୍ଚ , ଜୁନ ଏବଂ ଜୁଲାଇ ମାସରେ ହୋଇଥାଏ l ଅକ୍ସିତା ( ଗୋଲ ଆକାର ) , ଲୋକାଲ ଭେରାଇଟି ବ୍ଲୁ ଷ୍ଟାର , ଜେକେ ଭେରାଇଟି ( ଲମ୍ବା ଆକାର ) l ଅକ୍ସିତା ( ଗୋଲ ଆକାର ) ବାଇଗଣର ବଜାର ଚାହିଦା ଅଧିକ ଥିବାରୁ ଏହାର ବିକ୍ରି ଅଧିକ ହୋଇଥାଏ l ରୋଗପୋକ ଅଧିକ ହୋଇଥାଏ ତେଣୁ ଯତ୍ନ ଅଧିକ ଆବଶ୍ୟକ l ଉଚ୍ଚା ଦରରେ ମଧ୍ୟ ବିକ୍ରି ହୁଏ ଏହି ବାଇଗଣ l ଜେକେ ଭେରାଇଟି ( ଲମ୍ବା ଆକାରର ) ବାଇଗଣ ଦେଖିବାକୁ ସୁନ୍ଦର ହୋଇଥିବାବେଳେ ଏହାର ବଜାର ଚାହିଦା ଅଳ୍ପ ରହିଛି l ଏହି ବାଇଗଣରେ ପୋକ ଖୁବ ଅଳ୍ପ ଲାଗିଥାନ୍ତି ଏବଂ ଫଳ ମଧ୍ୟ ଅଧିକ ହୋଇଥାଏ ପ୍ରତି ଗଛରେ l

ନଭେମ୍ବର ଏବଂ ଡିସେମ୍ବର ମାସରେ ଲଗାଯାଇଥାଏ ଓ ବର୍ଷା ଋତୁ ଜୁନ ଏବଂ ଜୁଲାଇ ମାସରେ ବାଇଗଣ ଚାଷ ଅଧିକ ହୋଇଥାଏ l ନିମ୍ବ ପିଡ଼ିଆ, ଖତ,ଚୂନ, ଜୈବିକ ସାର ସହିତ ରାସାୟନିକ ସାର ମଧ୍ୟ ବ୍ୟବହାର କରୁଛନ୍ତି ନିଜ ଚାଷ ଜମିରେ l ବିଭିନ୍ନ ଚାଷ ଜମିରେ ଦେଖିବାକୁ ମିଳେ ବାଇଗଣ କିମ୍ବା ଅନ୍ୟ ଗଛର ବୁଢ଼ା ପତ୍ର ଗୁଡ଼ିକ ଚାଷୀ ଖରକି ଦେଇ ପୋଡ଼ିଦେଇଥାନ୍ତି l କିନ୍ତୁ, ଏହା ନ କରି ଏହି ବୁଢ଼ା ପତ୍ରକୁ ସେହି ଜମିରେ ହଳ କରିବା ଦ୍ୱାରା ଚାଷ ଜମିର ଉର୍ବରତା ବଢ଼ିଥାଏ ଯାହା ମାଟିର ମାନ କୁ ଉଚ୍ଚ କରେ l ମାଟି ଭଲ ହେବା ଯୋଗୁଁ ପନିପରିବା ଉତ୍ପାଦନ ମଧ୍ୟ ଅଧିକ ହୋଇଥାଏ l ଝଡ଼ି ପଡ଼ିଥିବା ପତ୍ର ସହିତ ନିମ୍ବ ପିଡ଼ିଆ ଏବଂ ଗୋବର ଖତ ମିଶାଇ ମାଟିରେ ଅମଳ କରିବା ଦ୍ୱାରା ମାଟି ଫସଫସ ହୋଇଥାଏ ଯାହାଦ୍ୱାରା ମାଟି ଉର୍ବର ହୋଇଥାଏ l

Read more:

ଉନ୍ନତ ବାସୁମତି ଧାନ କିସମ ଦେଇଛି ଚାଷୀଙ୍କୁ ପରିଚୟ

Subhadra Yojana Update: ଏ ବର୍ଷ ମିଳିବନି ସୁଭଦ୍ରା ଟଙ୍କା!