Success Stories

ଅଳ୍ପ ଖର୍ଚ୍ଚ ଓ ଅଳ୍ପ ଦିନରେ କିପରି ଅଧିକ ରୋଜଗାର କରିବେ!

କାହାକୁ ଦେଖି ଚାଷ କରନ୍ତୁ ନାହିଁ କାରଣ କୃଷି ହେଉଛି ବିଜ୍ଞାନ , କୌଣସି ଚାଷ କରିବା ପୂର୍ବରୁ ଚାଷ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ସହିତ , କୃଷି ବୈଜ୍ଞାନିକଙ୍କ ପରାମର୍ଶ ନେବା ଆବଶ୍ୟକ ସମୟ ସମୟରେ l "

06 July, 2024 2:52 PM IST By: Tanushree Mahapatra

ଆମ ଦେଶ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ l ଯେଉଁଠି ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ l ଆଜି ଦେଶର ଆର୍ଥିକ ମେରୁଦଣ୍ଡ ହୋଇପାରିଛି " କୃଷି " l ଦେଶର ଅର୍ଥନୀତିରେ ସାମିଲ ହୋଇଛି l ବିଭିନ୍ନ ପ୍ରକାର ନୂତନ ଚାଷ ପ୍ରଣାଳୀ ମଧ୍ୟ ଆପଣେଇଛନ୍ତି କୃଷକ l ଆମ ଦେଶର ଏପରି ଅନେକ ରାଜ୍ୟ ରହିଛି ଯେଉଁଠି ଲୋକ ସମ୍ପୂର୍ଣ୍ଣ ଚାଷ ଉପରେ ନିର୍ଭରଶୀଳ l

ଭିନ୍ନ ପ୍ରକାର ଋତୁ ସହିତ ଭିନ୍ନ ଭିନ୍ନ ମୃତ୍ତିକା ଦେଖିବାକୁ ମିଳେ ଆମ ଦେଶରେ l ଯେଉଁଥିପାଇଁ ଚାଷୀ ଭିନ୍ନ ଚାଷ କରିବା ପାଇଁ ସଫଳ ହୋଇପାରୁଛି l ଆଜି ଆମ ଦେଶରେ ବିଦେଶୀ ଫଳ ମଧ୍ୟ ଚାଷ କରୁଛନ୍ତି ଚାଷୀ ଯାହାପାଇଁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି l ଚାଷ କରି ସଫଳ ମଧ୍ୟ ହେଉଛନ୍ତି l ପଞ୍ଜାବ , କେରଳ , ମହାରାଷ୍ଟ୍ର , ଉତ୍ତର ପ୍ରଦେଶ , ମଧ୍ୟ ପ୍ରଦେଶ , ବିହାର , ଓଡ଼ିଶା, ତାମିଲନାଡ଼ୁ ଏବଂ ଆସାମ ଭଳି ରାଜ୍ୟରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ l

ଏହି ଆର୍ଟିକଲରେ ସେହିପରି ଜଣେ ଆସାମର ସଫଳ ଚାଷୀଙ୍କ ବିଷୟରେ ଆଲୋଚନା କରାଯାଇଛି l ତାଙ୍କ ନିଷ୍ଠା ଓ ଦୃଢ ମନୋବଳ ଆଜି ତାଙ୍କୁ ସଫଳ କରିଛି l  ଯିଏକି ସମନ୍ବିତ ପ୍ରଣାଳୀରେ ଚାଷ କରି ଆଜି ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ସାଜିଛନ୍ତି l ତାଙ୍କ ନାମ ହେଉଛି ଦେବଜିତ ଚାଙ୍ଗମାଇ l ସେ ଧମାଜୀ ଜିଲ୍ଲାର ମଥାଡାଙ୍ଗ ଅଞ୍ଚଳର ଜଣେ ପ୍ରଗତିଶୀଳ କୃଷକ l ସଫଳତା କେବଳ ନିଜ ଭିତରେ ସୀମିତ ହୋଇ ରହିନାହିଁ l ତାଙ୍କ ଚାଷକାମ ପାଇଁ ସେ ଭାରତ ସରକାରଙ୍କ ଦ୍ୱାରା ନରେନ୍ଦ୍ର ସିଂ ତୋମାରଙ୍କ ହାତରୁ ପଣ୍ଡିତ ଦିନଦୟାଲ ଅନ୍ତଃଦୟା କୃଷି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି  l ଯାହା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା l

ତାଙ୍କର ୨ ଏକର ଜମି ରହିଛି l ଯେଉଁଥିରେ ସେ ଭିନ୍ନ ଭିନ୍ନ ପ୍ରକାର ଚାଷ କରୁଛନ୍ତି l ଚାଷ ଜମି ସହିତ ସେହି ସ୍ଥାନରେ ତାଙ୍କ ନିଜ ଘର ରହିଛି , ଗେଷ୍ଟ ହାଉସ ରହିଛି ଏବଂ ଏହା ସହିତ ଟ୍ରେନିଂ ସେଣ୍ଟର ମଧ୍ୟ ରହିଛି l ଟ୍ରେନିଂ ସେଣ୍ଟରରେ ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ସମସ୍ତ ଟ୍ରେନିଂ ପ୍ରଦାନ କରନ୍ତି ସେ l ଚାଷଜମିରେ ସେ ଅମୃତ ଭଣ୍ଡା ଚାଷ କରିଛନ୍ତି ଯେଉଁଠି ସେ ୨୦୦ ଗଛ ରୋପଣ କରିଛନ୍ତି l ଏହାକୁ ବାଦ ଦେଲେ ବାଇଗଣ , ଟମାଟର , କିଙ୍ଗ ଚି଼ଲ୍ଲୀ ଚାଷ କରିଛନ୍ତି l ସେ କହନ୍ତି ଅଳ୍ପ ଜମି , ଅଳ୍ପ ସମୟ , ଅଧିକ ରୋଜଗାର ପ୍ରଦାନ କରେ ସମନ୍ବିତ କୃଷି l ତାଙ୍କର ୫ ଟି ପଲି ହାଉସ ରହିଛି ସେଥିମଧ୍ୟରୁ ୨ ଟି ପଲି ହାଉସରେ ନର୍ସରୀ ରହିଛି l ବାକି ଥିବା ପଲି ହାଉସରେ ସେ ଚାଷ କରନ୍ତି l ୨ ଟି ପଲି ହାଉସ ନର୍ସରୀରେ ଚାରା ରୋପଣ କରି ନିଜ ଚାଷ ଜମି ପାଇଁ ବ୍ୟବହାର କରନ୍ତି  ଏବଂ ଅନ୍ୟ ଚାଷୀଙ୍କୁ ଚାରା ବିକ୍ରି କରିଥାନ୍ତି l କେବଳ ଏତିକି ନୁହେଁ ସେ ଲେମ୍ବୁ ମଧ୍ୟ ଚାଷ କରୁଛନ୍ତି ତାଙ୍କ ଚାଷ ଜମିରେ l 

ସେ କହନ୍ତି ଯେଉଁ ସମୟରେ ଚାଷୀ ଋତୁ ଅନୁଯାୟୀ ଚାଷକରି ଟମାଟୋ ୧୫ ଟଙ୍କାରେ ବିକ୍ରି କରନ୍ତି l ସେ କିନ୍ତୁ ଏହି ଚାଷ ଅନ୍ୟ ସମୟରେ କରି ୪୦ ରୁ ୮୦ ଟଙ୍କାରେ ବିକ୍ରି କରନ୍ତି l ଚାଷକାମ ପାଇଁ ସେ ଟ୍ରେନିଂ ଦେଇଥାନ୍ତି ଚାଷୀଙ୍କୁ କେବେଳ ଏତିକି ନୁହେଁ ଟ୍ରେନିଂ ପରେ ଚାଷୀଙ୍କ ଚାଷଜମି ପରିଦର୍ଶନ କରିଥାନ୍ତି l ଜମିରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଉପଦେଶ ମଧ୍ୟ ଦେଇଥାନ୍ତି l ସେ ଧାନର ବିହନ ଉତ୍ପାଦନ କରନ୍ତି l ଯେଉଁ ଧାନ ଚାଷ କଲେ ତାହା ୧୫ ଦିନ ପର୍ଯ୍ୟନ୍ତ ଜଳ ସହଣୀ କ୍ଷମତା ରହିଛି ଏବଂ ଜଳ ଅଧିକ ନଥିବା କିମ୍ବା ଶୁଖିଲା ଥିବା ଜମିରେ ମଧ୍ୟ ଚାଷ କରି ହେବ l  ଏହା ହେଉଛି ତାଙ୍କର ଅନ୍ୟ ଏକ ରୋଜଗାରର ବାଟ l ନିକଟରେ ତାଙ୍କୁ ବିହନ ଲାଇସେନ୍ସ ମଧ୍ୟ ପ୍ରାପ୍ତ ହୋଇଛି l ପାରମ୍ପରିକ ଚାଷ ଅପେକ୍ଷା ସମନ୍ବିତ ଚାଷରେ ଅଧିକ ଧ୍ୟାନ ଦେବାକୁ ପଡିବ ଯାହାଦ୍ୱାରା ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇପାରିବ ବୋଲି ତାଙ୍କର ବିଶ୍ୱାସ l

ସେ ଉଦାହରଣ ଦେଇ କହିଛନ୍ତି ତାଙ୍କ ନିଜ ଚାଷଜମିରେ ଅମୃତ ଭଣ୍ଡା ଚାଷ କରିଥିବା ଜମିରେ ବାଇଗଣ ଓ କଞ୍ଚା ଲଙ୍କା ଚାଷ କରୁଛନ୍ତି l ଯଦି ଅମୃତ ଭଣ୍ଡା ଚାଷ କୌଣସି କାରଣ ବଶତଃ ନଷ୍ଟ ହୋଇଯାଏ ବାଇଗଣ ଓ କଞ୍ଚା ଲଙ୍କା ଚାଷ ତାଙ୍କୁ ରୋଜଗାର ଦେଇ ପାରିବ l ଚାଷୀଙ୍କୁ ବଜାର ଦେଖି ଚାଷ କରିବା ଉଚିତ l ଏଥିରେ ଲାଭ ଅଧିକ ରହିଛି l ଶେଷରେ ସେ ସାକ୍ଷାତକାର ଦେବା ସମୟରେ କହିଥିଲେ " କାହାକୁ ଦେଖି ଚାଷ କରନ୍ତୁ ନାହିଁ କାରଣ କୃଷି ହେଉଛି ବିଜ୍ଞାନ , କୌଣସି ଚାଷ କରିବା ପୂର୍ବରୁ ଚାଷ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ସହିତ , କୃଷି ବୈଜ୍ଞାନିକଙ୍କ ପରାମର୍ଶ ନେବା ଆବଶ୍ୟକ ସମୟ ସମୟରେ l " ଚାଷ ବିଷୟରେ ସମସ୍ତ ଜ୍ଞାନ ହେବା ପରେ ଚାଷୀ ଚାଷ କରିବା ଆବଶ୍ୟକ ଯାହା ତାଙ୍କୁ ସଠିକ ଆୟ ପାଇବାର ମାର୍ଗ ଦେଖାଇଥାଏ l

ଅଧିକ ପଢ଼ନ୍ତୁ

Dairy Farming: ବର୍ଷକୁ ରୋଜଗାର କରୁଛନ୍ତି ୧.୫ କୋଟି ଟଙ୍କା

ଗୋଲମରିଚ ଚାଷ କରି ଆଜି କୋଟିପତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)