୧୯୭୭ ମସିହାରେ ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଲୋପାମୁଦ୍ରା ଙ୍କର ଜନ୍ମ। ସେ ଓଡ଼ିଶା ଝିଅ , କର୍ମ ସ୍ଥାନ ମଧ୍ୟ ଓଡ଼ିଶା ରେ ହେଲେ ଶଶୁର ଘର ଗ୍ରୀସ୍ ରେ । ତାଙ୍କର ଉଚ୍ଚ ଶିକ୍ଷା UK ରେ । ବାପା ଙ୍କ ନାମ ସୁବାସଚନ୍ଦ୍ର ପାଢ଼ୀ ଓ ମାଆ ଙ୍କ ନାମ ଗୀତା ପାଢ଼ୀ। ପିଲା ଦିନେ ବହୁ କଷ୍ଟ ରେ ପାଠ ପଢିଥିବା ଝିଅ ଟି ଜଣେ ମେଧାବୀ ଛାତ୍ରୀ ଥିଲେ । ମେଧା ବୃତ୍ତି ରେ ପାଠ ପଢିଥିଲେ ଲୋପାମୁଦ୍ରା । ରାୟଗଡ଼ା ଜିଲ୍ଲା ରେ +୨ ପାସ କରି ବ୍ରହ୍ମପୁର ର ଓମେନ ପଲିଟେକିନିକ୍ ରେ ହୋଟେଲ ମ୍ୟାନେଜମେଣ୍ଟରେ ଡିପ୍ଲୋମା କଲା ପରେ ୧୮ ବର୍ଷ ବୟସରେ ଚେନ୍ନାଇ ଠାରେ ଚାକିରି କରିଥିଲେ ।
ଚାକିରି ସମୟରେ ମଧ୍ୟ ଉତ୍କଳ ବିଶ୍ଵ ବିଦ୍ୟାଳୟ ରେ ଡିଷ୍ଟାଣ୍ଟ ଏଡୁକେସନ ରେ ତାଙ୍କର ଗ୍ରାଜୁଏସନ୍ ପାଠ ମଧ୍ୟ ସାରିଦେଇଥିଲେ । ୨୦୦୩ ମସିହାରେ ଇଂଲଣ୍ଡ ର ଏକ ଦାତବ୍ୟ ସଂଗଠନ ତରଫରୁ ତାଙ୍କୁ ଗ୍ରାଜୁଏସନ୍ ସରିବା ପରେ ଇଂଲଣ୍ଡ ରେ marketing ଓ ହ୍ୟୁମାନ୍ ରେସୋର୍ସ୍ସ ମ୍ୟାନେଜମେଣ୍ଟ ପାଠ ପଢ଼ିବା ପାଇଁ ସୁଯୋଗ ମିଳିଥିଲା । ସେଠାରେ ସେ ଦିନ ରେ ପାଠ ପଢିବା ସହିତ ରାତିରେ ରେଷ୍ଟୁରାଣ୍ଟ ଓ ଡକ୍ଟର କ୍ଲିନିକ୍ ରେ ମଧ୍ୟ କାମ କରୁଥିଲେ । ୨୦୦୫ ମସିହାରେ ଗ୍ରୀସ୍ ର ଜଣେ ଯୁବକ ଙ୍କୁ ବିବାହ କରିଥିଲେ । ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି KONSTATINOUS BASILEADAS ଏବଂ ଗ୍ରୀସ୍ ରେ ଯାଇ ତାଙ୍କର ଶାଶୂ ଘରେ ରହିଲେ । ଗ୍ରୀକ୍ ଭାଷା ସିଖିନଥିବାରୁ ସେ ଗ୍ରୀସ ର ନର୍ଥ କଲେଜ ରେ ଇଂଲିଶ ପ୍ରଫେସର ଚାକିରି କରି ଗ୍ରୀକ୍ ଭାଷା ଶିଖିଲେ । ଦୀର୍ଘ ୬ ରୁ ୭ ବର୍ଷ ଗ୍ରୀସ୍ ରେ ରହି ବିଭିନ୍ନ କମ୍ପାନୀ ରେ କାର୍ଯ୍ୟ କରୁଥିଲେ କେଉଁଠାରେ ମାର୍କେଟିଂ ତ କେଉଁଠାରେ ପ୍ରଡକ୍ସନ କାମ କରୁଥିଲେ । ଗତ ୨୦୧୩ ମସିହାରେ ପୁଣି ସେ ଫ୍ୟାମିଲି ସହିତ ଭାରତ ଫେରିଲେ । ଇଣ୍ଡୋ ଫାର୍ମ ଟ୍ରାକ୍ଟର କମ୍ପାନୀ ରେ ଚିଫ ଜେନେରାଲ ହ୍ୟୁମାନ ରେସୋର୍ସ ରେ କାମ କରି ଚଣ୍ଡିଗଡ ରେ ରହୁଥିଲେ । ଲୋପାମୁଦ୍ରା ଗ୍ରୀସ ରେ ଥିଲା ବେଳେ ଏକ ଶପଥ ନେଇଥିଲେ ଯେ ସେ ଯେମିତି କଷ୍ଟ ସ୍ବୀକାର କରି ସୁଦୂର ରାୟଗଡ଼ା ଜିଲ୍ଲା ରୁ ଆସି UK ରେ ପାଠ ପଢି ପାରିଲେ ଏବଂ ଏବେ ନିଜେ ସ୍ବାବଲମ୍ବୀ ହୋଇପାରିଲେ ।
ସେହି ପରି ଯଦି କେବେ ଭାରତ କୁ ଫେରନ୍ତି ଗରିବ ମହିଳା, ଛାତ୍ରୀ ମାନଙ୍କର ପ୍ରକୃତ ଉନ୍ନତୀ କରାଇବେ ଏବଂ ପ୍ରକୃତ ଶିକ୍ଷାଦାନ କରି ସେମାନଂକୁ ସ୍ବାବଲମ୍ବୀ କରାଇବେ । ଏହି ଶପଥ ତାଙ୍କ ମନରେ ସବୁବେଳେ ଉଦ୍ରେକ ହେଉଥିଲା । ୨୦୧୯ ମସିହାରେ ତାଙ୍କୁ ହିଣ୍ଡାଲକୋ ରେ ତାଙ୍କୁ ମ୍ୟାନେଜର CSR କାର୍ଯ୍ୟ ମିଳିଗଲା । ୨୦୧୯ ରୁ ବର୍ତ୍ତମାନ ପର୍ୟ୍ୟନ୍ତ ସେ ହିଣ୍ଡାଲକୋ କମ୍ପାନୀରେ ଚିଫ୍ ମ୍ୟାନେଜର କାମ ତୁଲାଉଛନ୍ତି । ଭଗବାନ୍ ତାଙ୍କୁ ବର୍ତ୍ତମାନ ସୁଯୋଗ ଦେଲେ ତାଙ୍କର ଲକ୍ଷ୍ୟ ରଖିଥିବା କାର୍ଯ୍ୟ କୁ ପୂରଣ କରିବା ପାଇଁ । ହିଣ୍ଡାଲକୋ କମ୍ପାନୀର CSR fund ଓଡ଼ିଶା ସରକାରଙ୍କର ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କୁ ଆଖି ଆଗରେ ରଖି ବର୍ତ୍ତମାନ ଲୋପାମୁଦ୍ରା ଶହ ଶହ ଆଦିବାସୀ ଗରିବ ପୁଅ ଝିଅ ମାନଙ୍କୁ ଉଚ୍ଚ ଶିକ୍ଷା ର ବ୍ୟବସ୍ଥା କରାଇ ପାରିଛନ୍ତି। ଏହି ପିଲାମାନଙ୍କ ମଧ୍ୟରୁ ଆଜି ବହୁତ୍ ପିଲା ସୈନବାହିନୀ ରେ ଯୋଗ ଦେଇ ଦେଶ ମାତୃକା ର ସେବା କରୁଛନ୍ତି, ଇଂଜିନିୟର ଏବଂ ମ୍ୟାନେଜର ଚାକିରି କରି ତାଙ୍କ ମାନଙ୍କର ପରିବାର କୁ ସୁରୁଖୁରୁ ରେ ଚଳାଇ ପାରୁଛନ୍ତି ।
ବିଭିନ୍ନ ଗରିବ ମହିଳା ମାନଙ୍କୁ ଏକାଠି କରି ବିଭିନ୍ନ ପ୍ରକାର କୁଟୀର ଶିଳ୍ପ ଯଥା ମୁଢ଼ି ତିଆରି, ଝାଡୁ ତିଆରି , ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ତିଆରି , ଖଲି ପତ୍ର ର ଦନା, ଟ୍ରେ ଓ ମାଣ୍ଡିଆ ରୁ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ସହିତ ଏହାର good packaging ର କାର୍ଯ୍ୟ କରାଇ ପାରୁଛନ୍ତି । ଶହ ଶହ ମହିଳା ମାନଙ୍କୁ ଆଜି ଲୋପାମୁଦ୍ରା ସ୍ବାବଲମ୍ବୀ କରାଇ ପାରୁଛନ୍ତି । CSR fund ରୁ ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଛୋଟ ଛୋଟ ମେଶୀନାରି କିଣି ମହିଳା ମାନେ ଭିନ୍ନ ଭିନ୍ନ କାର୍ଯ୍ୟ କରି ସ୍ବାବଲମ୍ବୀ କରାଇ ପାରିଛନ୍ତି । ଲୋପାମୁଦ୍ରା ତାଙ୍କ ଜୀବନରେ ପ୍ରାୟତଃ ୨୦ ଟି ଦେଶ ର ଏମ୍ୱାସି ଙ୍କ ସାଙ୍ଗରେ କାମ କରିଛନ୍ତି।
Futuristic CSR ହିସାବ ରେ ସେ ହିଣ୍ଡାଲକୋ ର କାର୍ଯ୍ୟ ରେ ବର୍ତ୍ତମାନ କାର୍ଯ୍ୟରତ । Entrepreneur innovative program ରେ CSR fund କିପରି community ପାଇଁ ବିନିଯୋଗ ହୋଇପାରିବ ସେହି ବିଷୟ ରେ ଲୋପାମୁଦ୍ରା ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଅଛନ୍ତି। ଲୋପାମୁଦ୍ରା ଙ୍କ ଦ୍ଵାରା ପ୍ରତ୍ୟେକ ଭାବରେ ତିଆରି କରାଯାଇଥିବା ମହିଳା କୃଷକ ଉତ୍ପାଦକ ସଂଘରେ ୮୦୦୦ ମହିଳା କାର୍ଯ୍ୟ କରୁଅଛନ୍ତି । ଏହି ପ୍ରଡ୍ୟୁସର୍ ଗ୍ରୁପ୍ ରେ ମ୍ୟାନ୍ୟୁଫ୍ୟାଚରିଂ, ଟ୍ରେଡିଂ , ପାକିଂ ଓ ବ୍ରାଣ୍ଡିଂ ରେ CSR fund କୁ ଲଗାଇ ଅଛନ୍ତି । ଆଜ ସୁଦ୍ଧା ୪୦୦ ଟା ଝିଅ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆର୍ମି ଓ ବିଏସ୍ ଏଫ୍ ରେ ଚାକିରି କରିଅଛନ୍ତି । ୪୦୦୦ ହଜାର ବିଭିନ୍ନ ଆଦବାସୀ ସମ୍ପ୍ରଦାୟ ର ମହିଳା କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ବ୍ଲକ୍, ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କୃଷି କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଛନ୍ତି। ଏହି ମହିଳା ମାନଙ୍କ ମଧ୍ୟରୁ ୩୦୦ ମହିଳା ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟ ର ବିକ୍ରୟ କେନ୍ଦ୍ର କରି ନିଜର ପରିବାର ଚଳାଇ ଅଛନ୍ତି। ଲୋପାମୁଦ୍ରା ଙ୍କର ଉଦ୍ଦେଶ୍ୟ ହେଲା ଯଦି ମହିଳା ମାନଙ୍କର ବୁଦ୍ଧି ଓ ବୃତ୍ତି କୁ ଉନ୍ନତ କରାଯାଏ ତେବେ ଏହା ସମାଜରେ ଚିରନ୍ତନ ଅର୍ଥନୈତିକ ଉନ୍ନତି ର ସମାଧାନ ହୋଇପାରିବ। ଲୋପାମୁଦ୍ରା ଙ୍କ ପରି ଜଣେ କନ୍ୟା ପାଇ ଓଡ଼ିଶା ମାଟି ଗର୍ବିତ ଅଟେ।