ରେହେମା ଖାତୁନ ଙ୍କର ଜନ୍ମ ଫୁଲବାଣୀ ସହରରେ। ବାପାଙ୍କ ନାମ ମୁସ୍ତାଫା ଖାନ୍ ଓ ମାତା ଙ୍କ ନାମ ନସିମ୍ ଖାତୁନ୍। ତାଙ୍କର ବର୍ତ୍ତମାନ ବୟସ ୪୦ ବର୍ଷ । ୨୦୦୦ ମସିହାରେ ରେହେମା+୨ ପାସ କଲା ପରେ ତାଙ୍କୁ ତାଙ୍କ ଘର ଲୋକ ଜିଉଦୟଗିରି ରେ ବିବାହ କରିଦେଇଥିଲେ । ସେତେବେଳେ ତାଙ୍କ ବୟସ ଥିଲା ୧୯ ବର୍ଷ। ତାଙ୍କ ସ୍ଵାମୀ ଙ୍କ ନାମ ମହମ୍ମଦ ୟାସିମ୍ ଯାହାଙ୍କର ସହଯୋଗ ରେ ରେହେମା ଆଜି କନ୍ଧମାଳ ଜିଲ୍ଲାରେ ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ନାରୀ ହୋଇ ଠିଆ ହୋଇ ପାରିଛନ୍ତି । ବର୍ତ୍ତମାନ ସେ ୩ ଟି ପିଲା ଙ୍କର ଜନନୀ। ପିଲା ମାନେ ଏବେ ସ୍କୁଲ୍ ରେ ପଢୁଛନ୍ତି । ୨୦୦୩ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ରେହେମା ସ୍ୱାତି NGO ରେ ସୋସିଆଲ ୱାର୍କର ରୂପେ କାମ କରୁଥିଲେ ANM co-ordinater ହୋଇ। ଏହି ସମୟରେ ସେ ଏକ ବିପଦପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଏବଂ ସେଥିରେ ବହୁତ୍ କଷ୍ଟ କଲା ପରେ ସଫଳତା ପାଇଥିଲେ ।
୨୦୦୩ -୦୪ ମସିହାରେ ପିରିଙ୍ଖିଆ ବ୍ଲକ୍ ର ପାହାଡି ପଞ୍ଚାୟତ ଅନ୍ତର୍ଗତ ବାଲନ୍ଦା ପଡା , କେଏର ମୁଣ୍ଡା , ପାଇରାଜୁ ପଞ୍ଚାୟତ ର ରେହେମା ANM କୋଡ଼ିନେଟର ଥିବା ସମୟରେ ସେହି ପଞ୍ଚାୟତ ରେ ଥିବା ଗ୍ରାମ ଗୁଡିକୁ ବାରମ୍ବାର ଗ୍ରସ୍ତ କରିବାକୁ ପଡୁଥିଲା । ଏହି ପଞ୍ଚାୟତ ଗୁଡିକ ଫିରିଙ୍ଖିଆ ବ୍ଲକ୍ ମୁଖ୍ୟ ଦପ୍ତର ଠାରୁ ୧୫ କିଲୋ ମିଟର ଦୂରରେ ଥିବାରୁ ରେହେମା ଙ୍କ ସ୍ଵାମୀ ତାଙ୍କୁ ଗାଡି ରେ ନେଇ ଯାଇଥାନ୍ତି । ଏହି ଗ୍ରାମ ଗୁଡିକ ଯିବା ଭିତରେ ରେହେମା ଙ୍କୁ ଏକ ଅପ୍ରିତିକର ପରିସ୍ଥିତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ପରିସ୍ଥିତି ଫୁଲବାଣୀ ର ସବୁ ଅପନ୍ତରା ଗ୍ରାମ ଗୁଡିକ ରେ ଘଟୁଥିଲା । ତାହା ଥିଲା ସାଧାରଣ ଝିଅମାନଙ୍କୁ ତାଙ୍କର ଘର ଲୋକ ତାଙ୍କୁ ୧୫- ୧୬ ବର୍ଷ ବୟସ ରୁ ବିବାହ କରିଦେଉଥିଲେ। ଏହି କୋମଳ ଅବସ୍ଥାରେ ଯଦି ତାଙ୍କର ଗର୍ଭ ଧାରଣ ହୋଇଗଲା ତେବେ ଠିକ୍ ପିଲା ଜନ୍ମ ହେବା ସମୟ ପାଖେଇ ଆସିବା ବେଳକୁ ସେହି ଗର୍ଭ ଧାରିଣୀ ଝିଅ ମାନଙ୍କୁ ଘର ପଛ ପଟେ ଥିବା ଗଛ ମୂଳ ରେ ଏକୁଟିଆ ଛାଡି ଦିଆଯାଉଥିଲା କିମ୍ବା ବାହାରେ ଥିବା ଗାଇ ଗୁହାଳେ ଛାଡ଼ି ଦେଉଥିଲେ । ପ୍ରସବ ସମୟରେ ସେମାନେ ଏକୁଟିଆ ବିକଟାଳ ଚିତ୍କାର କରି ଶିଶୁ ଟିକୁ ଜନ୍ମ ଦେଉଥିଲେ ଏବଂ ପାଖରେ ଥିବା ପଥର ରେ ସେହି ଶିଶୁ ଟିର ନାହି ନାଡ ଟିକୁ ଛେଚି ଅଲଗା କରୁଥିଲେ ।
ଏହି ଅବସ୍ଥା ରେ ଶିଶୁ ଟି ମାଟି କାମୁଡି ପକାଉଥିଲା । ପରେ ପରିବାରର ଲୋକ ମାନେ ମାଆ ଓ ଛୁଆ କୁ ନେଇ ନଦୀ ଜଳ ରେ ଗାଧୋଇ ଦେଉଥିଲେ। ଯାହା ଫଳରେ ପରିଣାମ ସ୍ବରୂପ ଉଭୟ ମାଆ ଓ ଶିଶୁ ଙ୍କର ବହୁତ୍ କ୍ଷେତ୍ର ରେ ମୃତ୍ୟୁ ହେଉଥିଲା । ଏହି ଅମାନୁଶିକ କାର୍ଯ୍ଯ ଦେଖିସାରିଲା ପରେ ରେହେମା କାନ୍ଦିପକାଉଥିଲେ କିନ୍ତୁ ଏ ପରମ୍ପରା ଉକ୍ତ ତିନୋଟି ଗ୍ରାମ ପଞ୍ଚାୟତ ରେ କେଉଁ କାଳରୁ ଚାଲି ଆସିଥିଲା । ରେହେମା ଯେତେବେଳେ ଗର୍ଭବତୀ ମହିଳାମାନଙ୍କୁ ଓ ଝିଅ ମାନଙ୍କୁ ଏ ବିଷୟରେ ବୁଝାଇଲେ ଯେ ଏହି କଦର୍ଯ୍ୟ କାମ ନ କରି ଆପଣ ମାନେ ଆରାମ ରେ ଯାଇ ଡାକ୍ତରଖାନା ରେ ପ୍ରସବ କରିପାରିବେ । ସେତେ ବେଳେ ଉକ୍ତ ଗ୍ରାମ ଗୁଡିକ ର ଲୋକମାନେ ରେହେମା ଙ୍କୁ ବିରୋଧ କଲେ କାରଣ ଏହା ତାଙ୍କ ଧର୍ମ ବାହାରେ କାର୍ଯ୍ୟ କିନ୍ତୁ ରେହେମା ଏହାକୁ ଖାତିର ନ କରି ନିଜ ବ୍ୟବସ୍ଥା ରେ ଉକ୍ତ ଗର୍ଭ ଧାରିଣୀ ମା ମାନଙ୍କୁ ପ୍ରସବ କାଳ ପୂର୍ବରୁ ଡାକ୍ତରଖାନା ଆଣି ତାଙ୍କ ପାଖରେ ରହି ପ୍ରସବ କାର୍ଯ୍ଯକୁ ସଠିକ୍ ଭାବରେ କରାଇ ଉଭୟ ମାଆ ଓ ଛୁଆ ଙ୍କୁ ସୁସ୍ଥ ଅବସ୍ଥାରେ ତାଙ୍କର ଘରେ ଛାଡୁଥିଲେ । ଏହି ପରି ବହୁତ୍ ଗୁଡାଏ କେସ କୁ ସମାଧାନ କରିଛନ୍ତି । ୨୦ ରୁ ୨୫ ଗର୍ଭବତୀ ମହିଳା ମାନଙ୍କୁ ନିଜ ପରିଶ୍ରମ ରେ ଡାକ୍ତରଖାନ କୁ ଆଣିବା ଓ ପ୍ରସବ କରାଇବା କାର୍ଯ୍ୟ କଲେ । ଦୀର୍ଘ ୫ ବର୍ଷ ପରେ ରେହେମା ଅନୁଭବ କଲେ ଉକ୍ତ ୩ ଟି ପଞ୍ଚାୟତ ର ୨ ରୁ ୩ ହଜାର ପରିବାର ସମସ୍ତେ ଡାକ୍ତରଖାନା ଆସି ସେମାନଙ୍କର ଶିଶୁ ଜନ୍ମ କରାଉଛନ୍ତି । ଏହା ଯେପରି ରେହେମା ଙ୍କୁ ସ୍ବର୍ଗ ସୁଖ ଭଳି ଅନୁଭବ ହେଲା । ଦୀର୍ଘ ଦିନର ଚେଷ୍ଟା ତାଙ୍କର ପୂର୍ଣ୍ଣ ରୂପେ ସଫଳ ହେଲା ।
ରେହେମା କରୋନା କାଳ ରେ ଜ୍ୟୋତି NGO ର କାର୍ଯ୍ୟ ଛାଡି ନିଜ ପଡା ରେ ଟେଲରିଂ ଓ ବିୟୁଟିସିଆନ୍ କୋର୍ସ କରି ଏହି କାର୍ଯ୍ୟ ଜିଉଦୟଗିରି ରେ କଲେ । ମୋଦି ସରକାର ଙ୍କର ଡିଜିଟାଲ ବ୍ୟବସ୍ଥା ରେ ପୂର୍ଣ୍ଣ ରୂପେ ଯୋଡ଼ି ହୋଇ ଗଲେ । Phone PE, PTM , Bharat pe ବ୍ୟବସ୍ଥାକୁ କନ୍ଧମାଳ ଜିଲ୍ଲା ର ୧୨ ବ୍ଲକ୍ ରେ ଥିବା ଛୋଟ ବଡ ଦୋକାନ ରେ ଲାଗୁ କରାଇଲେ । ଆଜି ସୁଦ୍ଧା ରେହେମା କନ୍ଧମାଳ ଜିଲ୍ଲାର ପ୍ରାୟ ୨୦ ହଜାର ଉଭୟ ଛୋଟ ବଡ ଦୋକାନ ଗୁଡିକ ରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଲାଗୁ କରାଇ ଅଛନ୍ତି । ବର୍ତ୍ତମାନ ରେହେମା ରିଡ୍ ନିୟୁଜ ( Read News) ଏକ ଟିଭି ଚ୍ୟାନେଲ୍ ର ରିପୋର୍ଟର ଅଛନ୍ତି। ନିର୍ଭୀକ ଓ ସଠିକ୍ ଭିଜୁଆଲ୍ ନିୟୁଜ୍ ପାଇଁ ରେହେମା ବଧପରିକର ଅଟନ୍ତି । ରେହେମା ଖାତୁନ୍ ସତରେ ଏକ ବହୁ ମୁଖୀ ପ୍ରତିଭା ର ଅଧିକାରିଣୀ ଅଟନ୍ତି । ଏକା ଧାରା ରେ ସେ ଜଣେ ଭଲ ସମାଜ ସେବୀ, ଭଲ ଟେଲର ମିସ୍ତ୍ରୀ, ଭଲ ବିୟୁଟିସିଆନ ଓ ଭଲ ଟିଭି ରିପୋର୍ଟର ରୂପେ କାର୍ଯ୍ୟ କରୁ ଅଛନ୍ତି । ରେହେମା ଙ୍କୁ ଜନ୍ମ ଦେଇ ଆଜି କନ୍ଧମାଳ ଜିଲ୍ଲାର ମାଟି ଗର୍ବିତ ଅଟେ।