ବର୍ତ୍ତମାନ ଚାକିରୀ କିମ୍ବା ବ୍ୟବସାୟ କରୁଥିଲେ ମଧ୍ୟ କିଛି ବ୍ୟକ୍ତି ଚାଷ କାମ ପ୍ରତି ଆକର୍ଷିତ ହୋଇ ବିଭିନ୍ନ ଚାଷକାମ କରୁଛନ୍ତି l ଜୈବିକ ଏବଂ ପ୍ରାକୃତିକ ପ୍ରଣାଳୀରେ ଚାଷ କାମ କରିବାକୁ ଅଧିକ ଲୋକ ଉତ୍ସାହିତ l ଜୈବିକ ଏବଂ ପ୍ରାକୃତିକ ପ୍ରଣାଳୀରେ ଚାଷ କଲେ ମାଟିର ଗୁଣବତ୍ତା ଏବଂ ଉତ୍ପାଦିତ ଫସଲର ଗୁଣବତ୍ତା ଉନ୍ନତ ହୋଇପାରୁଛି l ସରକାର ମଧ୍ୟ ଚାଷକାମ ଉତ୍ସାହିତ କରୁଛନ୍ତି ସମସ୍ତଙ୍କୁ l ବିହନ ଠାରୁ ଆରମ୍ଭ କରି କୃଷି ଯନ୍ତ୍ରପାତି ପର୍ଯ୍ୟନ୍ତ ସରକାର ସହାୟତା ପ୍ରଦାନ କରୁଛନ୍ତି l ଚାଷୀଙ୍କ ପାଇଁ ସରକାରୀ ଯୋଜନା ପ୍ରଚଳନ କରାଯାଇଛି ଯାହାର ସହାୟତା ନେଇ ପାରୁଛନ୍ତି ଚାଷୀ l
ସେହିଭଳି କୃଷି ଜାଗରଣ ସଂସ୍ଥା ଚଳିତ ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଷି ଜାଗରଣ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ଆୟୋଜିତ କରିଥିଲା ଯାହାର ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟର l ଏହି କାର୍ଯ୍ୟକ୍ରମର ସହ ସଂଯୋଜକ ରହିଥିଲା ICAR l ଓଡ଼ିଶା ରୁ ବିଭିନ୍ନ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିବାବେଳେ ସମ୍ବଲପୁରର ସଫଳ ଚାଷୀ ଚେତନ ମଧ୍ୟ ଜିଲ୍ଲା ସ୍ତରୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ l
ଚେତନ ଏହି ପୁରସ୍କାରରେ ସମ୍ମାନିତ ହେବା ପରେ କୃଷି ଜାଗରଣକୁ ସାକ୍ଷାତକାର ଦେଇଥିଲେ l ଏହି ସମୟରେ ସେ କହିଥିଲେ B.COM ପାଠ ପଢ଼ା ସାରିବା ପରେ ସେ ଅନ୍ୟାନ୍ୟ ବ୍ୟବସାୟ କରିଥିଲେ l ଧୀରେ ଧୀରେ ତାଙ୍କୁ ଚାଷ କାମ ପ୍ରତି ଇଚ୍ଛା ପ୍ରକାଶ ପାଇଥିଲା ଏବଂ ସେ ଚାଷକାମ ଆରମ୍ଭ କରିଥିଲେ l ଯାହା କରି ସେ ଲାଭ ମଧ୍ୟ କମାଇବା ସହିତ ନିଜ ଜିଲ୍ଲାର ଜଣେ ସଫଳ ଚାଷୀ ହୋଇପାରିଛନ୍ତି l ତାଙ୍କ କହିବା ଅନୁଯାୟୀ ନୂତନ ଚାଷ ପ୍ରଣାଳୀ ଏବଂ ନୂତନ ଜ୍ଞାନକୌଶଳ ଆପଣେଇ ଯଦି ଚାଷ କାମ କରାଯାଏ ତେବେ ଏଥିରେ ଭଲ ଅର୍ଥ ରୋଜଗାର କରାଯାଇପାରିବ l
କୃଷି ଜାଗରଣର ମୁଖ୍ୟ ସମ୍ପାଦକ ତଥା ଫାଉଣ୍ଡର ଏମ ସି ଡୋମିନିକଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ଚାଷୀଙ୍କ ପାଇଁ ପ୍ରେରଣାଦାୟ l ସେ କହିଛନ୍ତି ନୂତନ କରି ଚାଷକାମରେ ପାଦ ଦେଇଥିବା ଚାଷୀ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରେରିତ ହୋଇ ଚାଷକାମ ପ୍ରତି ଆହୁରି ଉତ୍ସାହିତ ହେବେ l ନୂତନ କିଛି ଶିଖିବାକୁ ପାଇବେ ମଧ୍ୟ l
ଚେତନ ସମ୍ବଲପୁରରେ କଳା ଚାଉଳ , ଆମ୍ବ , ମୌସମବି କମଳା , ପପିତା ଏବଂ ମାଲାବାର ନିମ ଭଳି ଚାଷକାମ କରନ୍ତି ସେ l ଆଗକୁ ନର୍ସରୀ କରିବାକୁ ଆଗ୍ରହ ରଖିଛନ୍ତି ଯେଉଁଠି ସେ ଉନ୍ନତ ଭେରାଇଟିର ଆମ୍ବ ଚାଷ କରିବେ l ତାଙ୍କ ଚାଷ କ୍ଷେତ୍ରରେ ସେ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି l ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି l ଜୈବିକ ଚାଷ ଅଧିକ ଲାଭପ୍ରଦ ବୋଲି କହିଛନ୍ତି l ଚାଷକାମରୁ ଉତ୍ପାଦିତ ଫସଲ ନିକଟ ବଜାରରେ ବିକ୍ରି କରୁଛନ୍ତି ସେ l ଚାଷ ପ୍ରତି ଥିବା ନକାରାତ୍ମକ ଚିନ୍ତାଧାରାକୁ ଛାଡ଼ି ଚାଷକାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି l