Success Stories

ଶିବ ପ୍ରସାଦଙ୍କୁ ଟମାଟୋ ଚାଷ କରିଛି ଆତ୍ମନିର୍ଭର

ଏହି ଆଧୁନିକ ଯୁଗରେ ଚାଷୀ ନୂଆ ନୂଆ କୌଶଳ ବ୍ୟବହାର କରି ଅନେକ ପ୍ରଜାତିର ଟମାଟର ଚାଷ କରୁଛନ୍ତି ଯାହା ତାଙ୍କୁ ବର୍ଷ ସାରା ଲାଭ ଦେଉଛି

31 August, 2024 3:18 PM IST By: Tanushree Mahapatra

ଟମାଟୋ ଚାଷ ସାଧାରଣତଃ ବର୍ଷକୁ ଦୁଇଥର ଚାଷ କରାଯାଏ l ଗୋଟିଏ ଚାଷ ଜୁଲାଇ-ଅଗଷ୍ଟରୁ ଆରମ୍ଭ ହୋଇ ଫେବୃଆରୀ-ମାର୍ଚ୍ଚ ପର୍ଯ୍ୟନ୍ତ ଏବଂ ଅନ୍ୟଟି ନଭେମ୍ବର-ଡିସେମ୍ବରରୁ ଆରମ୍ଭ ହୋଇ ଜୁନ୍-ଜୁଲାଇ ପର୍ଯ୍ୟନ୍ତ ଚାଷ କରାଯାଇଥାଏ l ଟମାଟୋ ଚାଷରେ, ସର୍ବପ୍ରଥମେ ମଞ୍ଜିରୁ ଏକ ନର୍ସରୀ ପ୍ରସ୍ତୁତ ହୁଏ, ପ୍ରାୟ ଏକ ମାସ ମଧ୍ୟରେ ନର୍ସରୀ ଉଦ୍ଭିଦଗୁଡିକ କ୍ଷେତରେ ଲଗାଇବା ପାଇଁ ଉପଯୁକ୍ତ ହୋଇଯାଏ l ତେବେ ଏହି ଆଧୁନିକ ଯୁଗରେ ଚାଷୀ ନୂଆ ନୂଆ କୌଶଳ ବ୍ୟବହାର କରି ଅନେକ ପ୍ରଜାତିର ଟମାଟର ଚାଷ କରୁଛନ୍ତି ଯାହା ତାଙ୍କୁ ବର୍ଷ ସାରା ଲାଭ ଦେଉଛି l ଯଦି ଜଣେ ଚାଷୀ ହାଇବ୍ରିଡ୍ ଟମାଟୋର ଅମଳ କରିଥାଏ ତେବେ ସେ ୭୦୦-୮୦୦ କ୍ୱିଣ୍ଟାଲ୍ ଟମାଟର ପାଇଥାଏ ନିଜ ଜମିରୁ l

ଅଧିକ ଟମାଟର ଅମଳ ହେବା ଯୋଗୁଁ ଚାଷୀର ଟମାଟର ପୂର୍ବରୁ ସଠିକ ସଂରକ୍ଷଣ ହୋଇପାରୁନଥିଲା ଯାହାଦ୍ୱାରା ବଳକା ଟମାଟର ନଷ୍ଟ ହୋଇଯାଉଥିଲା l କିନ୍ତୁ, ରାଜ୍ୟ ସରକାରଙ୍କ ଶୀତଳ କୋଲ୍ଡ ଷ୍ଟୋରେଜ ପ୍ରତିଷ୍ଠା ଯୋଗୁଁ ଚାଷୀଙ୍କ ଅମଳ ପନିପରିବା ଆଉ ନଷ୍ଟ ହେଉ ନାହିଁ l ବଜାରରେ ଉଚିତ ଦର ମିଳିବା ପର୍ଯ୍ୟନ୍ତ ଚାଷୀ ନିଜ ଅମଳ ପନିପରିବା ଷ୍ଟୋରେଜ କରି ରଖି ପାରୁଛି l ଯାହା ତାଙ୍କ ପରିଶ୍ରମର ସଠିକ ଫଳ ପ୍ରଦାନ କରୁଛି l ତେବେ ଆମେ ଆଜି ଏହି ଆର୍ଟିକଲ ମାଧ୍ୟମରେ ଜଣେ ସଫଳ ଟମାଟୋ ଚାଷୀଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ l

ରାୟଗଡ଼ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା l ପଡୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥ ଏବଂ ରେଳପଥରେ ଉତ୍ତମ ସମ୍ପର୍କ ରହିଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀ ଲୋକ ଅଧିକ ଦେଖିବାକୁ ମିଳନ୍ତି l ଏହି ଜିଲ୍ଲାରେ ରହୁଥିବା ଲୋକେ ଓଡ଼ିଆ, ତେଲୁଗୁ ସହିତ ସୌରା ଭାଷା ଓ କୁଇ ଭାଷାରେ କଥା ଅଧିକ ହୋଇଥାନ୍ତି ।ଏହି ଜିଲ୍ଲାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି l ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ମଧ୍ୟ ଚାଷ କରୁଛନ୍ତି ସେଠାକାର ଲୋକେ l ପାହାଡିଆ ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏହି ଜିଲ୍ଲାର ଚାଷୀ ସରକାରୀ ଯୋଜନା ସହାୟତାରେ ଉନ୍ନତ ଚାଷ କରି ସଫଳ ମଧ୍ୟ ହୋଇଥିବାର ଦେଖିବାକୁ ମିଳେ l ଖାଲି ନିଜ ଜିଲ୍ଲା ନୁହେଁ ଅନ୍ୟ ଜିଲ୍ଲା ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ରପ୍ତାନି କରୁଛନ୍ତି ଅମଳ ହୋଇଥିବା ପନିପରିବା l ତେବେ ଏହି ଜିଲ୍ଲାରେ ଅଧିକ କପା ଚାଷ ହେଉଥିବା ଯୋଗୁଁ ଜିଲ୍ଲାଟି କପା ଚାଷ ପାଇଁ ବେଶ ପ୍ରସିଦ୍ଧ l ଏହି ଜିଲ୍ଲାରେ ଜଣେ ସଫଳ ଟମାଟର ଚାଷୀ ଅଛନ୍ତି ଯିଏକି ପ୍ରଗତିଶୀଳ ଚାଷୀ ଭାବେ ଜିଲ୍ଲା କୃଷି ବିଭାଗ ତରଫରୁ ସମ୍ମାନିତ ହୋଇଛନ୍ତି l

ଶ୍ରୀ ସି.ଏଜ ଶିବ ପ୍ରସାଦ , ରାୟଗଡ଼ ଜିଲ୍ଲାର ମୁନିଗୁଡ଼ା ଅଞ୍ଚଳର ଜଣେ ସଫଳ ଟମାଟର ଚାଷୀ l ଯିଏକି ଦିନ ରାତି ତାଙ୍କ ଚାଷ ଜମିରେ ପରିଶ୍ରମ କରି ଉନ୍ନତ ମାନର ଟମାଟର ଚାଷ କରୁଛନ୍ତି l ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l ଖାଲି ଟମାଟର ନୁହେଁ ଏହା ସହିତ କୋବି ମଧ୍ୟ ଚାଷ କରୁଛନ୍ତି ସେ l ପ୍ରାୟତଃ ୩ ବର୍ଷ ହୋଇଯିବ ନିଜକୁ ଚାଷ କାମରେ ନିୟୋଜିତ କରିଛନ୍ତି l ସବୁଠାରୁ ବଡ଼ ବିଷୟ ହେଲା ଟମାଟର ର ଗ୍ରାଫଟେଡ଼ ଚାରା ବ୍ୟବହାର କରୁଛନ୍ତି ସେ ନିଜ ଚାଷ ଜମିରେ l ଯାହାର ଚାରା ସେ ଅନ୍ୟ ନର୍ସରୀରୁ ଆଣୁଛନ୍ତି l

ତାଙ୍କ କହିବା ଅନୁଯାୟୀ ଟମାଟର ଏକର ପ୍ରତି ୫୦ ରୁ ୬୦ ହଜାର ରୋଜଗାର ହେଉଛି l କୋବିରେ ମଧ୍ୟ ୩୦ ରୁ ୪୦ ହଜାର ପର୍ଯ୍ୟନ୍ତ ଲାଭ ମିଳୁଛି l ବିଶାଖାପାଟଣା , ବରହମପୁର ଏବଂ ନିଜ ରାୟଗଡ଼ ଜିଲ୍ଲାରେ ଅମଳ ହୋଇଥିବା କୋବି ଓ ଟମାଟର ସେ ବିକ୍ରି କରିଥାନ୍ତି l ତାଙ୍କ କହିବା ଅନୁଯାୟୀ ଟମାଟର ରେ ଏକର ପ୍ରତି ୫୦ ରୁ ୬୦ ହଜାର ଟଙ୍କା ରୋଜଗାର ହେଉଛି l କୋବିରେ ମଧ୍ୟ ୩୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଛି l ବିଶାଖାପାଟଣା , ବରହମପୁର ଏବଂ ନିଜ ରାୟଗଡ଼ ଜିଲ୍ଲାରେ ଅମଳ ହୋଇଥିବା କୋବି ଓ ଟମାଟର ସେ ବିକ୍ରି କରିଥାନ୍ତି l ସରକାରଙ୍କ ପ୍ରଚଳିତ ଡ୍ରିପ ଇରିଗେଶନ ଏବଂ ମଲଚିଙ୍ଗ ମାଧ୍ୟମରେ ଜଳ ସେଚନ କରୁଛନ୍ତି l ଚାଷ ଜମିରେ ଆବଶ୍ୟକ ହେଉଥିବା ନ୍ୟୁଟ୍ରିଏଣ୍ଟ ଡ୍ରିପ ମାଧ୍ୟମରେ ସଠିକ ପରିମାଣରେ ଗଛ ଗୁଡ଼ିକୁ ପ୍ରଦାନ କରାଯାଉଛି l

ଅଧିକ ପଢ଼ନ୍ତୁ

କୃଷି ବିଜ୍ଞାନ କେନ୍ଦ୍ରର ୩ ଦିନିଆ ଆଞ୍ଚଳିକ ବାର୍ଷିକ କର୍ମଶାଳା

Drone in Farm: ଏଥର ଡ୍ରୋନ୍ ଦେବ ଲକ୍ଷ ଲକ୍ଷ ରୋଜଗାର!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)