Success Stories

ଚାଷୀ କଲ୍ୟାଣ ଯୋଜନାର ଏକ ସଫଳ କାହାଣୀ

ରାଜ୍ୟ ସରକାରଙ୍କର MARKFED ତରଫରୁ ଏକ ମୁଗ ମଣ୍ଡି ଖୋଲାଯାଇଛି....

10 July, 2024 10:59 AM IST By: Tanushree Mahapatra

ସୋମବାର ରଘୁନାଥପୁର ବ୍ଲକର ରେଢ଼ୁଆ ପଞ୍ଚାୟତରେ ରାଜ୍ୟ ସରକାରଙ୍କର MARKFED  ତରଫରୁ ଏକ ମୁଗ ମଣ୍ଡି ଖୋଲାଯାଇଛି l ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଏହି ମଣ୍ଡିର ପରିଚାଳନା ଦାୟିତ୍ୱ ବାଣୀକ୍ଷେତ୍ର ମହିଳା କୃଷକ ଉତ୍ପାଦକ ସଂଘକୁ ଦିଆଯାଇଛି l ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ରଘୁନାଥପୁର ବ୍ଲକରେ SFAC ମାଧ୍ୟମରେ କାଶୀ କ୍ଷେତ୍ର ମହିଳା କୃଷକ ଉତ୍ପାଦକ ସଂଘ ତିଆରି କରାଯାଇଛି  l ଏହି ମହିଳା କମ୍ପାନୀରେ ୫୭୫ ଜଣ ଅଂଶୀଦାର ଅଛନ୍ତି l ରଘୁନାଥପୁର ବ୍ଲକରେ ରେଢ଼ୁଆ , ରାଢ଼ଙ୍ଗ , ପୁରୁଣାବସନ୍ତ , ତଅଂରା , ଚିକିଣିଆ ଓ ଅଢେଇକୁଳ ଗ୍ରାମ ପଞ୍ଚାୟତକୁ ନେଇ ଏହି ମହିଳା କୃଷକ ଉତ୍ପାଦକ ସଂଘ ତିଆରି ହୋଇଛି l

ଜଗତସିଂହପୁର ଜିଲ୍ଲାରେ ପୂର୍ବ ବର୍ଷ ମାନଙ୍କ ପରି ଚଳିତବର୍ଷ ପ୍ରଚୁର ପରିମାଣରେ ମୁଗ ଡାଲି ଫସଲ ଉତ୍ପାଦନ ହୋଇଛି l ରାଜ୍ୟ ସରକାରଙ୍କ MARKFED ମାଧ୍ୟମରେ ଜିଲ୍ଲାରେ ୨୧ ଟି ମୁଗ ମଣ୍ଡି ଖୋଲାଯାଇଛି l ସାଧାରଣତଃ ମୁଗ ର ଦାମ ସରକାରୀ ମଣ୍ଡିରେ ବଜାର ମୂଲ୍ୟ ଠାରୁ କେଜି ପିଛା ୧୭ ରୁ ୧୮ ଟଙ୍କା ଅଧିକ ଥାଏ l ମହିଳା କମ୍ପାନୀ ଦ୍ୱାରା ଏହି ମଣ୍ଡି ପରିଚାଳିତ ହେଉଥିବାରୁ ସମଗ୍ର ମହିଳାମାନେ ନିର୍ଭୀଘ୍ନରେ ନିଜ ଘର ର ଉତ୍ପାଦିତ ମୁଗକୁ ଆଣି ମଣ୍ଡିରେ ଦେଇ ପାରୁଛନ୍ତି l ଏହି କମ୍ପାନୀରେ କିଛି ସଦସ୍ୟ ଅଛନ୍ତି ଯେଉଁମାନେ ଅନ୍ୟ ଚାଷୀ ଭାଇଙ୍କର କୃଷି କ୍ଷେତ୍ରରେ କୃଷି କାମ କୁ ମୁଲରେ(Daily wages) କରନ୍ତି l ଏକ କୃଷି ଶ୍ରମିକଙ୍କ ପ୍ରତିଦିନର ମୁଲ ଦାମ ୩୫୦ ଟଙ୍କା l ଶିବ ଶମ୍ଭୁ FIG ରେ ସଦସ୍ୟମାନେ ପ୍ରାୟତଃ ଏହି କୃଷି ମହିଳା ଶ୍ରମିକ ଶ୍ରେଣୀର ଅଟନ୍ତି l

ଗତବର୍ଷ ଏହି ଶ୍ରେଣୀର ମହିଳା ମାନେ ମୁଗ ଓପାଡ଼ିବା କାମ ମୂଲରେ କରୁଥିଲେ l ମୁଗ ଉପାଡିବା ପାଇଁ ସେମାନେ ୩୦ ଦିନ ସମୟ ନେଇଥାନ୍ତି l ୩୦ ଦିନ ମୂଲରେ ସେମାନେ ୧୦, ୫୦୦ ଟଙ୍କା ଆୟ କରିଥାନ୍ତି l ଗତବର୍ଷ ଏହି ମହିଳା ମାନେ ମଣ୍ଡିରେ 20କେଜି , 30 କେଜି ମଣ୍ଡିରେ ଦେଇ 85 ଟଙ୍କା 58 ପଇସା ପ୍ରତିକିଲୋ ପ୍ରତି ଆୟ କରିଥିଲେ l ଏଣୁ ଚଳିତବର୍ଷ ଏହି ମହିଳା ଗୃପର ମହିଳାମାନେ ମୁଗକୁ ମୂଲରେ ନ ଉପାଡି ଜୁଆଳିରେ ଉପାଡିବା ପାଇଁ ସ୍ଥିର କରିଥିଲେ l ଏହି ଏକ ମାସ ସମୟ ନେଇ ନିଜ ଗ୍ରାମର ଅନ୍ୟ ଚାଷୀ ଭାଇଙ୍କର ମୁଗ ଉପାଡିବା କାର୍ଯ୍ୟ ଜୁଆଳି ହିସାବରେ ସମାପନ କରିଥିଲେ l ତେବେ ଜୁଆଳିର ଅର୍ଥ ହେଉଛି ମୁଗ ଉପାଡିଥିବା କୃଷି ଶ୍ରମିକଟି ଯେତିକି ମୁଗ ଉପାଡିଥିବା ସେଥିରେ ୬୦ ଭାଗ ଜମି ମାଲିକକୁ ଦେବା ପରେ ନିଜେ ୪୦ ପ୍ରତିଶତ ଭାଗ ରଖିବ ନିଜ ପାଇଁ l

ଏହି ପରି  ଦୂଆଳି ବ୍ୟବସ୍ଥାରେ ମୁଗ ଉପାଡି ଉକ୍ତ ଗ୍ରୁପର ୧୦ଟି ମହିଳା ଶ୍ରମିକମାନେ ଗତ ୩୦ ଦିନ ମଧ୍ୟରେ ୨ କ୍ୱିଣ୍ଟାଲ ଲେଖାଏଁ ମୁଗ ଉତ୍ପାଦନ କରିଛନ୍ତି l ଯାହାର ମଣ୍ଡିର ମୂଲ୍ୟ ହେବ 17580 ଟଙ୍କା l ଏହା ସହିତ ନିଜ ଘରେ ଖାଇବା ପାଇଁ ୧ କ୍ୱିଣ୍ଟାଲ ରଖିଛନ୍ତି l  ଏହି ଜୁଆଳି ବ୍ୟବସ୍ଥାରେ ମୁଗ ଉପାଡିବା ଦ୍ୱାରା ଉକ୍ତ ୧୦ ଜଣ ମହିଳା ସଦସ୍ୟ ଅଧିକ 7550 ଟଙ୍କା ଆୟ କରିଛନ୍ତି l

ଏହି ମହିଳା ସଦସ୍ୟମାନେ ହେଲେ ଝୁନି ଲତା ଭଞ୍ଜ , ଆରତୀ ଦାସ , ମୀନ ଦାସ , ଝୁଲଣା ଦେଇ , ଲୋଭା ଭଞ୍ଜ , ବାସନ୍ତୀ ଭୋଇ , ସଂଯୁକ୍ତା ଦାସ , ପ୍ରେମଲତା ଦାସ , ରୀନା ଦାସ ଓ ତନୁଶ୍ରୀ ଦାସ l  ସମସ୍ତ ସଦସ୍ୟା under privilage ଶ୍ରେଣୀର ମହିଳା ଅଟନ୍ତି l ଆଜିର ମଣ୍ଡିକୁ  ବାଣୀକ୍ଷେତ୍ର ମହିଳା କୃଷକ ଉତ୍ପାଦକ ସଂଘର କାର୍ଯ୍ୟକର୍ତ୍ତା Srimati Krushna Priya Biswal, କାଦମ୍ବିନୀ ବେହେରା , ଶାନ୍ତିଲତା ଦ୍ଵିବେଦୀ ପରିଚାଳନା କରୁଥିଲେ l ଏହା ଏକ ମହିଳାଙ୍କ ସଫଳ କାହାଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ l

ଅଧିକ ପଢ଼ନ୍ତୁ

ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍

ରାଜସ୍ଥାନ ଟୋଙ୍କରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)