ମାଛ (fish) ଏକ କମ୍ ଚର୍ବିଯୁକ୍ତ ଉଚ୍ଚ ଗୁଣର ପ୍ରୋଟିନ୍ ଜାତୀୟ ଖାଦ୍ୟ । ଏଥିରେ କ୍ୟାଲସିୟମ ଏବଂ ଫସଫରସ୍ ଅଧିକ ମାତ୍ରା ରେ ରହିବା ସଙ୍ଗେ ସଙ୍ଗେ, ଏହା ମଧ୍ୟ ଖଣିଜ ପଦାର୍ଥ ଯେପରିକି ଲୁହା, ଜିଙ୍କ, ଆୟୋଡିନ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ର ଏକ ବଡ଼ ଉତ୍ସ ଅଟେ |
ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍, ଲିନୋଲେନିକ୍ ଏସିଡ୍, ଇପିଏ ଓ ଡିଏଚଏ ଏବଂ ଓମେଗା-୬ ଫ୍ୟାଟି ଏସିଡ୍ (ଲିନୋଲେଇକ ଏସିଡ଼ ଓ ଆରାକାଇଡୋନିକ୍ ଏସିଡ଼) ଭରପୁର ଅଟେ ଯେଉଁଟାକି ରକ୍ତଚାପ ଜନିତ ରୋଗର ପ୍ରତିରକ୍ଷା, ମସ୍ତିକର ବୃଦ୍ଧି ଏବଂ ଆର୍ଥ୍ରାଇଟିସ୍ ରୋଗ ଭଳି ବଡ଼ ବଡ଼ ରୋଗରୁ ରକ୍ଷା କରି ଥାଏ। କିନ୍ତୁ ଏଥିରେ ଏନ୍.ପି.ଏନ୍ ( ନନ୍ ପ୍ରୋଟିନ ନାଇଟ୍ରେଜିନସ୍ ) ପରିମାଣ, ନ୍ୟୁଟ୍ରାଲ ପିଏଚ ଏବଂ ଶତକଡ଼ା ୭୦ ଭାଗ ଜଳର ପରିମାଣ ଥିବାରୁ ଏହା ଜୀବାଣୁ, ଭୁତାଣୁ ମାନଙ୍କ ସଂସ୍ପର୍ଶରେ ସହଜରେ ଆସିଥାଏ । ମାଛ ଅମଳ ସମୟରେ ମାଛ(fish) ର ଚର୍ମ, ଗାଲିସି ଏବଂ ଅନ୍ତଃନାଳୀରେ ସାଧାରଣତଃ ଜୀବାଣୁ, ଭୁତାଣୁମାନେ ରହିଥାନ୍ତି। ଯେଉଁଟାକି ରୋଗ ସଂକ୍ରମଣର କାରଣ ହୁଅନ୍ତି l
ଅମଳ ପରେ ଧୀରେ ଧୀରେ ସେମାନେ ମାଛ (fish) ଶରୀରରେ ବଂଶ ବିସ୍ତାର କରି ମାଛର ଗୁଣବତ୍ତାକୁ ନଷ୍ଟ କରିଥାନ୍ତି । ତେଣୁ ମାଛର ଅମଳ ଏବଂ ଅମଳର ପରବର୍ତ୍ତୀ ଯତ୍ନ ନିତ୍ୟାନ୍ତ ଜରୁରୀ ଅଟେ ।
ଅମଳ ସମୟରେ ଯତ୍ନ: - ଏହା ପ୍ରତି ସମସ୍ତ ଚାଷୀ ମାନେ ଧ୍ୟାନ ଦେବା ନିହାତି ଆବଶ୍ୟକ ଯାହାଦ୍ଵାରାକି ସେମାନେ ଅଧିକ ଲାଭବାନ ହେବା ସହ ମାଛନଷ୍ଟ ହେବାର ପରିମାଣକୁ ମଧ୍ୟ କମ୍ କରିପାରିବେ ଏବଂ ପରିବେଶ ସନ୍ତୁଳିତ ହୋଇ ରହିବ ।
•ମାଛକୁ ସଠିକ୍ ସମୟରେ ଏବଂ ସଠିକ ଆକାରରେ ଅମଳ କରିବା ଉଚିତ।
•ଅମଳ ସମୟରେ କମ୍ ଖର୍ଚ୍ଚରେ ହୋଇ ପାରୁଥିବା ଜ୍ଞାନ କୌଶଳ ଅନୁସରଣ କରିବା ଉଚିତ।
•ଅମଳ ପାଇଁ ବ୍ୟବହୃତ ଉପକରଣ ପରିଷ୍କାର ପରିଛନ୍ନ କରି ବ୍ୟବହାର କରିବା ଉଚିତ।
ସାଧାରଣତଃ ମାଛ (fish)ର ପ୍ରାରମ୍ଭିକ ଯତ୍ନ ଅମଳ ସମୟରେ ହିଁ କରାଯାଏ। ସେଥିପାଇଁ ଉପଯୁକ୍ତ ଜାଲ ଓ ଡଙ୍ଗା ଚୟନ କରାଯାଏ । ଯଦି ଆମ୍ଭେ ପୋଖରୀରୁ ମାଛ ଧରୁଛନ୍ତି ତାହାହେଲେ ଫିଙ୍ଗା ଜାଲ ବା କାଷ୍ଟ ନେଟ ବ୍ୟବହାର କରିବା ଉଚିତ। ଯଦି ଆମେ ନଦୀ ନାଳରୁ ମାଛ ଅମଳ କରୁଛନ୍ତି ତାହା ହେଲେ ଟଣା ଜାଲ ବା ଡ୍ରାଗ୍ ନେଟ ବ୍ୟବହାର କରିବା ଉଚିତ। ସେହିପରି ଗଭୀର ସମୁଦ୍ରରୁ ମାଛ ମାରିବା ପାଇଁ ହେଲେ ଗିଲ ନେଟ ଟ୍ରଲର କିମ୍ବା ପର୍ସିନର୍ ବ୍ୟବହାର କରିବା ଉଚିତ୍। ଅମଳ ସମୟରେ ଉପଯୁକ୍ତ ପରିମାଣର ବରଫ ଗଛିତ ରଖିବା ଉଚିତ। ଯେପରିକି ମାଛ ଧରିବା ପରେ ତାକୁ ସଙ୍ଗେ ସଙ୍ଗେ ବରଫରେ ସଂରକ୍ଷିତ କରାଯାଇପାରିବ।
ଡଃ ସୁଶ୍ରୀ ରତ୍ନମଞ୍ଜରୀ ସେନାପତି
ସହକାରୀ ମତ୍ସ୍ୟ ଅଧିକାରୀ, ବାଲିପାଟଣା ବ୍ଳକ୍, ଖୋର୍ଦ୍ଧା
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର
GFBN Story: ଜିଆଖତ ଦେଉଛି ବର୍ଷକୁ ରୋଜଗାର ୩୦ ଲକ୍ଷ ଟଙ୍କା
ମହିନ୍ଦ୍ରା ୨୭୫ ଡିଆଇ ଏକ୍ସପି ପ୍ଲସ୍ ସହିତ ସୂରଜଙ୍କ ପ୍ରେରଣାଦାୟକ କାହାଣୀ