ରାଜ୍ୟ ସରକାର ସର୍ବଦା ରାଜ୍ୟର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଯେଉଁଥିରେ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି l ବିହନ ଠାରୁ ଆରମ୍ଭ କରି ମାଗଣା ଲୋନ ପର୍ଯ୍ୟନ୍ତ ସବୁକିଛି ସହାୟତା ପ୍ରଦାନ କରାଯାଉଛି l ମହିଳା ତଥା ପୁରୁଷ ଚାଷୀ ଯାହାର ଲାଭ ଉଠାଉଛନ୍ତି l ଚାଷ କରି ରୋଜଗାର କରିପାରୁଛନ୍ତି l
ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଦ୍ୱାରା ସେମାନେ ନିଜେ ରୋଜଗାର କରୁଛନ୍ତି ଏବଂ ଅନ୍ୟ ଲୋକଙ୍କୁ ରୋଜଗାର ଦେଉଛନ୍ତି ମଧ୍ୟ l ତେବେ ଏହି ଚାଷୀଙ୍କ ପାଇଁ ଗତ କିଛି ବର୍ଷ ତଳେ ରାଜ୍ୟ ସରକାର କିଛି ନିଷ୍ପତ୍ତି ନେଇଥିଲେ l କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ।
କୃଷକ ସାଥୀଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ପୂର୍ବରୁ ରାଜ୍ୟ ସରକାର ସହାୟତା ରାଶି ପରିମାଣ ୧୨ ହଜାର ଟଙ୍କା ରଖିଥିଲେ । ଏବେ ରାଜ୍ୟ ସରକାର ଏହାକୁ ବୃଦ୍ଧି କରିଛନ୍ତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପ୍ରତି ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି ଯାହାଙ୍କର ଅର୍ଥରାଶିକୁ ବୃଦ୍ଧି କରିଛନ୍ତି ସରକାର । କୃଷକ ସାଥିମାନେ କୃଷି କାର୍ଯ୍ୟ ସଂପର୍କିତ ବିଭିନ୍ନ ବିଷୟ ଉପରେ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥାନ୍ତି । ସେମାନେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଛନ୍ତି l
କ୍ୟାବିନେଟ ବୈଠକରେ ବିଭିନ୍ନ ପ୍ରକାର ନିଷ୍ପତ୍ତି ନିଆଯାଇଛି ଯାହା ମଧ୍ୟରେ ଚାଷୀଙ୍କ ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର l କୃଷକ ସାଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି କୃଷକ ସାଥୀଙ୍କ ସହାୟତା ରାଶିରେ ବୃଦ୍ଧି ହେବା ନେଇ ଘୋଷଣା କରିଛନ୍ତି ।
କୃଷକ ସାଥୀମାନଙ୍କ ସହାୟତା ରାଶି ବାବଦରେ ପ୍ରଦାନ କରାଯାଉଥିବା ରାଶିକୁ ବାର୍ଷିକ ୧୨ ହଜାରରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ କୃଷକ ସାଥୀମାନଙ୍କୁ ଏହି ରାଶି ବାବଦରେ ମାତ୍ର ୧୨ ହଜାର ଟଙ୍କା ଲେଖାଏଁ ମିଳୁଥିବା ବେଳେ ବର୍ତ୍ତମାନ ନିଷ୍ପତ୍ତି ୧୮ ହଜାର ଟଙ୍କା ଲେଖାଏଁ ପାଇବେ କୃଷକ ସାଥୀମାନେ । ଏହି ବର୍ଦ୍ଧିତ ରାଶି ୨୦୨୩ ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ ହେବ ବୋଲି ସରକାରଙ୍କ ତରପରୁ ନିଷ୍ପତ୍ତି କରାଯାଇଛି । ସରକାରଙ୍କ ଏହି ଘୋଷଣାର ରାଜ୍ୟର ପ୍ରାୟତଃ ୧୩,୬୦୦ କୃଷକ ସାଥୀ ଉପକୃତ ହୋଇପାରିବେ ବୋଲି ସୂଚନା ରହିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ଆର୍ଥିକ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ଏହା ଖୁସିର ବିଷୟ । ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ ବୋଲି କୁହାଯାଉଛି । ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଲାଗୁ ହେବ ।
ସୂଚନାଯୋଗ୍ୟ ଯେ କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ କୃଷକ ସାଥି ନିଯୁକ୍ତି ଦେଇଥିଲେ । ଯେଉଁମାନେ ନିଜ ଜିଲ୍ଲା ତଥା ନିଜ ଅଞ୍ଚଳ ପାଇଁ ପ୍ରଗତିଶୀଳ ଚାଷୀ ଭବେ ଉଭା ହୋଇଛନ୍ତି l ସୂଚନା ଅନୁଯାୟୀ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି । ବିଭିନ୍ନ ଚାଷ ସମ୍ପର୍କିତ ତଥ୍ୟ ଉପରେ ଅନ୍ୟ ଚାଷୀଙ୍କ ସହିତ ଆଲୋଚନା କରୁଛନ୍ତି l
Share your comments