1. କୃଷି କର୍ମଶାଳା

Big breaking: ଏଥର ମିଳିବ ୧୮,୦୦୦ ଟଙ୍କା

ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି କୃଷକ ସାଥୀଙ୍କ ସହାୟତା ରାଶିରେ ବୃଦ୍ଧି ହେବା ନେଇ ଘୋଷଣା ।

Tanushree Mahapatra
Tanushree Mahapatra
18 thousand rupees to be given to krishak saathi

18 thousand rupees to be given to krishak saathi

ରାଜ୍ୟ ସରକାର ସର୍ବଦା ରାଜ୍ୟର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଯେଉଁଥିରେ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି l ବିହନ ଠାରୁ ଆରମ୍ଭ କରି ମାଗଣା ଲୋନ ପର୍ଯ୍ୟନ୍ତ ସବୁକିଛି ସହାୟତା ପ୍ରଦାନ କରାଯାଉଛି l ମହିଳା ତଥା ପୁରୁଷ ଚାଷୀ ଯାହାର ଲାଭ ଉଠାଉଛନ୍ତି l ଚାଷ କରି ରୋଜଗାର କରିପାରୁଛନ୍ତି l

ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଦ୍ୱାରା ସେମାନେ ନିଜେ ରୋଜଗାର କରୁଛନ୍ତି ଏବଂ ଅନ୍ୟ ଲୋକଙ୍କୁ ରୋଜଗାର ଦେଉଛନ୍ତି ମଧ୍ୟ l ତେବେ ଏହି ଚାଷୀଙ୍କ ପାଇଁ ଗତ କିଛି ବର୍ଷ ତଳେ ରାଜ୍ୟ ସରକାର କିଛି ନିଷ୍ପତ୍ତି ନେଇଥିଲେ l କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ।

କୃଷକ ସାଥୀଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ପୂର୍ବରୁ ରାଜ୍ୟ ସରକାର ସହାୟତା ରାଶି ପରିମାଣ ୧୨ ହଜାର ଟଙ୍କା ରଖିଥିଲେ । ଏବେ ରାଜ୍ୟ ସରକାର ଏହାକୁ ବୃଦ୍ଧି କରିଛନ୍ତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପ୍ରତି ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି ଯାହାଙ୍କର ଅର୍ଥରାଶିକୁ ବୃଦ୍ଧି କରିଛନ୍ତି ସରକାର । କୃଷକ ସାଥିମାନେ କୃଷି କାର୍ଯ୍ୟ ସଂପର୍କିତ ବିଭିନ୍ନ ବିଷୟ ଉପରେ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥାନ୍ତି । ସେମାନେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଛନ୍ତି l

କ୍ୟାବିନେଟ ବୈଠକରେ ବିଭିନ୍ନ ପ୍ରକାର ନିଷ୍ପତ୍ତି ନିଆଯାଇଛି ଯାହା ମଧ୍ୟରେ ଚାଷୀଙ୍କ ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର l କୃଷକ ସାଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି କୃଷକ ସାଥୀଙ୍କ ସହାୟତା ରାଶିରେ ବୃଦ୍ଧି ହେବା ନେଇ ଘୋଷଣା କରିଛନ୍ତି ।

କୃଷକ ସାଥୀମାନଙ୍କ ସହାୟତା ରାଶି ବାବଦରେ ପ୍ରଦାନ କରାଯାଉଥିବା ରାଶିକୁ ବାର୍ଷିକ ୧୨ ହଜାରରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ କୃଷକ ସାଥୀମାନଙ୍କୁ  ଏହି ରାଶି ବାବଦରେ ମାତ୍ର ୧୨ ହଜାର ଟଙ୍କା ଲେଖାଏଁ ମିଳୁଥିବା ବେଳେ ବର୍ତ୍ତମାନ ନିଷ୍ପତ୍ତି ୧୮ ହଜାର ଟଙ୍କା ଲେଖାଏଁ ପାଇବେ କୃଷକ ସାଥୀମାନେ । ଏହି ବର୍ଦ୍ଧିତ ରାଶି ୨୦୨୩ ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ ହେବ ବୋଲି ସରକାରଙ୍କ ତରପରୁ ନିଷ୍ପତ୍ତି କରାଯାଇଛି । ସରକାରଙ୍କ ଏହି ଘୋଷଣାର ରାଜ୍ୟର ପ୍ରାୟତଃ ୧୩,୬୦୦ କୃଷକ ସାଥୀ ଉପକୃତ ହୋଇପାରିବେ ବୋଲି ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ଆର୍ଥିକ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ଏହା ଖୁସିର ବିଷୟ । ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ ବୋଲି କୁହାଯାଉଛି । ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଲାଗୁ ହେବ ।

ସୂଚନାଯୋଗ୍ୟ ଯେ କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ କୃଷକ ସାଥି ନିଯୁକ୍ତି ଦେଇଥିଲେ । ଯେଉଁମାନେ ନିଜ ଜିଲ୍ଲା ତଥା ନିଜ ଅଞ୍ଚଳ ପାଇଁ ପ୍ରଗତିଶୀଳ ଚାଷୀ ଭବେ ଉଭା ହୋଇଛନ୍ତି l ସୂଚନା ଅନୁଯାୟୀ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି । ବିଭିନ୍ନ ଚାଷ ସମ୍ପର୍କିତ ତଥ୍ୟ ଉପରେ ଅନ୍ୟ ଚାଷୀଙ୍କ ସହିତ ଆଲୋଚନା କରୁଛନ୍ତି l

କିପରି ଜାଣିବେ ସାର ଅସଲି ନା ନକଲି ?

କିପରି ଜାଣିବେ ସାର ଅସଲି ନା ନକଲି ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments