
make profit in Common Millet farming
ଚିନା । ପ୍ରୋଷୋ (Common Millet/Proso Millet) ଏକ ଛୋଟଦାନ ପୌଷ୍ଟିକ ଶସ୍ୟ ଅଟେ । ଏହାର ବୈଜ୍ଞାନିକ ନାମ ହେଲା– Panicum meliaceum ଚିନା ମାଞ୍ଚୁରିଥାନରେ ପ୍ରଥମେ ଚାଷ କରାଯାଇଥିଲା । ସେଠାରୁ ୩୦୦୦ ବର୍ଷ ପୂର୍ବେ ୟୁରୋପକୁ ଏବଂ ସେଠାରୁ ଭାରତକୁ ଆସିଥିଲା | ୧୦୦ ଗ୍ରାମ ଚିନା ଶସ୍ୟରେ ପୁଷ୍ଟିସାର ୧୨.୫ ଗ୍ରାମ , ଶ୍ଵେତସାର ୭୦.୪ ଗ୍ରାମ, ସ୍ନେହସାର ୧.୧ ଗ୍ରାମ ,ଖାଦ୍ୟ ଜାତୀୟ ତନ୍ତୁ ୧୪.୨ ଗ୍ରାମ, ଖଣିଜ ଲବଣ ୧.୯ ଗ୍ରାମ, କ୍ୟାଲସିୟମ ୧୪ ମି.ଗ୍ରା. ଓ ଫସଫରସ ୨୦୬ ମି.ଗ୍ରା. ଖାଦ୍ୟଗୁଣ ରହିଥାଏ ।
ଜଳବାୟୁ :- ଏହା ଉଭୟ ଶୁଷ୍କାଞ୍ଚଳ ଓ ଆର୍ଦ୍ରଞ୍ଚଳ ଚାଷ ପାଇଁ ଉପଯୁକ୍ତ । ଏହି ଫସଲ ୪୦୦-୫୦୦ ମି.ଲି. ବୃଷ୍ଟି ଆବଶ୍ୟକ କରିଥାଏ ।
କିସମ:- ଏହା ପ୍ରାୟ ୬୦ ରୁ ୬୫ ଦିନ ମଧ୍ୟରେ ଅମଳ ହୋଇଥାଏ । କିସମ ଗୁଡ଼ିକ ହେଲା PEO-3, K-1, Co-4, ଫୁଲବାଣୀ ଲୋକାଲ GPUP-21, GPUP-8, TNU- 151, TNU-164 ଇତ୍ୟାଦି ।
ଲଗାଇବା ସମୟ:- ମୌସୁମୀ ବର୍ଷାର ପ୍ରାରମ୍ଭ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ବୁଣାଯାଇପାରେ ।
ବିହନ ପରିମାଣ:- ୪ କି.ଗ୍ରା. / ଏକର ଯଥାକ୍ରମେ ଯବକ୍ଷାରଜାନ, ଫସଫରସ, ପୋଟାସ, ସମସ୍ତ ମୂଳସାର ଭାବେ ବିହନ ବୁଣା ପୂର୍ବରୁ ପ୍ରୟୋଗ କରନ୍ତୁ ।
ଲଗାଇବା ଦୂରତା:- ଧାଡ଼ିକୁ ଧାଡ଼ି ଦୂରତା – ସେ.ମି. ୨୫ ଗଛକୁ ଗଛ ଦୂରତା – ସେ.ମି. ୧୦ ବ.ମି. ପ୍ରତି ଗଛ ସଂଖ୍ୟା – ୩୩
ଅନ୍ତଃ ଚାଷ :- ଧାଡ଼ିରେ ଲଗାଯାଇଥିବା ଫସଲକୁ ଗୋଜି ଲଙ୍ଗଳ ଚଲାଇ ଓ ଛଟାବୁଣା ଫସଲକୁ ୨ଥର ହାତରେ ଘାସବାଛି ଘାସ ନିୟନ୍ତ୍ରଣ କରନ୍ତୁ ।
ମିଶ୍ରିତ ଫସଲ:- ଚିନା ଓ ମୁଗ ୨:୧ ଅନୁପାତରେ ଧାଡ଼ିରେ ବୁଣାଯାଇ ପାରେ ।
ପୋକରୋଗ ପରିଚାଳନା:- ଚିନା ଫସଲରେ କାଣ୍ଡମାଛି ଏକ ମୁଖ୍ୟ ପୋକ । ସହଳ ବୁଣା ଦ୍ବାରା ଏହି ପୋକ ନିୟନ୍ତ୍ରଣ ହୋଇଥାଏ । ଏହାର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୫ମି.ଲି. ୧୫00 ppm ଅଜାଡ଼ିରାକ୍ଟିନ୍ ଥୁବା ନିମ ଔଷଧ ମିଶାଇ ପତ୍ର ସିଞ୍ଚନ କରନ୍ତୁ । ରୋଗ ପ୍ରାୟ ଆକ୍ରମଣ କରି ନ ଥାଏ ।
ଅମଳ :- ୨ ରୁ ୨.୫ କ୍ବିଣ୍ଟାଲ / ଏକର ।
ବିପିନ କୁମାର ପ୍ରଧାନ
ଉପନିର୍ଦେଶକ ସମ୍ପ୍ରସାରଣ (ୟୁ.ଇ.ବି .ପି )
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର - ୭୫୧୦୦୩
Read more
କିପରି କରିବେ ସହଜ ଉପାୟରେ ଜାମୁରୋଳ ଚାଷ ? ଆସନ୍ତୁ ଜାଣିବା…
ଗରମକୁ ପରାସ୍ତ କରନ୍ତୁ, ସୁସ୍ଥ ହୁଅନ୍ତୁ: ଔଷଧି ଏବଂ ମସଲା ସହ ଥଣ୍ଡା ରହିବାର ଘରୋଇ ଉପଚାର
Share your comments