1. କୃଷି ବିଶ୍ବକୋଷ

ନୂତନ ପ୍ରଜାତି ର ଅଦା

ନୂତନ ପ୍ରଜାତି ର ଅଦା

KJ Staff
KJ Staff

ନାଗଲ୍ୟାଣ୍ଡ ରୁ ମିଳିଛି ନୂତନ ଅଦା ପ୍ରଜାତି


ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ବହୁ ପ୍ରକାର ପ୍ରଜାତି ଏବଂ ଜୀବ ସମ୍ପଦ ଦେଖିବାକୁ ମିଳିଛି |କେତୋଟି ପ୍ରଜାତି କେବଳ ଜଙ୍ଗଲ ରେ ହିଁ ଦେଖିବାକୁ ମିଳିଥିଲା ବେଳେ ସେ ପ୍ରଜାତି ଗୁଡିକ ଏପର୍ଯ୍ୟନ୍ତ ଚାଷ ରେ ମଧ୍ୟ କାର୍ଯ୍ୟକାରୀ ହୋଇନାହାନ୍ତି |ସେହି ପରି ବୋଟନିକଲ ସର୍ଭେ ଅଫ ଇଣ୍ଡିଆ ର ବୈଜ୍ଞାନିକ ମାନେ ନାଗଲ୍ୟାଣ୍ଡ ରୁ ୨ ଟି ପ୍ରଜାତି ର ଉଦ୍ଭାବନ କରିଛନ୍ତି

ଅଦା ର ପ୍ରଥମ ପ୍ରକାର ପ୍ରଜାତି (ଜିଁଗୀବର ପେରେନେସନ୍ସ)ନାଗଲ୍ୟାଣ୍ଡ ର ପେରେନ ଜିଲ୍ଲା ରୁ ଉଦ୍ଧଭାବନ କରାଯାଇଥିଲା ବେଳେ ଅନ୍ୟ ପ୍ରଜାତି (ଜିଁଗୀବର ଡିମାପୁରଏନ୍ସ) ରାଜ୍ୟ ର ଡିମାପୁର ଜିଲା ରୁ ମିଳିଛି |୨ ଟି ପ୍ରଜାତି ମଧ୍ୟରୁ ଡିମାପୁରଏନ୍ସ ର ଉଚ୍ଚତା ଅଧିକ ଏବଂ ଏହାର ୯୦-୧୨୦ ସେ.ମି ପର୍ଯ୍ୟନ୍ତ ଲମ୍ବା ହୋଇପାରେ,ଫୁଲ  ର ରଙ୍ଗ ଧଳା ସହ ନାଲି ଛିଟା ଏବଂ ଫଳ ର ୪.୫-୫.୫ ସେ.ମି ଯାଏ ଲମ୍ବା   |ସେହିପରି ପ୍ରଥମ ପ୍ରଜାତି ର ୫୦ କି.ମି ଦୂରରେ ମିଳିଥିବା  ପେରେନେସନ୍ସ ର ଉଚ୍ଚତା ୭୦ ସେ.ମି ମଧ୍ୟରେ ସୀମିତ ଥିଲାବେଳେ   ଫୁଲ ର ରଙ୍ଗ ଧଳା ସହ ବାଇଗଣୀ ଛିଟା  ଦେଖିବାକୁ ମିଳିଥିଲା |ଏହାର ସମ୍ପୂର୍ଣ ବିବରଣୀ ଚଳିତ ବର୍ଷ ଏକ ଜର୍ଣ୍ଣାଲ ରେ ପ୍ରକାଶିତ ହୋଇଥିଲା |

(ଜିଁଗୀବର ଡିମାପୁରଏନ୍ସ) ପ୍ରଜାତି ଅଧିକ ଛାଇ ଥିବା ସନ୍ତସନ୍ତିଆ ,ଝରଣା କୂଳରେ ଟେସେନ ଗ୍ରାମ ର ପାହାଡି ଅଂଚଳ ରେ ଦେଖିବାକୁ  ମିଳିଥିଲା ବେଳେ ଅନ୍ୟ ପ୍ରଜାତି ଟି ଜଙ୍ଗଲୀ ସ୍ଥାନରେ ଦେଖିବାକୁ ମିଳିଥିଲା ବୋଲି ମତ ଦେଇଥିଲେ ପ୍ରଜାତି ସଂଗ୍ରହ କରିଥିବା ଉଦ୍ଭିଦ ବୈଜ୍ଞାନିକ ଦଳ |
ଅଦା ର ବର୍ତମାନ ସୁଦ୍ଧା ୧୪୧ ପ୍ରକାର ପ୍ରଜାତି କେବଳ ଏସିଆ,ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ପାସିଫିକ ରେ ଦେଖିବାକୁ ମ ମିଳିଛି ଏବଂ ସେଥିମଧ୍ୟରୁ ହାରାହାରି ୨୦ ଟି ପ୍ରଜାତି କେବଳ ଉତ୍ତର ପୂର୍ବ ଭାରତ ରେ ହିଁ ଉଦ୍ଧଭାବନ କରାଯାଇଥିଲା |ଗତ କେତୋଟି ବର୍ଷ ରେ ହିଁ ଉତ୍ତର ପୂର୍ବ ଭାରତ ରୁ ୧୨ ଟି ରୁ ଉର୍ଧ୍ଵ ଅଦା ପ୍ରଜାତି ଉଦ୍ଧଭାବନ କରାଯାଇଛି ବଲ୍ଲି ମତ ଦେଇଛନ୍ତି ଡଃ ଦିଲୀପ କୁମାର ରଏ|

ଅଦା କୁ ଭାରତ ରେ ମସଲା ଜାତୀୟ ଫସଲ ଭାବେ ଅଧିକ ବ୍ୟବହାର କରାଯାଉଥିଲା ବେଳେ ଏହାର ଚମତ୍କାରୀ ଔଷଧୀୟ ଗୁଣ ମଧ୍ୟ ରହିଛି |ଏଣୁ ଜଙ୍ଗଲୀ ପ୍ରଜାତି ର ଅଦା ମାନଙ୍କରେ ମଧ୍ୟ ଅଧିକ ଔଷଧୀୟ ଗୁଣ ଥିବା ବୋଲି ବିଶ୍ୱାସ କରାଯାଉଛି |
 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments