1. କୃଷି ବିଶ୍ବକୋଷ

ଜମି ମାଲିକାନା ଉପରେ ସୁପ୍ରିମ୍ କୋର୍ଟଙ୍କର ବଡ଼ ନିଷ୍ପତି !!

ଆଜିର ସମୟରେ ଜମିବାଡ଼ି ଓ ସମ୍ପତ୍ତିର ମାଲିକାନା ଏକ ବଡ଼ ସମସ୍ୟାର ବିଷୟ ପାଲଟିଛି, କାରଣ ଆପଣଙ୍କୁ ଜଣାଥିବ ଜମି ଖଣ୍ଡେର ଆବଶ୍ୟକତା ଓ ଗୁରୁତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି l ଏମିତିରେ ଜମିର ମାଲିକାନାକୁ ନେଇ ଅନେକ ସମସ୍ୟା ଓ ଅପ୍ରୀତିକର ପରିସ୍ଥିତି ଅନେକ ସମୟରେ ସାମ୍ନାକୁ ଆସୁଛି l

Sugyan Kumar Nayak
Sugyan Kumar Nayak
Laws

Laws

ଆଜିର ସମୟରେ ଜମିବାଡ଼ି ଓ ସମ୍ପତ୍ତିର ମାଲିକାନା ଏକ ବଡ଼ ସମସ୍ୟାର ବିଷୟ ପାଲଟିଛି, କାରଣ ଆପଣଙ୍କୁ ଜଣାଥିବ ଜମି ଖଣ୍ଡେର ଆବଶ୍ୟକତା ଓ ଗୁରୁତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି l ଏମିତିରେ ଜମିର ମାଲିକାନାକୁ ନେଇ ଅନେକ ସମସ୍ୟା ଓ ଅପ୍ରୀତିକର ପରିସ୍ଥିତି ଅନେକ ସମୟରେ ସାମ୍ନାକୁ ଆସୁଛି l ସେହି  ସମସ୍ୟାମାନଙ୍କ ମଧ୍ୟରୁ ଜମି ଜବରଦଖଲର ସମସ୍ୟା ଅତି ସାଧାରଣ l ତେଣୁ ଏହି ସବୁ ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ନିଷ୍ପତି ନେଇଛନ୍ତି l ତେବେ ଆସନ୍ତୁ ସୁପ୍ରିମ୍ କୋର୍ଟଙ୍କର ସେହି ନିଷ୍ପତି ବିଷୟରେ ଜାଣିବା l

ନିକଟରେ ସୁପ୍ରିମ୍ କୋର୍ଟ ସମ୍ପତ୍ତିର ଜବରଦଖଲକୁ  ନେଇ ଏକ ବଡ ନିଷ୍ପତି ନେଇଛନ୍ତି l ବାସ୍ତବରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତି ଅନୁସାରେ ଯଦି କୌଣସି ଜମିର ଅସଲ ମାଲିକ ନିଜ ଜମିକୁ ଅନ୍ୟର କବଜାରୁ ମୁକୁଳାଇବା ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ଉଚିତ ପଦକ୍ଷପ ଉଠାଇ ପାରନ୍ତି ନାହିଁ, ତେବେ ତାଙ୍କର ସେହି ଜମି ଉପରେ ଥିବା ମାଲିକାନାକୁ ବାଜ୍ୟାପ୍ତି କରିଦିଆଯିବ ଏବଂ ସେହି ଜମି ଉପରେ ଯିଏ ବି ୧୨ ବର୍ଷରୁ ଅଧିକ ସମୟ ଧରି କବ୍ଜା କରିଥିବେ ତାହା ଆଇନଗତ ଭାବରେ ତାଙ୍କ ନାମରେ କରିଦିଆଯିବ l ଏହା ସହ ସୁପ୍ରିମ୍ କୋର୍ଟ ମଧ୍ୟ ଜଣାଇ ଦେଇଛନ୍ତି ଯେ ଏହି ନିଷ୍ପତି ସରକାରୀ ଜମି ଜବରଦଖଲ କ୍ଷେତ୍ରରେ ଲାଗୁ କରାଯିବ ନାହିଁ l  ଅର୍ଥାତ ଜବରଦଖଲ କରାଯାଇଥିବା ସରକାରୀ ଜମି ପାଇଁ କେବେ ବି ଆଇନଗତ ଭାବରେ ମାଲିକାନା ମିଳିପାରିବ ନାହିଁ l

ଏହା ମଧ୍ୟ ଜାଣିରଖନ୍ତୁ ଯେ ବ୍ୟକ୍ତିଗତ ଜମି ଜବରଦଖଲ କ୍ଷେତ୍ରରେ ସମୟ ସୀମା ୧୨ ବର୍ଷ ଥିବା ବେଳେ ସରକାରୀ ଜମି ଜବରଦଖଲ ପାଇଁ ଏହି ସମୟ ସୀମା ୩୦ ବର୍ଷ ରଖାଯାଇଛି l ଏହି ସମୟ ସୀମା ଜବରଦଖଲ ଦିନ ଠାରୁ ହିଁ ଆରମ୍ଭ ହୋଇଥାଏ l ସୁପ୍ରିମ୍ କୋର୍ଟର ଜଜ, ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ଜଷ୍ଟିସ ଏମ ଆର ସାହାଙ୍କ ମଧ୍ୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକରେ ଏହି ନିଷ୍ପତି ନିଆଯାଇଛି l  ସେମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଗୋଟିଏ ଜମିର ୧୨ ବର୍ଷ ଠାରୁ ମଧ୍ୟ ଅଧିକ ଦିନର ଜବରଦଖଲର ପ୍ରମାଣ ଥାଏ ତେବେ ସେହି ଜମିର ମାଲିକାନା ପାଇଁ ସେହି ବ୍ୟକ୍ତି ଆଇନର ଦ୍ୱାରସ୍ଥ ହୋଇପାରିବେ ଏବଂ କୋର୍ଟଙ୍କ ନିଷ୍ପତି ମଧ୍ୟ ତାଙ୍କ ସହିତ ହିଁ ରହିବ l

ବୈଠକରେ ଅଂଶଗ୍ରହଣ କରିଥିବା ଜଷ୍ଟିସମାନଙ୍କ ନିଷ୍ପତି ଅନୁସାରେ, ଯଦି କୌଣସି ବ୍ୟକ୍ତି ଏକ ଜମି ଉପରେ ଜବରଦଖଲ କରିଥାନ୍ତି ତେବେ ଅନ୍ୟ କେହି ବ୍ୟକ୍ତି ବିନା ଆଇନଗତ ପ୍ରକ୍ରିୟାରେ ତାଙ୍କୁ ସେଠାରୁ ବିତାଡିତ କରି ପାରିବେ ନାହିଁ l ଯଦି କେହି ୧୨ ବର୍ଷରୁ ଅଧିକ ସମୟ ଧରି କୌଣସି ଜମିରେ ବେଆଇନ ଭାବରେ ଜବରଦଖଲ କରିରଖିଥାନ୍ତି, ତେବେ ସେହି ଜମିର ମାଲିକଙ୍କ ପାଖରେ ମଧ୍ୟ ତାଙ୍କୁ ସେଠାରୁ ହଟାଇବାର କୌଣସି ଆଇନଗତ ଅଧିକାର ନାହିଁ l ଏପରି ସ୍ଥିତିରେ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ହିଁ ମାଲିକାନା ଅଧିକାର ମିଳିପାରିବ l ତେବେ ଆମେ ଏହା ମଧ୍ୟ କହିପାରିବା ଯେ ୧୨ ବର୍ଷରୁ ଅଧିକ ସମୟ ଧରି ଜବରଦଖଲରେ ରହିବା ପରେ ଏକ ଜମିର ପ୍ରକୃତ ମାଲିକ ମଧ୍ୟ ସେହି ବ୍ୟକ୍ତିଙ୍କୁ ସେଠାରୁ ବହିଷ୍କାର କରିପାରିବେ ନାହିଁ l ଏହା ସହ ତାଙ୍କୁ ସେଠାରେ ରହିବାର ନ୍ୟାୟଗତ ଅଧିକାର ମଧ୍ୟ ମିଳିଯାଇପାରିବ l ଯଦି ତାଙ୍କ ଉପରେ କୌଣସି ପ୍ରକାର ଚାପ ପ୍ରୟୋଗ କରାଯାଏ, ତେବେ ସେ କାନୁନର ସହାୟତା ମଧ୍ୟ ନେଇପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments