1. କୃଷି ବିଶ୍ବକୋଷ

ଚମତ୍କାରୀ ଧାନ କିସମ "କୁଦ୍ରତ -୫"..

ଜାତୀୟ ନବଉନ୍ମୋଷ ଫାଉଣ୍ଡେସନ ଠାରୁ ସଂଗୃହିତ ନୂଆ ବାସନା କିସମ କୁଦ୍ରତ -୫ ଗତ ଖରିଫ ଋତୁ ୨୦୧୮ ରେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସ୍ଥାନରେ କୃଷକ ମାନଙ୍କୁ ପରୀକ୍ଷା ମୂଳକ ଭାବେ ଦିଆଯାଇଥିଲା |ପ୍ର

KJ Staff
KJ Staff

ଜାତୀୟ ନବଉନ୍ମୋଷ ଫାଉଣ୍ଡେସନ ଠାରୁ ସଂଗୃହିତ ନୂଆ ବାସନା କିସମ କୁଦ୍ରତ -୫ ଗତ ଖରିଫ ଋତୁ ୨୦୧୮ ରେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସ୍ଥାନରେ କୃଷକ ମାନଙ୍କୁ ପରୀକ୍ଷା ମୂଳକ ଭାବେ ଦିଆଯାଇଥିଲା |ପ୍ରଦତ୍ତ ମିନି କୀଟ ଗୁଡିକ ବହୁ ଆଗ୍ରହରେ କୃଷକମାନେ କୃଷି ବିଜ୍ଞାନ କେନ୍ଦ୍ର -ଖୋର୍ଦ୍ଧା ଙ୍କ ତତ୍ୱାବଧାନ ରେ ଚାଷ କରିଥିଲେ |ଗତ ନଭେମ୍ବର ୮ ତାରିକ ଦିନ ବାଲିଅନ୍ତା ବ୍ଲକ ଅନ୍ତରସ୍ଥ ବାସୁଦେଇପୁର ଗ୍ରାମରେ କୃଷକଙ୍କ କ୍ଷେତ୍ରରେ ଏହି କିସମ କ୍ରପ୍ କଟିଙ୍ଗ କରାଯାଇଥିଲା

ପ୍ରାୟେ ୧୩୫ ଦିନର ଅବଧି ଥିବା ଏହି ଧାନର ପରୀକ୍ଷା ଅମଳ ବେଳେ କୃଷି ବିଜ୍ଞାନ କେନ୍ଦ୍ର -ଖୋର୍ଦ୍ଧା ବିଷୟ ବସ୍ତୁ ବିଶେଷଜ୍ଞନ ଶ୍ରୀ ଅଜୟ କୁମାର ଦାସ ,ଶ୍ରୀ ସୁରେନ୍ଦ୍ର ସିଂହ,ବାଲିଅନ୍ତା ଉପ କୃଷି ଅଧିକାରୀ ମିସ୍ ଶ୍ୱେତା , ବି.ଟି ଏମ ଶ୍ରୀ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |ରୋଗପୋକ ସହଣୀ ଶକ୍ତି ଥିବା ଏହି ଧାନ କିସମ ସପକ୍ଷ ପରିସ୍ଥିତି ରେ ହେକ୍ଟର ପ୍ରତି ପ୍ରାୟେ ୫୦ କଇଂଟାଲ ଅମଳ ଦେଇଥିବାର ବିଶେଷଜ୍ଞନ ମାନେ ଆକଳନ କରିଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments