1. କୃଷି ବିଶ୍ବକୋଷ

ସ୍ୱାବଲମ୍ବନର ଭିନ୍ନ ଉତ୍ସ: ଝାଡ଼ୁ ପ୍ରସ୍ତୁତି

ଆମ ଦେଶରେ ପ୍ରାକୃତିକ ଝାଡ଼ୁର ଚାହିଦା ହିଁ ଅନେକ l ଏହାଛଡ଼ା ପ୍ରାକୃତିକ ଝାଡ଼ୁ ବ୍ୟବହାର କରିବାର ମହତ୍ତ୍ୱ ହିଁ ଅନେକ l ଏଠାରେ କିଛି ବିଶେଷ ପ୍ରକାରର ଝାଡ଼ୁର ଚାହିଦା ବେଶୀ ଥାଏ ଯେମିତିକି ଘାସର ଝାଡୁ, ନଡ଼ିଆ ପତ୍ରର ଝାଡ଼ୁ,ଖଜୁରୀ ପତ୍ରର ଝାଡ଼ୁ,ମକା ପତ୍ରର ଝାଡ଼ୁ ଇତ୍ୟାଦି ଅନ୍ୟତମ l

Sugyan Kumar Nayak
Sugyan Kumar Nayak
Broom

Broom

ଆମ ଦେଶରେ ପ୍ରାକୃତିକ ଝାଡ଼ୁର ଚାହିଦା ହିଁ ଅନେକ l ଏହାଛଡ଼ା ପ୍ରାକୃତିକ ଝାଡ଼ୁ ବ୍ୟବହାର କରିବାର ମହତ୍ତ୍ୱ ହିଁ ଅନେକ l ଏଠାରେ କିଛି ବିଶେଷ ପ୍ରକାରର ଝାଡ଼ୁର ଚାହିଦା ବେଶୀ ଥାଏ ଯେମିତିକି  ଘାସର ଝାଡୁ, ନଡ଼ିଆ ପତ୍ରର ଝାଡ଼ୁ,ଖଜୁରୀ ପତ୍ରର ଝାଡ଼ୁ,ମକା ପତ୍ରର ଝାଡ଼ୁ ଇତ୍ୟାଦି ଅନ୍ୟତମ l ଝାଡୁ ଏକ ଏପରି ଜିନିଷ ଯାହାର ଚାହିଦା ବର୍ଷ ସାରା ପ୍ରାୟ ଏକା ଭଳି ହୋଇଥାଏ l ତେଣୁ  ଯଦି ଆପଣ ମଧ୍ୟ କିଛି ବ୍ୟବସାୟ କରିବା ପାଇଁ ଭାବୁଥାନ୍ତି ତେବେ ଝାଡ଼ୁର ବ୍ୟବସାୟ ଏକ ଭଲ ବିକଳ୍ପ ହୋଇପାରିବଯେଉଁଥିରୁ ଆପଣ ମଧ୍ୟ ଭଲ ପଇସା ରୋଜଗାର କରିପାରିବେ l ଏହି ବ୍ୟବସାୟ କରିବା ପାଇଁ ଆପଣଙ୍କୁ ଅଧିକ ଜାଗାର ଆବଶ୍ୟକତା ମଧ୍ୟ ନାହିଁ l ଆପଣ ଏହି ବ୍ୟବସାୟକୁ ମାତ୍ର ୫୦ ମିଟର ଜାଗାରେ ମଧ୍ୟ କରିପାରିବେ l ସବୁଠାରୁ ଭଲ କଥା ଏହା ଯେ ଏହି କାମ ପାଇଁ କୌଣସି ନିର୍ଦ୍ଧିଷ୍ଟ ସ୍ଥାନର ମଧ୍ୟ ଆବଶ୍ୟକତା ନଥାଏ l ଦ୍ବିତୀୟତଃ ଝାଡ଼ୁ ପ୍ରସ୍ତୁତ କରିବା ପାଇଁ ଗ୍ରାମାଞ୍ଚଳରେ କଞ୍ଚାମାଲ ସବୁ ସହଜରେ ଉପଲବ୍ଧ ହୋଇପାରେ l ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକମାନେ ଏହି ଝାଡ଼ୁ ପ୍ରସ୍ତୁତ କରୁଥିଲେ, କିନ୍ତୁ ସମୟ ବଦଳିବା ସହିତ ଅନ୍ୟ ଲୋକମାନେ ମଧ୍ୟ ବ୍ୟବସାୟିକ ଭିତିରେ ଝାଡ଼ୁ ପ୍ରସ୍ତୁତ କରୁଛନ୍ତି ଏବଂ ବିକ୍ରି କରୁଛନ୍ତି l ଏହାକୁ ଆପଣ ଗାଁ ଏବଂ ସହର କେଉଁଠାରେ ବି କରିପାରିବେ l ଏହି ବ୍ୟବସାୟକୁ ଆହୁରି ସହଜ ଏବଂ ଲାଭଦାୟକ କରିବା ପାଇଁ କିଛି ଉପାୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ l

ଏମିତିରେ ଝାଡୁ ସାଧାରଣତଃ କାରିଗରମାନେ ହାତରେ ତିଆରି କରିଥାନ୍ତି l କିନ୍ତୁ କମ ସମୟରେ ଅଧିକ ଝାଡୁ ତିଆରି କରିବା ପାଇଁ ଆପଣ ମେସିନର ବ୍ୟବହାର ମଧ୍ୟ କରିପାରିବେ l ମେସିନ କିଣିବାର କାମ ଆପଣ ଅନଲାଇନ ପୋର୍ଟାଲ ବା ନିଜେ ବଜାର ଯାଇ ମଧ୍ୟ କରିପାରିବେ l ଝାଡୁକୁ ବିଭିନ୍ନ  ଉପାୟରେ ବନାଯାଇ ପାରିବ l ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କେଉଁ ଭଳି ଝାଡୁ ତିଆରି କରିବାକୁ ଚାହୁଁଛନ୍ତି l ଝାଡ଼ୁକୁ ତିଆରି କରିବା ପାଇଁ ଆପଣଙ୍କୁ ଅନେକ କଞ୍ଚାମାଲର ଆବଶ୍ୟକତା ରହିଥାଏ, ଯେପରିକି ପ୍ଲାଷ୍ଟିକ ଟେପ୍, ଝାଡ଼ୁର ହାଣ୍ଡେଲ, ବାନ୍ଧିବା ପାଇଁ ତାର ଆଦିର ଆବଶ୍ୟକତା ପଡିପାରେ l ଆମ ଦେଶରେ ସବୁଠୁ ଅଧିକ ଚାହିଦା ଫୁଲ ଝାଡ଼ୁର ରହିଥାଏ ଏହି ଝାଡ଼ୁ ସାଧାରଣତଃ କାରିଗରମାନେ ହାତରେ କରିପାରିବେଯଦିଓ ସମୟ ବଦଳିବା ସଙ୍ଗେ ସଙ୍ଗେ ବିଦ୍ୟୁତଚାଳିତ ଯନ୍ତ୍ରପାତି ସାହାଯ୍ୟରେ କମ ସମୟରେ ଅନେକଗୁଡ଼ିଏ ଝାଡୁ ପ୍ରସ୍ତୁତ କରାଯାଇ ପାରିବ l ଏହି ବ୍ୟବସାୟକୁ ଆରମ୍ଭ କରିବା ପାଇଁ ଆପଣ ମାତ୍ର ୧୫୦୦୦ ଟଙ୍କା ନିବେଶ କରି ମାସକୁ ପାଖାପାଖି ୪୦୦୦୦ ଟଙ୍କା ପର୍ଯ୍ୟନ୍ତ ଅତି ସହଜରେ ରୋଜଗାର କରିପାରିବେ l ବାସ ଆପଣଙ୍କୁ ଝାଡ଼ୁର କ୍ୱାଲିଟି ପ୍ରତି ଧ୍ୟାନ ଦେବା ଆବଶ୍ୟକ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments