1. କୃଷି ବିଶ୍ବକୋଷ

କ'ଣ ଏହି ଆଜୋଲା ଘାଷ ? ଯାହା ରୋଜଗାର ଦେଇଛି ମହିଳାଙ୍କୁ..…

ମହିଳା ଚାଷୀ ଏବେ ଘରେ ଘରେ l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ମହିଳା ଚାଷୀ ଏବେ ମାସକୁ ରୋଜଗାରକ୍ଷମ ହୋଇପାରିଛନ୍ତି l ଯାହାଦ୍ୱାରା ସେମାନେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମହିଳାଙ୍କୁ କାର୍ଯ୍ୟ ଦେଇ ପାରୁଛନ୍ତି ରୋଜଗାର ପାଇଁ l

Tanushree Mahapatra
Tanushree Mahapatra
About azolla grass , iamge source - kvkkodagu.icar

About azolla grass , iamge source - kvkkodagu.icar

ମହିଳା ଚାଷୀ ଏବେ ଘରେ ଘରେ l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ମହିଳା ଚାଷୀ ଏବେ ମାସକୁ ରୋଜଗାରକ୍ଷମ ହୋଇପାରିଛନ୍ତି l ଯାହାଦ୍ୱାରା ସେମାନେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମହିଳାଙ୍କୁ କାର୍ଯ୍ୟ ଦେଇ ପାରୁଛନ୍ତି ରୋଜଗାର ପାଇଁ l ଏବେ ଏକ ପ୍ରକାର ଘାସ ଚାଷ କରି ମହିଳା ମାସକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି l ଯାହା ସେମାନଙ୍କୁ ଘରେ ବସି ରୋଜଗାର ଦେଇପାରୁଛି l

 ' ଅଜୋଲା ' ଏକ ପ୍ରକାର ଛୋଟ ପତ୍ରଯୁକ୍ତ ଶୈବାଳ ଅଟେ l ଯାହାକୁ ମହିଳା ସରକାରଙ୍କ ସହଯୋଗରେ ଚାଷ କରି ଟଙ୍କା ରୋଜଗାର କରୁଛନ୍ତି l ତେବେ ଆସନ୍ତୁ ଜାଣିବା କ'ଣ ଏହି ଘାସ ଯାହାକୁ ଚାଷ କରି ମହିଳା ଲାଭବାନ ହୋଇପାରୁଛନ୍ତି l

 

" ଅଜୋଲା " ହେଉଛି ଏକ ସବୁଜ ଖାଦ୍ୟ ଯାହା ଚାଷ ଜମିରୁ ଆରମ୍ଭ କରି ପଶୁମାନଙ୍କ ପାଇଁ ସର୍ବୋତ୍ତମ ଖାଦ୍ୟ ହୋଇଥାଏ | ଦେଶର ଅଧିକାଂଶ ଭାଗରେ ପ୍ରାୟ ୬ ରୁ ୮ ମାସ ପର୍ଯ୍ୟନ୍ତ ସବୁଜ ଖାଦ୍ୟର ଅଭାବ ଦେଖାଯାଇଥାଏ | ସବୁଜ ଚାରାଗୁଡ଼ିକ ସମୟ ସହିତ ଏବେ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି l ଏଭଳି ପରିସ୍ଥିତିରେ ପଶୁପାଳନ ଚାଷୀଙ୍କ ପାଇଁ  ସବୁଜ ଚାରା ସମସ୍ୟା ଦେଖା ଦେଖିବାକୁ ମିଳୁଛି । 'ଅଜୋଲା' ଯାହା ଦ୍ଵାରା ପଶୁ ମାଲିକମାନେ ବର୍ଷସାରା ପଶୁମାନଙ୍କୁ ସବୁଜ ଖାଦ୍ୟ ଖାଇବା ପାଇଁ ଦେଇପାରିବେ ଯାହା ପଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ |  ତେବେ ଚାଷ ହୋଇଥିବା ଆଜୋଲା ପଟାଳିରୁ ମିଳୁଥିବା ଆଜୋଲାକୁ କୁକୁଡା, ଛେଳି ଏବଂ ଗୋରୁଙ୍କ ଖାଦ୍ୟ ଭାବେ ବ୍ୟବହାର କରାଯାଇପାରୁଛି । ଏହାର ଆଉ ଏକ ଭଲ ଗୁଣ ରହିଛି ଆଜୋଲା ଚାଷ ହେଉଥିବା ସ୍ଥାନରେ ମଶା ବଂଶ ବିସ୍ତାର କରିପାରନ୍ତି ନାହିଁ । 

ଅଜୋଲା ହେଉଛି ଏକ ଛୋଟ ପତ୍ରଯୁକ୍ତ ଶୈବାଳ ଯାହାକି ପାଣିରେ ସୃଷ୍ଟି ହୋଇଥାଏ l ଯାହାକୁ 'ଫର୍ନସ୍' ମଧ୍ୟ କୁହାଯାଇଥାଏ  | ଅଜୋଲା ଘାସ କିମ୍ବା ଶୈବାଳକୁ  ଧାନ ଚାଷ ସହିତ ପୋଖରୀ ଏବଂ ଅନ୍ୟାନ୍ୟ ଜଳ ଉତ୍ସରେ ଚାଷ କରାଯାଇପାରିବ | ଏହା ଏକ ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସବୁଜ ଚାରା ଅଟେ | ଏହା ଚାଷ ଜମିରେ ସବୁଜ ଖତ ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ | ଅଜୋଲା କ୍ଷୀର ଦେଉଥିବା ପ୍ରାଣୀମାନଙ୍କୁ ଖାଇବାକୁ ଦେଲେ କ୍ଷୀର ଉତ୍ପାଦନ ଅଧିକ ହୋଇଥାଏ ପଶୁଙ୍କଠାରୁ l ସେହିପରି ମାଛ ଚାଷ ଏବଂ କୁକୁଡ଼ା ଚାଷରେ ମଧ୍ୟ ବ୍ୟବହୃତ ହୋଇଥାଏ ଏହି ଶୈବାଳ |

ତେବେ ଏହାକୁ ଚାଷ କରିବା ଖୁବ ସହଜ ଅଟେ l  ଅଜୋଲା ଚାଷ କରିବା ପାଇଁ ଛାଇ ସ୍ଥାନରେ ୨ ମିଟର ଲମ୍ବ, ୨ ମିଟର ଚଉଡା ଏବଂ ୩୦ ସେମିର ଏକ ଗଭୀର ଗାତ ଖୋଲିବାକୁ ପଡିବ | ଏହି କାର୍ଯ୍ୟ କରିବା ପରେ ଭୂମିକୁ ସମତଳ କରି ଇଟା ପକାଇ ଏକ ଟାଙ୍କି ପ୍ରସ୍ତୁତ କରନ୍ତୁ | ଏହା ପରେ ଗର୍ତ୍ତକୁ ଏକ ପଲିଥିନ ସିଟ ଘୋଡାଇ ଦିଅନ୍ତୁ | ପରେ ଏହି ଟାଙ୍କିରେ ପ୍ରାୟ ୧୫  ରୁ ୨୦ କିଲୋଗ୍ରାମ ପରିଷ୍କାର ମାଟି ବିସ୍ତାର ପକାଇ ଚାରିପଟେ ଖେଳାଇ ଦିଅନ୍ତୁ ସମତଳ ଭାବେ | ନିକଟରେ ଥିବା କୃଷି ବିଭାଗ ସହିତ ଯୋଗାଯୋଗ କରିବା ପରେ ସିଙ୍ଗଲ୍ ସୁପର ଫସଫେଟ୍, ପାଣି ମାଟି ମିଶାଇ ଗର୍ତ୍ତରେ ଦିଅନ୍ତୁ | ଏହା ପରେ କିଛି ସ୍ଥାନ ପର୍ଯ୍ୟନ୍ତ ପାଣି ଭରନ୍ତୁ | ଏହା ପରେ ଆଜୋଲା କଲଚରକୁ ଗର୍ତ୍ତରେ ଧୀରେ ଧୀରେ ପକାଇ ଦିଅନ୍ତୁ | ଏହାପରେ ଆପଣ ଦେଖିବାକୁ ପାଇବେ ୧୦ ରୁ ୧୫ ଦିନ ପରେ ଆଜୋଲା ଜଳ ଉପରେ ଏକ ମୋଟା ଗଦା ଆସ୍ତରଣ ଆକାରରେ ବିସ୍ତାର ହୋଇଥିବା  l

ତେବେ ଏହି ଚାଷ ଆପଣଙ୍କୁ  ପ୍ରତିଦିନ ୧ ରୁ ୨  କିଲୋଗ୍ରାମ ପର୍ଯ୍ୟନ୍ତ ଆଜୋଲା ପ୍ରଦାନ କରିବ |ଏହାକୁ ବିଶୁଦ୍ଧ ପାଣିରେ ଧୋଇବା ପରେ ହିଁ ଏହାକୁ ଆପଣ ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ  | ଦେଖିବେ ପଶୁଙ୍କ କ୍ଷୀର ମଧ୍ୟ ଅଧିକ ହେବ l ତେବେ ଧ୍ୟାନ ରଖିବା ଉଚିତ ଯେ ଏହି ଚାଷ କରୁଥିବା ସ୍ଥାନକୁ ଆପଣ ପ୍ରତି ୬ ମାସରେ ସଫା କରୁଥିବେ l ଅଧିକ ତଥ୍ୟ ପାଇବା ପାଇଁ ନିକଟସ୍ଥ କୃଷି ବିଭାଗ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments