1. କୃଷି ବିଶ୍ବକୋଷ

ନମସ୍କାର ନବରଙ୍ଗପୁର, ଆସନ୍ତୁ ଜାଣିବା ଆପଣଙ୍କ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରର ବିଶେଷତ୍ୱ

ଆମ ଦେଶର ପ୍ରଥମ କୃଷି ବିଜ୍ଞାନ କେନ୍ଦ୍ର 1974 ମସିହାରେ କୋଏମ୍ବାଟୁରର ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ପୁଡୁଚେରୀ (ପଣ୍ଡିଚେରୀ) ରେ ପ୍ରତିଷ୍ଠିତ ହୋଇଥିଲା।

Tanushree Mahapatra
Tanushree Mahapatra
About to know kvk of nabrangpur , image source - kvk nabrangpur

About to know kvk of nabrangpur , image source - kvk nabrangpur

ଆମ ଦେଶର ପ୍ରଥମ କୃଷି ବିଜ୍ଞାନ କେନ୍ଦ୍ର 1974 ମସିହାରେ କୋଏମ୍ବାଟୁରର ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ପୁଡୁଚେରୀ (ପଣ୍ଡିଚେରୀ) ରେ ପ୍ରତିଷ୍ଠିତ ହୋଇଥିଲା। କୃଷି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା କୃଷି ବିଶ୍ୱବିଦ୍ୟାଳୟ, ଆଇସିଆର ପ୍ରତିଷ୍ଠାନ, ଆନୁଷଙ୍ଗିକ ସରକାରୀ ବିଭାଗ ଏବଂ ଅଣ-ସରକାରୀ ସଂଗଠନ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ମଞ୍ଜୁର କରାଯାଇଛି। ସାଧାରଣତ ଏବେ ଆମଦେଶର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ର ଏକ ସ୍ଥାନୀୟ କୃଷି ବିଶ୍ୱବିଦ୍ୟାଳୟ ସହିତ ଜଡିତ |

ଏହି କୃଷି ବିଜ୍ଞାନ କେନ୍ଦ୍ର ଭାରତ ସରକାରଙ୍କ ଦ୍ୱାରା 100% ଆର୍ଥିକ ଅନୁଦାନ ପ୍ରାପ୍ତ ଏବଂ ନିକଟ ଭବିଷ୍ୟତରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟ ପୂରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

କୃଷିକାର୍ଯ୍ୟରେ ନୂଆ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଜ୍ଞାନ କୌଶଳ ପହଞ୍ଚାଇବାପାଇଁ ସରକାର ଦେଶରେ 731ଟି କୃଷି ବିଜ୍ଞାନ କେନ୍ଦ୍ର 2021 ମସିହାରେ ସ୍ଥାପନ କରିଥିଲେ l ସେହିଭଳି ଓଡ଼ିଶାରେ କୃଷିର ଉନ୍ନତି ପାଇଁ , ଓଡ଼ିଶା ୟୁନିଭର୍ସିଟି ଅଫ୍‍ ଅଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିର (KVK) ​ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ,ଓଡ଼ିଶା ୟୁନିଭର୍ସିଟି ଅଫ୍‍ ଅଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିର ଡିନ୍ ଅଫ୍ ଏକ୍ସଟେନ୍ସନ୍ ଡକ୍ଟର ପ୍ରଶ୍ନଜିତ ମିଶ୍ର ଏବଂ ଡ଼କ୍ଟର ସୁବ୍ରତ କୁମାର ରୟ ,ଡ଼ାଇରେକ୍ଟର ,ATARI,କୋଲକତାଙ୍କ ଅଧକ୍ଷତାରେ ସମଗ୍ର ରାଜ୍ୟରେ 33ଟି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟକରୁଛି l

 

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ଏବଂ ଦେଶର ଜିଲ୍ଲା ସ୍ତରରେ ଏହାର ଅନୁବନ୍ଧିତ ଅନୁଷ୍ଠାନ ଦ୍ୱାରା ସୃଷ୍ଟି କୃଷି ସମ୍ପ୍ରସାରଣର କେନ୍ଦ୍ର ହେଉଛି କୃଷି ବିଜ୍ଞାନ କେନ୍ଦ୍ର (KVK) |କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ ଜାତୀୟ କୃଷି ଅନୁସନ୍ଧାନ ପ୍ରଣାଳୀ (NARS) ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ NARS ଏବଂ କୃଷକଙ୍କ ମଧ୍ୟରେ ଲିଙ୍କ୍ ସ୍ଥାପନରେ ଏକ ମୁଖ୍ୟ ଅନୁଷ୍ଠାନ ରୂପରେ କାର୍ଯ୍ୟ କରେ | କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ ଦେଶର କୃଷି କ୍ଷେତ୍ରକୁ ବିଭିନ୍ନ ପ୍ରକାରର ଚାଷ ସହାୟତା ଯୋଗାଇବା ସହିତ ଏବଂ ଉନ୍ନତ କୃଷି ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ସଚେତନତା ସୃଷ୍ଟି କରେ | ତେବେ ଆମେ କୃଷି ଜାଗରଣ ସଂସ୍ଥା ତରଫରୁ ଆପଣ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ବିଷୟରେ ଆମ ସ୍ୱତନ୍ତ୍ର ଅନୁଛେଦରେ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରିଛୁ l ଆସନ୍ତୁ ଜାଣିବା ନବରଙ୍ଗପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ –

କୃଷି ବିଜ୍ଞାନ କେନ୍ଦ୍ର , ନବରଙ୍ଗପୁର –

 

ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର । ଏହି ଜିଲ୍ଲାରେ ଅନେକ ଆଦିବାସୀ ବସବାସ କରନ୍ତି l ଯାହାଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଚାଷ କାର୍ଯ୍ୟ l ଧାନ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁ ପ୍ରକାର ଚାଷ ଏଠାରେ ଦେଖାଯାଏ l ଏଠାକାର ଚାଷୀ ଏବେ ନୂଆ ନୂଆ ଚାଷ ମଧ୍ୟ କରିବା ଆରମ୍ଭ କରିଦେଲେଣି l ଏଠାକାର ମୁଖ୍ୟ ଏବଂ ବରିଷ୍ଠ ବୈଜ୍ଞାନିକ ରହିଛନ୍ତି ଡଃ, ଗୋବିନ୍ଦ ଚନ୍ଦ୍ର ସାହୁ l ଏହାଙ୍କ ଅଧୀନରେ ଅନ୍ୟ କୃଷି କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି l

ଏଠାରେ ଅଧିକ ମୃତ୍ତିକା ପରୀକ୍ଷା ଓ ଭରମି କମ୍ପୋଷ୍ଟ ଉପରେ ବିଶେଷତ୍ୱ ଦିଆଯାଉଛି l ଏକକାଳୀନ ଚାଷ କରୁଥିବା ଚାଷୀଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କାର୍ଯ୍ୟ ଗୋଟିଏ ଚାଷ ପରେ କିପରି ଅନ୍ୟ ଚାଷ ହୋଇ ପାରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି କର୍ମଚାରୀ l ଗୋଟିଏ ଚାଷ ଅମଳ ପରେ ମୃତ୍ତିକାର ପୋଷକତବ କମିଯାଇଥାଏ ଯାହା ପାଇଁ ଅନ୍ୟ ଚାଷ କରିବାରେ ବେଳେବେଳେ ଚାଷୀ ଆଉ ମନ ବଳାଇ ନ ଥାନ୍ତି l ଯାହା ପାଇଁ ଚାଷୀଙ୍କୁ ସାହାଯ୍ୟ କରନ୍ତି କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ l

ବିଭିନ୍ନ ସ୍ଥାନର ସମସ୍ୟାକୁ ଅନୁଧ୍ୟାନ କରି ଚାଷୀ କ୍ଷେତରେ ଚାଷ ସମ୍ବନ୍ଧିୟ ନୂତନ କୌଶଳ ଉପରେ ପରୀକ୍ଷଣ ତଥା ଗବେଷଣା କରିବା l ଚାଷୀ କ୍ଷେତରେ ବିଭିନ୍ନ ଫସଲ ଉପରେ କ୍ଷେତ୍ର ପ୍ରଦର୍ଶନ କରିବା ଓ ଏହାର ଅମଳ ଆକଳନ କରିବା ତଥା ଚାଷୀର ପ୍ରତିକ୍ରିୟା ସମ୍ବନ୍ଧିୟ ତଥ୍ୟ ସଂଗ୍ରହ କରିବା l କୃଷି ସମ୍ବନ୍ଧିୟ ନୂତନ ଗବେଷଣା ତଥ୍ୟକୁ ତାଲିମ୍ ମାଧ୍ୟମରେ କୃଷି ସମ୍ପ୍ରସାରଣ କର୍ମଚାରୀଙ୍କୁ ଅବଗତ କରାଇବା l କୃଷକ ତଥା ଯୁବଚାଷୀ କିପରି ଅଧିକ ଅମଳ ପାଇବେ ଓ ସ୍ବରୋଜଗାର କ୍ଷମ ହୋଇ ପାରିବେ ସେଥି ନିମନ୍ତେ ଆନୁଶଂଗିକ ଓ ଧନ୍ଦା ମୁଳକ ତାଲିମ୍ ପ୍ରଦାନ କରିବା l

ଯୋଗାଯୋଗ ଜରୁରୀ –

Krishi Vigyan Kendra,At/PO, Badakumari, Umerkote,Distt. Nabarangpur

Contact details -     Dr Narayan Bar, Head KVK, Contact No.: +91-8895615450

Landline No -0124-2764907

କୃଷି ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ସହ ନିଜକୁ ଯୋଡ଼ିବାକୁ ଚାହୁଁଥିଲେ କୃଷି ଜାଗରଣ ଓଡ଼ିଶାକୁ ଫଲୋ କରନ୍ତୁ.....

ନମସ୍କାର ସୋନପୁର, ଆପଣଙ୍କ ଅଞ୍ଚଳରେ କୃଷି ବିଜ୍ଞାନ କେନ୍ଦ୍ର କିପରି କରୁଛି କାର୍ଯ୍ୟ ?

ନମସ୍କାର ଭଦ୍ରକ, ଆପଣଙ୍କ ଅଞ୍ଚଳରେ କୃଷି ବିଜ୍ଞାନ କେନ୍ଦ୍ର କିପରି କରୁଛି କାର୍ଯ୍ୟ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments