1. କୃଷି ବିଶ୍ବକୋଷ

ଏହା ହେଉଛି ସୁପରଫୁଡ !ଖାଇଲେ ରହିବେ ନିରୋଗ

ଏହା ହେଉଛି ସୁପରଫୁଡ !ଖାଇଲେ ରହିବେ ନିରୋଗ

KJ Staff
KJ Staff

ଚମତ୍କାରୀ ଖାଦ୍ୟ ! ଫକ୍ସ ନଟ

ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ ହେଲେ ପଦ୍ମ ଫୁଲ ର ମଞ୍ଜି ରୁ ତିଆରି ହେଉଥିବା ଏହି ଖାଦ୍ୟ କୁ ଫକ୍ସ ନଟ ବା ମଖାନା କୁହାଯାଏ |ବିହାର ସ୍ଥିତ ମାଲଦା ଜିଲ୍ଲାରେ ଏହାକୁ ବହୁତ ଅଧିକ ଚାଷ କରାଯାଇଥାଏ |ବର୍ତମାନ ଏହା ପଦ୍ମ ମଞ୍ଜି କୁ ଅମଳ କରିବା ସମୟ ଏବଂ ଏବେ ସେ ଜିଲ୍ଲା ର ଚାଷୀ ମାନେ ନିଶ୍ଚିନ୍ତ ଭାବେ ଅମଳ କାର୍ଯ୍ୟ ରେ ରତ ଥିବେ ବୋଲି କହିଛନ୍ତି ସିଫା ର ମୁଖ୍ୟ ବୈଜ୍ଞାନିକ ପ୍ରତାପ ମୁଖୋପାଧ୍ୟାୟ |

ମଖାନା ପରି ଚମତ୍କାରୀ ଖାଦ୍ୟ ଭାରତ ର ବୃଦ୍ଧି ପାଉଥିବା ଜନସଂଖ୍ୟା ଙ୍କ ତୁଣ୍ଡ ରେ ଦାନା ଦେବା ସହ ଗ୍ରାମାଞ୍ଚଳ କୁ ସ୍ୱାବଲମ୍ବୀ କରିବାର ସକ୍ଷମତା ମଧ୍ୟ ରଖିଛି |ମଖାନା ର ଚାଷ ସହ ମାଛ ଚାଷ କରିଲେ ଏହା ଚାଷୀ ର ଉଦ୍ୟୋଗ କୁ ଆହୁରି ଅଧିକ ପ୍ରେରିତ କରେ ଫଳରେ ଲାଭ ଅଧିକ ହୋଇଥାଏ |
ଏହି ପରି ସମ୍ମନିତ୍ବ ଚାଷ ରେ ବିଶେଷ କରି ମାଗୁର ମାଛ,ସିଂଘି ଇତ୍ୟାଦି ଚାଷ କରାଯାଇପାରିବ ବୋଲି ମତ ଦେଇଛନ୍ତି ଶ୍ରୀଯୁକ୍ତ ମୁଖପାଧ୍ୟାୟ |

ଏହି ଜିଲ୍ଲାରେ ଚାଷୀ ମାନେ ପୂର୍ବରୁ ଗଭୀର ଜଳ ରେ ଧାନ ଚାଷ କରୁଥିଲେ କିନ୍ତୁ ସମୟାନୁକ୍ରମେ ଏହା ମଖାନା ଚାଷ ରେ ପରିଣତ ହୋଇଛି |ଏହା ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ବେଶ ଉପଯୋଗୀ କାରଣ ଏଥିରେ ଚର୍ବି ର ମାତ୍ରା ବେଶ କମ ରହିଥାଏ |


ପ୍ରକୃତରେ ମଖାନା ପଦ୍ମ ର ମଞ୍ଜି କୁ କୁହାଯାଏ ଯେଉଁଥିରେ ଭିଟାମିନ ଓ ମିନେରାଲ ଭରିକି ରହିଛି |
କେବଳ ପଦ୍ମ ନୁହେଁ ପାଣି ଲିଲି ,ପାଣି ସିଙ୍ଗଡ଼ା ,ପଦ୍ମ ଇତ୍ୟାଦି କୁ ମଧ୍ୟ ମଖାନା ତିଆରି ହୋଇପାରିବ ତେଣୁ ଗ୍ରାମାଞ୍ଚଳ କୁ ସ୍ୱାବଲମ୍ବୀ କରିବାକୁ ହେଲେ ଏହି ସବୁ ଗଛ ର ଉପାଦେୟତା ବୁଝିବା ସବୁଠାରୁ ଆବଶ୍ୟକ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments