1. କୃଷି ବିଶ୍ବକୋଷ

ବ୍ୟବସାୟିକ ଭିତିରେ ଘିକୁଆଁରୀ ଚାଷ

ଘିକୁଆଁରୀ ଏମିତି ଏକ ଉଦ୍ଭିଦ ଯାହାକୁ ମଣିଷମାନଙ୍କ ପାଇଁ ପ୍ରକୃତିର ଏକ ବରଦାନ ବୋଲି କହିଲେ ଯଥାର୍ଥ ହେବ l ଏହାର ରସକୁ ବ୍ୟବହାର କରି ବହୁଦେଶୀୟ କମ୍ପାନୀମାନେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ, ଔଷଧ, ଏବଂ ଆୟୁର୍ବେଦିକ ସାମଗ୍ରୀଗୁଡ଼ିକ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି l ଏହି ସାମଗ୍ରୀ ଗୁଡିକର ବହୁଳ ବ୍ୟବହାର ହେବା ଫଳରେ ଘିକୁଆଁରୀ ବା ଆଲୋଏ ଭେରା ଏବେ ଘରେ ଘରେ ପରିଚିତ l ଏହି ପରିପ୍ରେକ୍ଷୀରେ, ଯଦି ଜଣେ ଚାଷୀ ଘିକୁଆଁରିକୁ ବ୍ୟବସାୟୀକ ଭିତିରେ ଚାଷ କରନ୍ତି ତେବେ ସେ ନିଶ୍ଚୟ ଲାଭବାନ ହୋଇପାରିବେ l

Sugyan Kumar Nayak
Sugyan Kumar Nayak
Aloe Vera Farming

Aloe Vera Farming

ଘିକୁଆଁରୀ ଏମିତି ଏକ ଉଦ୍ଭିଦ ଯାହାକୁ ମଣିଷମାନଙ୍କ ପାଇଁ ପ୍ରକୃତିର ଏକ ବରଦାନ ବୋଲି କହିଲେ ଯଥାର୍ଥ ହେବ l ଏହାର ରସକୁ ବ୍ୟବହାର କରି ବହୁଦେଶୀୟ କମ୍ପାନୀମାନେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ, ଔଷଧ, ଏବଂ ଆୟୁର୍ବେଦିକ ସାମଗ୍ରୀଗୁଡ଼ିକ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି l ଏହି ସାମଗ୍ରୀ ଗୁଡିକର ବହୁଳ ବ୍ୟବହାର ହେବା ଫଳରେ ଘିକୁଆଁରୀ ବା ଆଲୋଏ ଭେରା ଏବେ ଘରେ ଘରେ ପରିଚିତ l ଏହି ପରିପ୍ରେକ୍ଷୀରେ, ଯଦି ଜଣେ ଚାଷୀ ଘିକୁଆଁରିକୁ ବ୍ୟବସାୟୀକ ଭିତିରେ ଚାଷ କରନ୍ତି ତେବେ ସେ ନିଶ୍ଚୟ ଲାଭବାନ ହୋଇପାରିବେ l

ଘିକୁଆଁରିର ଉପଯୋଗୀତା ବିଷୟରେ ସମ୍ୟକ ଧାରଣା ଦେଲେ ଆମେ ଜାଣିପାରିବ ଏହା ସତରେ କେତେ ଉପକାରୀ ଅଟେ;  ଉଚ୍ଚ ରକ୍ତଚାପ, ଉନ୍ମଦ ରୋଗ ନିମନ୍ତେ ଏହି ଘିକୁଆଁରୀ ଉପାଦେୟ ଅଟେ l କୃମିରୋଗ, ପୋଡାଘା, ଶୂଳରୋଗ, ପେଟଗୋଳମାଳ, ଗଣ୍ଠିବାତ, ପେଟ ବ୍ୟଥା, ଅନ୍ତନାଳୀ ଘା , ଓ ଦେହହାତ ଜ୍ଵଳନର ଉପଶମ ପାଇଁ ଘିକୁଆଁରୀ ବ୍ୟବହୃତ ହୁଏ । ଘିକୁଆଁରିକୁ ଔଷଧ ତଥା ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରିବା କ୍ଷେତ୍ରରେ ବ୍ୟବହାର କରାଯାଉଥିବାରୁ ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏହାର ବ୍ୟବସାୟିକ ଭିତିରେ ଚାଷ ଦିଗରେ ଧ୍ୟାନ ଦିଆଯାଉଛି  ।

ଏହା ଏକ ମାଂସଳ ପତ୍ରବିଶିଷ୍ଟ ବହୁବର୍ଷୀୟ ଗୁଳ୍ମ ଏବଂ ୧ରୁ ୨ ଫୁଟ ଉଚ୍ଚ ହୋଇଥାଏ । ଏହି ଗଛର ମୂଳରୁ ହିଁ ମାଂସଳ ପତ୍ରସବୁ ବାହାରିଥାଏ । ପତ୍ରର ଲମ୍ବ ୩୦-୪୦ ସେମି ଓ ଓସାର ୫-୧୦ ସେମି ତଥା ଏହା ମଝିରୁ ଉପରକୁ କ୍ରମଶଃ ସାରୁ ଓ ମୁନିଆ ହୋଇଥାଏ  । ପତ୍ରର ଧାର ଦୁଇପାଖରେ ମୂଳରୁ ଶେଷ ପର୍ଯ୍ୟନ୍ତ ଛୋଟ ଛୋଟ କଣ୍ଟା ଥାଏ । ଉତ୍କୃଷ୍ଟ ମାଟି ଓ ପରିବେଶ ନେଇ ଏଥିରେ ମଧ୍ୟ ଫୁଲ ଫୁଟେ । ପତ୍ରକୁ ଭାଙ୍ଗିଦେଲେ ସେଥିରେ ଜେଲି ପରି ଲାଳୁଆ ସ୍ଵଚ୍ଛ ଶସ ଦେଖାଯାଏ । ଏହି ଶସ ବେସ ଚିକ୍କଣ ଓ ଥଣ୍ଡା  । ଏହାକୁ ମୁଖତଃ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ  ।

ଚାଷ ପ୍ରଣାଳୀ

ଘିକୁଆଁରି  ଏକ ସାଧାରଣ ଗଛ ଯାହାକି ଯେକୌଣସି ସ୍ଥାନରେ ଲଗାଯାଇ ପାରିବ । ଆୟୁର୍ବେଦୀୟ ପ୍ରସାଧନ ସାମଗ୍ରୀ ନିର୍ମାଣ ଓ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହାର ଚାହିଦା ବୃଦ୍ଧି ପାଉଥିବା କାରଣରୁ ଏହାକୁ ଉନ୍ନତ ପ୍ରଣାଳୀରେ ବ୍ୟବସାୟୀକ ଭୀତିରେ ଚାଷକରି ଚାଷୀ ଭାଇମାନେ ଲାଭବାନ ହୋଇପାରିବେ l ମୁଖତଃ ଶୁଷ୍କ ଜଳବାୟୁ ଏହି ଗଛର ବୃଦ୍ଧି ନିମନ୍ତେ ଉପଯୁକ୍ତ ହେଲେ ମଧ୍ୟ ଯେକୌଣସି ଜଳବାୟୁରେ ଏହା ବଢିଥାଏ । ମାତ୍ର କୁହୁଡି ଓ ଶୀତ କାଳୀନ ତାପମାତ୍ରା ଏହା ଉପରେ ପ୍ରତିକୂଳ ପ୍ରଭାବ ପକାଏ । ନିଗିଡ଼ା ବାଲିଆ ମାଟି ଏହା ପାଇଁ ଉପଯୋଗୀ। ହାଲୁକା ଦୋରସା ମାଟି କିମ୍ବା ଢିପ ଗଡାଣିଆ ଭୂମିରେ ଏହା ଭଲ ବଢିପାରେ । ଏହାଛଡା ଭାରତରେ ଥିବା କୃଷ୍ଣ କର୍ପାସ ମୃତ୍ତିକାରେ ମଧ୍ୟ ଏହା ଶୀଘ୍ର ବଢେ । ମାଟିର ପି.ଏଚ ୬ରୁ ୮.୫  ମଧ୍ୟରେ ହେବା ଆବଶ୍ୟକ  । ଏହାର ଚେର ମାଟି ଭିତରେ ବେଶୀ ବାଟ ଯାଇପାରେ ନାହିଁ । ତେଣୁ ୩୦ରୁ ୪୫ ସେମି ଗଭୀରର ମାଟି ଥିବା ଜମିରେ ଏହା ଭଲ ରୂପେ ବଢିପାରେ । ଲଘୁ ବୃଷ୍ଟିପାତ ଅଞ୍ଚଳରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ  ।

ଘିକୁଆଁରି  ଚାଷ କରିବା ପାଇଁ ଜମିକୁ ପ୍ରଥମେ ଗ୍ରୀଷ୍ମ ଋତୁରେ ୨-୩ ଥର ଭଲ ଭାବରେ ଚାଷ କରିବା ଉଚିତ । ଏହା ଫଳରେ ଅନାବନା ଘାସ ଓ ଛୋଟ ଅଦରକାରୀ ଗଛସବୁ ମରିଯିବା ସହ ମାଟି ଜୀବାଣୁମୁକ୍ତ ରହିବ । ଜମିରେ ଏକର ପ୍ରତି ୫ ଟନ ଗୋବର ଖତ ଓ ୨୦୦ କିଗ୍ରା ନିମ୍ବ ପିଡିଆ ମିଶାଇବା ଦରକାର । ଏହାପରେ ଜମିରେ ୪୫ ସେମି ବ୍ୟବଧାନ ଓ ୩୦ ସେମି ଉଚ୍ଚତାର ହୁଡା ତିଆରି କରାଯାଏ  ।

ଅଲଟରନେରିଆ ଅଲଟରନେତା ତଥା ଫ୍ୟୁଜାରିୟମ ସୋଲାଲି ନାମକ କେବଳ ପତ୍ରଦାଗ, ପତ୍ରପୋଡା ରୋଗ ସୃଷ୍ଟିକରେ । ଏହାର ନିରାକରଣ ପାଇଁ କ୍ଳୋରୋଞ୍ଚନୋନିଲ ୩ ଗ୍ରାମକୁ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରାଯାଏ  ।

ଗଛ ଲଗାଇବାର ଏକ ବର୍ଷ ପରେ ଏହାର ପତ୍ରକୁ କାଟି ଅମଳ କରାଯାଏ । ପତ୍ର କାଟିବା ସମୟରେ ଚିରିବା ଉଚିତ ନୁହେଁ । କଟା ଗଛରେ ପୁଣି ପତ୍ର କଅଁଳେ ଓ ଏହାକୁ ୨ୟ ବର୍ଷ ଅମଳ କରାଯାଏ । ଏହି ଭଳି ୪-୫ ବର୍ଷ ଅମଳ କରାଯାଏ  । ବାରମ୍ବାର ପତ୍ର କାଟିବା ଦ୍ଵାରା ଗଛରେ କବକଜନିତ ରୋଗ  ଲାଗିବାର ସମ୍ଭାବନା ଥିବାରୁ ଗଛରେ ଡାଏଥେନ Z -୭୮ ସିଞ୍ଚନ କରାଯିବା ଉଚିତ  ।

ପ୍ରାୟ ଏକ ବର୍ଷ ଫସଲରୁ ୨୦,୦୦୦- ୨୫,୦୦୦ କିଗ୍ରା ତାଜା ପତ୍ର ଅମଳ କରାଯାଇପାରିବ  । ଏହା ସହିତ ୫୦୦୦-୬୦୦୦ ପୁଆ ମଧ୍ୟ ବିହନ ରୂପେ ବ୍ୟବହାର କରିବା ପାଇଁ ମିଳିପାରିବ । ଏହି ଅମଳ ୩ବର୍ଷ ପର୍ଯ୍ୟନ୍ତ ବଢିଚାଲେ କିନ୍ତୁ ଏହାପରେ ଅମଳ କ୍ଷମତା କମିଯାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments