Krishi Jagran odia
Menu Close Menu

ପେଜ (ତୋରାଣି ) ର ଅଦ୍ଭୁତ ଉପକାରିତା !

Wednesday, 11 September 2019 04:04 PM

ଗୋଟେ ଓଳି ଭାତ ଖାଇବାକୁ କୁ ଓଡ଼ିଆ ଲୋକ ନିଶ୍ଚିନ୍ତ ଭଲ ପାଆନ୍ତି ଏବଂ ତା ସହ ପଖାଳ ଭାତ ର ତୋରାଣି ମଧ୍ୟ ଘରେ ଘରେ ବେଶ ପରିଚିତ |ତେବେ ଆପଣ ହୁଏତ ଭାତ ରାନ୍ଧିଲା ପରେ ତା ପେଜ କୁ ଫପାଡ଼ି ଦେଉଥିବେ ହେଲେ ଜାଣିଛନ୍ତି କି ବୈଜ୍ଞାନିକ ଗବେଷଣା ଦ୍ୱାରା ପେଜ ବା ତୋରାଣି ର କେତେ ଅଦ୍ଭୁତ୍ତ  ଉପକାରିତା ଜ୍ଞାତ ହୋଇଛି?
ପୁରାତନ ଯୁଗରେ ଜାପାନ ର ମହିଳା ମାନେ ଏହି ପାଣି କୁ ନିଜ କେଶ ର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବ୍ୟବହାର କରୁଥିଲେ |ଏହା ସୁନ୍ଦର ଓ ମଜବୁତ କେଶ ରେ ବହୁ ସହାୟକ ହୋଇଥାଏ

ଚମ ପାଇଁ


ଚମ ର ସୌନ୍ଦର୍ଯ୍ୟ ରକ୍ଷା ଏବଂ ସତେଜ ଚମ ଲାଗି ବର୍ତମାନ ତୋରାଣି ପାଣି କୁ ଅଧିକ ବ୍ୟବହାର କରାଯାଉଛି |ଖୁବ ସହଜରେ ମିଳିପାରୁଥିବା ଏହି ତୋରାଣି ପାଣି ତ୍ୱଚା ର ବେଶ ଭଲ ଉପଚାର କରିପାରିବ|ଏକଜେମା ବା ଫୁଟକା ହୋଇଥିଲେ ତୋରାଣି ଦ୍ୱାରା ତାର ଉପଚାର କରି ହେବ |


କେଶ ର ଉପଚାର :


ବୈଜ୍ଞାନିକ ମତରେ ଏହି ତୋରାଣି ରେ ଇନୋସିତଲ ନାମକ ଏକ ରାସାୟନିକ ଦ୍ରବ୍ୟ  ଥାଏ ଯାହା  କେଶ କୁ ମୂଳ ରୁ ହିଁ ମଜଭୁତ କରିଥାଏ |
କେତେକ ଙ୍କ ମତରେ ନିୟମିତ ତୋରାଣି ପିଇବା ଦ୍ୱାରା ପେଟ ଜନିତ ରୋଗ ଦୂର ହୋଇଥାଏ |ହେଲେ ଅତ୍ୟାଧିକ ମାତ୍ର ରେ ତୋରାଣି ବିଭିନ୍ନ କର୍କଟ ରୋଗ ର କାରଣ ମଧ୍ୟ ହେଇପାରେ |ଏହା ବ୍ୟତୀତ  ହୃଦ୍ରୋଗ ,ଅଧିକ ରକ୍ତଚାପ ଇତ୍ୟାଦି ଅତ୍ୟଧିକ ତୋରାଣି ପିଇବା ରୁ ହେଇପାରେ ମାତ୍ର ତୋରାଣି ପିଇବା ର ପରାମର୍ଶ କେତେକ ଡାକ୍ତର ମାନେ ଦେଇଥାନ୍ତି |

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେତେକ କ୍ଷେତ୍ର ରେ ତୋରାଣି ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ଦୀର୍ଘ ଦିନ ଯାଏ ଭଲ ରହିବାର ଦେଖିବାକୁ ମିଳିଛି |

Share your comments


CopyRight - 2019 Krishi Jagran Media Group. All Rights Reserved.