1. କୃଷି ବିଶ୍ବକୋଷ

ପଞ୍ଚଗବ୍ୟ

ପୁରାତନ ଯୁଗ ରେ ଗାଈ ବା ଗୋମାତା କୁ ଭାରତ ବର୍ଷ ରେ ଖୁବ ଆଦର ଓ ସମ୍ମାନ କରାଯାଏ | ତେବେ ଏହିପରି ଗାଈ ର କେତୋଟି ଉତ୍ପାଦକ କୁ ନେଇ ପ୍ରସ୍ତୁତ ହୁଏ ଏକ ଅଦ୍ଭୁତ ମିଶ୍ରଣ ପଞ୍ଚଗବ୍ୟ ବା ପାଞ୍ଚ ଟି ତତ୍ତ୍ୱ|

KJ Staff
KJ Staff

ପୁରାତନ ଯୁଗ ରେ ଗାଈ ବା ଗୋମାତା କୁ ଭାରତ ବର୍ଷ ରେ ଖୁବ ଆଦର ଓ ସମ୍ମାନ କରାଯାଏ | ତେବେ ଏହିପରି ଗାଈ ର କେତୋଟି ଉତ୍ପାଦକ କୁ ନେଇ ପ୍ରସ୍ତୁତ ହୁଏ ଏକ ଅଦ୍ଭୁତ ମିଶ୍ରଣ ପଞ୍ଚଗବ୍ୟ  ବା ପାଞ୍ଚ ଟି ତତ୍ତ୍ୱ|

ଏହାର ଉପକାରିତା :

୧)ଏହା ଏକ ଚମତ୍କାରୀ କୀଟନାଶକ,ଏହାର ଗନ୍ଧ ଦ୍ୱାରା  ଗଛ ରେ  ରୋଗପୋକ ଆଶା କମିଯାଏ   ଏବଂ ତାହା ଗଛ ପ୍ରତି  ରୋଧକ ଶକ୍ତି ବୃଦ୍ଧି କରାଏ |

୨)ଏହା ପତ୍ର ଓ ଦଳ କୁ ମଜଭୁତ କରି ହୃଷ୍ଟ ପୃଷ୍ଟ କରିଥାଏ।

୩)ଗଛ ରେ  ଅଧିକ ପତ୍ର ଧରେ ଓ ପତ୍ର ଗୁଡିକ ର ସବୁଜ ଅଂଶ ବୃଦ୍ଧି ପାଇଥାଏ |

୪)ଗଛ ର ଚେର ବୃଦ୍ଧି ହୁଏ |

ଆବଶ୍ୟକ ସାମଗ୍ରୀ :

୧)ତାଜା ଗୋବର - ୫କି. ଗ୍ରା

୨)ଗୋମୂତ୍ର - ୩ ଲିଟର

୩) ଦୁଗ୍ଧ : ୨ ଲିଟର 

୪) ତାଜା ଦହି- ୨ ଲି ଟର

୫) ଘିଅ -୫୦୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ :

୧)ପ୍ରଥମେ ଏକ ମାଟି,ପ୍ଲାଷ୍ଟିକ ବା କଥା ପତ୍ର କୁ ଭଲ ଭାବରେ ଧୋଇ ଗୋବର ଓ ଘିଅ କୁ ବାଡ଼ି ସାହାଯ୍ୟ ରେ ମିଶାନ୍ତୁ |ଏହାକ ଧୀରେ ଧୀରେ ଗୋଳାନ୍ତୁ |ଏହାଦ୍ୱାରା ଉପକାରୀ ଜୀବାଣୁ ନଷ୍ଟ ହୁଅନ୍ତି ନାହିଁ |

୨)ମିଶ୍ରଣ କୁ ମୋଟା କଣ ଦ୍ୱାରା ଘୋଡାଇ ଦିଅନ୍ତୁ | ପ୍ରତି ୩ ଦିନ ଲାଗି  ଏହାକୁ ଦିନକୁ ୨ ଥର ଲେଖା ଘଣ୍ଟା ର ଦିଶା ଏବଂ ତାର ବିପରୀତ ଦିଶା ରେ ମିଶାନ୍ତୁ |

୩)ଚତୁର୍ଥ  ଦିନ ଏଥିରେ ବଳକା ସାମଗ୍ରୀ କୁ ଧୀରେ ଧୀରେ ମିଶାନ୍ତୁ |

୪)ମିଶ୍ରଣ କୁ ୧୫ ଦିନ ଲାଗି ଛାଡି ଦିଅନ୍ତୁ | ଦିନକୁ ୨ ଥର ଗୋଳାନ୍ତୁ ଓ ୧୫ ଦିନ ପରେ ବ୍ୟବହାର କରନ୍ତୁ |ଏହାକୁ ଛାଇ ରେ ଘୋଡାଇ ରଖନ୍ତୁ |

ଏହାକୁ ବ୍ୟବହାର କରିବା ଲାଗି ଆବଶ୍ୟକ ମାତ୍ରା ରେ ୩୦ ଗୁଣ ପାଣି ମିଶାଇ ପତଳା କରନ୍ତୁ ଗଛ ପତ୍ର ରେ ବା ମୂଳ ରେ ପ୍ରୟୋଗ କରନ୍ତୁ |

ସପ୍ତାହ କୁ  ଥରେ ବ୍ୟବହାର କଲେ ଏହା ବହୁ ମାତ୍ରା ରେ କୀଟ ଦମନ କରିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ