1. କୃଷି ବିଶ୍ବକୋଷ

୬୦ ବର୍ଷ ରେ ଅଁଳା ଚାଷ !

୬୦ ବର୍ଷ ରେ ଅଁଳା ଚାଷ !

KJ Staff
KJ Staff

କଥା ରେ ଅଛି ,"ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ "ଏବଂ ଏହାର ଏକ ପ୍ରକୃଷ୍ଟ ଉଦ୍ଧାରଣ ହେଲା ରାଜେଶଥାନ ର ଶ୍ରୀଯୁକ୍ତ ଆମର ସିଂହ|ବୟସ ୬୦ ବର୍ଷ ହୋଇଥିଲେ ମଧ୍ୟ ମନ ରେ ଭାବନା ଏବଂ ଆତ୍ମବଳ ଏବେ ମଧ୍ୟ ଯୁବକ ପରି |ତାଙ୍କର ଉଦ୍ୟମ ଏବଂ ପରିଶ୍ରମ ଆଜି ତାଙ୍କୁ ରାଜେଶଥାନ ର କୋଣ ଅନୁକୋଣ ରେ ବେଶ ଲୋକପ୍ରିୟ କରାଇଛି |
କୌଣସି ଏକ ମାଧ୍ୟମରୁ ତାଙ୍କୁ ଅଁଳା ର ଔଷଧୀୟ ଗୁଣ ବିଷୟରେ ଜ୍ଞାତ ହୋଇଥିଲେ ହେଲା ପରେ ସେ ଅଁଳା ଚାଷ କରିବାକୁ ସ୍ଥିର କରିଥିଲେ |ଏହା ପୂର୍ବେ ସେ ନିଜ ଜମିରେ ପ୍ଳମ ଗଛ ଚାଷ କରୁଥିଲେ |ପ୍ଳମର ୬୦ ଟି ଚାରା ଆଣି ସେ ନିଜ ଜମି ରେ ରୋପଣ କରିଥିଲେ ଏବଂ ସଠିକ ଭାବେ ଜଳସେଚନ ଏବଂ ଖତ ପ୍ରୟୋଗ ଦ୍ୱାରା ସେ ନିଜ ଜମିର ଉର୍ବରତା କୁ ବଜାଇ ରଖିଥିଲେ |

ଏହା ପରେ ସେ ୧୯୯୭ ମସିହା ରୁ ଅଁଳା ଚାରା ରୋପଣ କରିଥିଲେ |
ଏହା ବ୍ୟତୀତ ଫଳ ଗଛ ରୁ ଅମଳ ଆରମ୍ଭ ହେବା ପୂର୍ବରୁ ସେ ବହୁ ପ୍ରକାର ପନିପରିବା ମଧ୍ୟ ଚାଷ କରୁଥିଲେ |
ଅମର ସିଂହ ଙ୍କର ଏହି ଉଦ୍ୟମ ହେତୁ ସେ ନିଜ ଗ୍ରାମ ରେ ନିଯୁକ୍ତି ର ମାଧ୍ୟମ ହୋଇପାରିଛନ୍ତି |ଏପରିକି ନିଜ ଗ୍ରାମ ର ବହୁ ମହିଳା ମାନଙ୍କୁ ସେ ନିଯୁକ୍ତି ଦେଇ ବର୍ତମାନ ଅଁଳା ରୁ ମୁରବ୍ବା ପ୍ରସ୍ତୁତି କରୁଛନ୍ତି |

ବିଭିନ୍ନ ସ୍ଥାନ ରୁ ଏନେଇ ଜ୍ଞାନ ଆହରଣ କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ଉତ୍ତମ ମାନ ର ଅଁଳା ମଧ୍ୟ ବଜାରରେ ୨ ରୁ ୩ ତାଙ୍କ ପ୍ରତି କି.ଗ୍ରା ଦ୍ୱାରା ଧାର୍ଯ୍ୟ କରୁଥିଲା ଏଣୁ ଏହାକୁ ପ୍ରକ୍ରିୟାକରଣ କରି ମୁରବ୍ବା ପ୍ରସ୍ତୁତ କରି ବିକ୍ରି କରିବାରୁ ତାଙ୍କୁ ଏହି ଉଦ୍ୟୋଗ ରୁ ଏବେ ୨୬ ଲକ୍ଷ ର ଲାଭ ମିଳୁଛି |
ବର୍ତମାନ ସେ ନିଜ ଲାଭ ର ଶତକଡା ୪୦ ଭାଗ କୃଷି ଉପକରଣ ଏବଂ ପ୍ରଯୁକ୍ତି ରେ ବ୍ୟବହାର କରୁଛନ୍ତି |ଅଁଳା ଚାଷ ବ୍ୟତୀତ ତାଙ୍କର ଏକ ସୋଲାର ୟୁନିଟ ସହ ଖତ ପିଟ ଏବଂ ଗୋବର ଗ୍ୟାସ ପ୍ଲାଣ୍ଟ ବ୍ୟତୀତ ୬ ଟି ମଇଁଷି ମଧ୍ଧ ରହିଛି |ତାଙ୍କ କାରଖାନା ରେ ପ୍ରସ୍ତୁତ ମୁରବ୍ବା ରାଜେଶଥାନ ର ବିଭିନ୍ନ ସ୍ଥାନ ରେ "ଅମ୍ରିତା "ନାମରେ ବିକ୍ରି ହେଉଛି |
ନିକଟ ଭବିଷ୍ୟତରେ ସେ ଛେଳି ଚାଷ କରିବାର ଆକାଂକ୍ଷା ରଖିଛନ୍ତି |ଏଫ.ଏସ.ଏସ.ଆଇ ରୁ ମୁରବ୍ବା ପ୍ରସ୍ତୁତ କରିବାର ଲାଇସେନ୍ସ ପାଇଲା ପରେ ସେ ଏବେ ନିଜ କମ୍ପାନୀ ର ନାମ ",ଅମର ମେଗା ଫୁଡ ପ୍ରାଇଭେଟ ଲିମିଟେଡ଼ "ରଖିଛନ୍ତି ଏବଂ ବର୍ଷକୁ ହାରାହାରି ୨୬ ଲକ୍ଷ ଲାଭ କରୁଛନ୍ତି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments