ଗୁଆ ଗଛ ଲମ୍ବା, ଉଚ୍ଚ ଓ ଏକ ଚିରହରିତ୍ ବୃକ୍ଷ । ଗଛର ଶୀର୍ଷରେ ମୁକୁଟ ସଦୃଶ୍ୟ ପତ୍ରଗୁଡ଼ିକ ରହିଥାଏ । ଏହା ଏକ ଶାଖାବିହୀନ ଉଦ୍ଭିଦ । ଶୁଖିଲା ଗୁଆକୁ ପୋଡ଼ି, ସେଥିରେ ଲୁଣ ମିଶାଇ ଦାନ୍ତରେ ଘଷିବାଦ୍ୱାରା ସମସ୍ତ ପ୍ରକାର ଦାନ୍ତରୋଗ ଦୂର ହୁଏ । ଏହାଛଡ଼ା ଦାନ୍ତ ପରିଷ୍କାର ହୋଇ ଚିକ୍ ମିକ୍ ଦେଖାଯାଏ ।
ପତ୍ରର ତଳଭାଗରେ ଏକ ପ୍ରକାର ଆବରଣ ରହିଥାଏ । ଫଳଗୁଡ଼ିକ ଝୁଲି ହୋଇ ରହିଥାଏ । ଫଳ ୩.୮ରୁ ୫ ସେଣ୍ଟିମିଟର ଲମ୍ବ । ଏସବୁ ଦେଖିବାକୁ ଚିକ୍କଣ ଓ ନାରଙ୍ଗୀ ରଙ୍ଗର ହୋଇଥାଏ । ପାଚିଲେ ଅଳ୍ପ ଧୂସରିଆ ମିଶା ନାରଙ୍ଗୀ ରଙ୍ଗ ପାଲଟିଯାଏ । ଫଳରେ ରହିଥିବା ମଞ୍ଜିକୁ ଗୁଆ କହନ୍ତି । ଏହା ଔଷଧାଗାରରେ ବ୍ୟବହୃତ ହୋଇଥାଏ ।
ଗୁଆ ଗଛର ଫୁଲ, ଫଳ, ମୂଳ, ମଧ୍ୟସ୍ଥିତ ମଞ୍ଜପତ୍ର, କତା ଓ ବାହୁଙ୍ଗାକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ । ଗୁଆ ଗଛର ପତ୍ର ମଧୁର, ତିକ୍ତ ଓ କଷା । ଗୁଆ ଗଛର ଅଠା ଅମ୍ଳ, କ୍ଷାର । ଆମଦେଶରେ ତାମ୍ବୁଳ ସହିତ ଦୁଇପ୍ରକାର ଗୁଆ ଯଥା- ଦେଶୀ ଗୁଆ ଓ ଦକ୍ଷିଣୀ ଗୁଆ ବ୍ୟବହାର ହୁଏ । ଦକ୍ଷିଣୀ ଗୁଆକୁ ଆରଙ୍ଗି ଗୁଆ କହନ୍ତି । କଞ୍ଚାଗୁଆ ଅତ୍ୟନ୍ତ କଷା । ଏହା ଖାଇଲେ ମୁଣ୍ଡ ବୁଲାଇଦିଏ । ଶୁଖିଲା ଗୁଆକୁ ଭଲ ଭାବେ ଚୂର୍ଣ୍ଣ କରି କନା ପୁଟୁଳିରେ ବାନ୍ଧି ଯୋନିରେ ଧାରଣ କଲେ ଏଥିରୁ ଶିଘ୍ର ଉପଶମ ମିଳିଥାଏ ।
ନିକଟରେ ଶୁଣିବାକୁ ମିଳିଥିଲା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ ନିଶ୍ଚିତ ରୋଜଗାର ଯୋଜନାରେ ସାମିଲ ହେବ ଗୁଆ ଚାଷ । ନଡିଆ, କାଜୁ ଓ ପାମ୍ ଚାଷ ଭଳି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ ନିଶ୍ଚିତ ରୋଜଗାର ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ଯୋଜନାରେ ରାଜ୍ୟରେ ଗୁଆ ଚାଷ କରାଯିବ । ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଉଦ୍ୟାନ ନିର୍ଦ୍ଦେଶାଳୟର ମତାମତ ଲୋଡାଯାଇଥିବାବେଳେ ନିର୍ଦ୍ଦେଶାଳୟ ପକ୍ଷରୁ ଲାଭଜନକ ଗୁଆ ଚାଷକୁ ଗ୍ରୀନ୍ ସିଗନାଲ ଦିଆଯିବା ସାଙ୍ଗକୁ ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଛି । ଉଦ୍ୟାନ ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ମୁତାବକ ଗୋଟିଏ ହେକ୍ଟର ଜମିରେ ୧୩୭୦ଟି ଗୁଆଗଛ ଲଗାଯାଇ ପାରିବ । ପ୍ରଥମ ବର୍ଷରେ ୭୦୦ ଗୁଆଗଛ ଲଗାଇବାକୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା , ଦ୍ୱିତୀୟ ବର୍ଷରେ ୨୭୫ ଓ ତୃତୀୟ ବର୍ଷରେ ୩୦୦ ଗୁଆଗଛ ରୋପଣ ହେବ ବୋଲି କୁହାଯାଇଛି ।
ଜଳବାୟୁ, ମୃତ୍ତିକା
ଆର୍ଦ୍ର ଜଳବାୟୁ ଓ ଲୁଣି ପବନରେ ଗୁଆ ଗଛ ଭଲ ବଢ଼େ । ନିଗିଡା, ବଳିଆ,ଦୋରସା ମାଟିରେ ଗୁଆ ଗଛ ଭଲ ବଢ଼େ । ଜୁନ - ଜୁଲାଇ ମାସରେ ଗୁଆ ଗଛ ଲଗାଇବା ଉଚିତ ।
ଜଳସେଚନ - ଶୀତଦିନେ ଓ ଖରାଦିନେ ଦରକାର ଅନୁଯାୟୀ ଜଳସେଚନ କରାଯାଏ ।
Share your comments