Agripedia

କୃଷି କ୍ଷେତ୍ରକୁ ଆକାଶ ଛୁଆଁଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ଦେଶର ଚାଷୀ ଓ ଦେଶର କୃଷିକୁ ଆତ୍ମନିର୍ଭର କରିବା ପାଇଁ ଆମ ପ୍ରୟାସ ନିରନ୍ତର ଜାରି ରହିବାର ଆବଶ୍ୟକତାକୁ ଜୋର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(artificial intelligence)ର କୃଷି କ୍ଷେତ୍ରରେ ବ୍ୟବହାର ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିବ ।

15 June, 2022 5:13 PM IST By: Shuvanshu Kar

ଦେଶର ଚାଷୀଙ୍କ ପାଇଁ ଆଧୁନିକ ବିଚାର ସହିତ ନୂଆ ବ୍ୟବସ୍ଥାର ନିର୍ମାଣ ଏକ ବିଂଶ ଶତାବ୍ଦି ଭାରତର ଦାୟିତ୍ବ । ଦେଶର ଚାଷୀ ଓ ଦେଶର କୃଷିକୁ ଆତ୍ମନିର୍ଭର କରିବା ପାଇଁ ଆମ ପ୍ରୟାସ ନିରନ୍ତର ଜାରି ରହିବାର ଆବଶ୍ୟକତାକୁ ଜୋର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(artificial intelligence)ର କୃଷି କ୍ଷେତ୍ରରେ ବ୍ୟବହାର ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିବ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ

କମ୍ପ୍ୟୁଟର ବିଜ୍ଞାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(artificial intelligence)ର ଅର୍ଥ ହେଉଛି, କୌଣସି କମ୍ପ୍ୟୁଟର ଯନ୍ତ୍ର ଦ୍ବାରା ମନୁଷ୍ୟର ମସ୍ତିଷ୍କ କ୍ଷମତାକୁ ଅନୁକରଣ କରିବା । ଅନୁଭୂତିରୁ ଶିକ୍ଷା, ବସ୍ତୁଗୁଡ଼ିକୁ ଚିହ୍ନିବା, ଭାଷା ବୁଝିବା, ପ୍ରତିକ୍ରିୟା, ନିଷ୍ପତ୍ତି ନେବା, ସମସ୍ୟାର ସମାଧାନ ଏବଂ ଅନ୍ୟାନ୍ୟ ଦକ୍ଷତା ସହିତ ମନୁଷ୍ୟ ପରି କାର୍ଯ୍ୟ କରିବାର କ୍ଷମତା ଅନ୍ତର୍ଭୁକ୍ତ ।

ଭାରତୟୀ କୃଷି ଆଗରେ ବଡ ଆହ୍ବାନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆବଶ୍ୟକତା

ଭାରତରେ ଚାଷୀଙ୍କ ସାମ୍ନାରେ ଫସଲ ବ୍ୟବସ୍ଥା ଅନେକ ଆହ୍ବାନର ସାମ୍ନା କରୁଛି । ଜନସଂଖ୍ୟାର ବ୍ୟାପକ ବୃଦ୍ଧି କାରଣରୁ ଚାଷ ଜମିର ଆକାର ଛୋଟ ହୋଇଯାଉଛି । ଯଦିଓ ଗତ 20 ବର୍ଷ ମଧ୍ୟରେ ଭାରତର ଚାଷୀ ନିଜ ଫସଲ ଉତ୍ପାଦନ ବୃଦ୍ଧିରେ ସଫଳତା ଲାଭ କରିଛନ୍ତି, ତଥାପି ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ଓ ବୈଜ୍ଞାନିକ ପରାମର୍ଶ ଉପଲବ୍ଧ ନାହିଁ । ଫସଲ ଉତ୍ପାଦନ ବୃଦ୍ଧି ପାଇଁ ରାସାୟନିକ ସାର ଓ ହାନିକାରକ କୀଟନାଶକର ଅତ୍ୟଧିକ ପ୍ରୟୋଗ ଚିନ୍ତା ବଢାଉଛି । କେବଳ ସେତିକି ନୁହେଁ ମାଟିର ଉର୍ବରତା ମଧ୍ୟ ହ୍ରାସ ପାଉଛି । ଭଣ୍ଡାରଣ ଓ ଖାଦ୍ୟ ପ୍ରକ୍ରିୟାକରଣରେ ଅନିୟମିତତା କାରଣରୁ ଭାରତୀୟ କୃଷିକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁପଡୁଛି ।

କୃଷି ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକୁ ସହଜ କରିବା ଓ ଚାଷୀଙ୍କ ମୁଣ୍ଡରୁ ବୋଝ ହାଲୁକା କରିବା ପାଇଁ ଆର୍ଟିଫେରଭାବଶାଳୀ ସାବ୍ୟସ୍ତ ହେବ । ସମ୍ପୂର୍ଣ୍ଣ ଖାଦ୍ୟ ଆବଶ୍ୟକତା ଶୃଙ୍ଖଳାରେ ଏହାର ବ୍ୟାପକ ସୁଧାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ ସିଧାସଳଖ ଦେଖିବାକୁ ମିଳିବ । କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ଜଡିତ ଅନେକ ସମ୍ଭାବନା ଅଛି । ବିଶ୍ବର କୃଷି ଶିଳ୍ପର ପ୍ରାୟ 5 ଟ୍ରିଲିୟନ ଡଲାର୍ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ଜଡିତ ଟେକ୍ନୋଲୋଜି ମାଧ୍ୟମରେ ଫସଲ ଉତ୍ପାଦନ ସହିତ କୀଟନାଶକକୁ ନିୟନ୍ତ୍ରଣ କରିବା ସମ୍ଭବ ଅଟେ । ମୃତ୍ତିକା ଏବଂ ଫସଲର ଅଭିବୃଦ୍ଧି ଉପରେ ନଜର ରଖାଯାଇପାରିବ । ଚାଷ ସହିତ ଜଡିତ ସମସ୍ତ ତଥ୍ୟ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ସମ୍ଭବ ।

ଭାରତୀୟ କୃଷିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ସୁଯୋଗ ଅଦ୍ବିତୀୟ । ଭାରତୀୟ କୃଷି ଏବଂ କୃଷକମାନେ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସମାଧାନ ଗଠନ କରିବାରେ ସହଯୋଗର ହାତ ବଢାଇବା ସହିତ ବିସ୍ତୃତ ଏବଂ ସମୃଦ୍ଧ ତଥ୍ୟ ପ୍ରଦାନ କରିବାରେ ସମର୍ଥ ହୋଇପାରିବେ ।

କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଚାଷୀ, ପାଣିପାଗର ପୂର୍ବାନୁମାନ ମଡେଲ ନିଜେ ପ୍ରସ୍ତୁତ କରିପାରିବେ । ସେହିପରି କୃଷିରେ ସୁଧାର ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିର୍ଣ୍ଣାୟକ ଭୂମକା ଗ୍ରହଣ କରିବ । ଆର୍ଟିଫିସିଆଲ ଇଣ୍ଚେଲିଜେନ୍ସ ସହାୟତାରେ ଚାଷୀ ସଠିକ ସମୟରେ ପାଣିପାଗର ସ୍ଥିତି, ତାପମାତ୍ରା, ଆଦି ବିଶ୍ଳେଷଣ କରି ସମସ୍ୟାର ଚିହ୍ନଟ କରିପାରିବେ । ସେହିପରି ମାଟି, ଖତ, କୀଟ, ରୋଗ ବିଷୟରେ ମଧ୍ୟ ଅଧିକ ତଥ୍ୟ ପାଇପାରିବେ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଳିତ ଫସଲ ଅମଳର ପୂର୍ବାନୁମାନ ମଡେଲ ଏବଂ ସରକାରୀ ପ୍ରୟାସ ଆରମ୍ଭ ହୋଇସାରିଛି ।
ଭାରତରେ କୃଷକମାନଙ୍କୁ ଉତ୍ତମ ପରାମର୍ଶ ଦେବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଶକ୍ତିସମ୍ପନ୍ନ ଫସଲ ଉତ୍ପାଦନ ପୂର୍ବାନୁମାନ ମଡେଲର ବିକାଶ ଉପରେ କାର୍ଯ୍ୟ ଚାଲିଛି । ଏଥିପାଇଁ କେନ୍ଦ୍ର ସରକାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ସାହାଯ୍ୟ ନେଇଛନ୍ତି । ଶିଳ୍ପ କ୍ଷେତ୍ରର ସହଯୋଗରେ ସରକାର କୃଷକମାନଙ୍କୁ ସଠିକ୍ ପରାମର୍ଶ ଦେବା ପାଇଁ ଦେଶର ବିଭିନ୍ନ ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫସଲ ଅମଳର ପୂର୍ବାନୁମାନ ମଡେଲ ଆରମ୍ଭ କରିଛନ୍ତି ।

ବସ୍ତରରେ ପ୍ରଥମ ଥର ପ୍ରାକୃତିକ କୃଷି କରିବେ ଚାଷୀ, ମିଳିବ 2000 ଟଙ୍କା

କଲମ୍ବୋରେ ପ୍ରତିଷ୍ଠା ହେବ ବିମ୍‌ଷ୍ଟେକ୍ ଟେକ୍‌ନୋଲୋଜି ଟ୍ରାନ୍ସଫର ସେଣ୍ଟର

ଚାଷ ପାଇଁ ଡ୍ରୋନ

କୃଷି କ୍ଷେତ୍ରରେ ଡ୍ରୋନ ଟେକ୍ନୋଲୋଜୀର ମଧ୍ୟ ପ୍ରଯୋଗ ହେଉଛି । କିସାନ ଡ୍ରୋନ ମଧ୍ୟ ଲଞ୍ଚ କରିଥିଲେ ମୋଦି ସରକାର । କିଷାନ ଡ୍ରୋନ କ୍ଷେତରେ କୀଟନାଶକ ଛିଞ୍ଚିବା କାର୍ଯ୍ୟରେ ନିୟୋଜିତ ହେଉଛି । ଏହା ଜରିଆରେ ଫସଲ ଆକଳନ, ସାର ସିଞ୍ଚନ, ଜମି ରେକର୍ଡର ଡିଜିଟାଲାଇଜେସନ, କୀଟ ଏବଂ ପୁଷ୍ଟି ସାଧନ କରାଯିବ ବୋଲି ବଜେଟ ଅଭିଭାଷଣରେ କହିଥଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(artificial intelligence)ଆଧାରିତ ଉତ୍ପାଦ ତଥା ସେବା, କୃଷି ପ୍ରଶିକ୍ଷଣ ଡାଟା, ଡ୍ରୋନ ଓ ସ୍ବୟଂଚାଳିତ ଯନ୍ତ୍ରରେ ସୁଧାର କରୁଥିବା କମ୍ପାନୀଗୁଡିକୁ ଟେକ୍ନୋଲୋଜୀର ପ୍ରଗତୀ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ଭାରତ ବିଶ୍ବ ମହାଶକ୍ତି ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)