1. କୃଷି ଖବର

କଲମ୍ବୋରେ ପ୍ରତିଷ୍ଠା ହେବ ବିମ୍‌ଷ୍ଟେକ୍ ଟେକ୍‌ନୋଲୋଜି ଟ୍ରାନ୍ସଫର ସେଣ୍ଟର

ବଙ୍ଗୋପସାଗରୀୟ ରାଷ୍ଟ୍ର ସମୂହଙ୍କ ମିଳିତ ବହୁପାକ୍ଷିକ ବୈଷୟିକ ଓ ଅର୍ଥନୀତିକ ସହଯୋଗ(BIMSTEC)ପ୍ରୟାସ ମାଧ୍ୟମରେ ଟେକ୍‌ନୋଲୋଜିର ଟ୍ରାନ୍ସଫର(TTF) ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ।

Shuvanshu Kar
Shuvanshu Kar
Cabinet approves MoA by India for establishment of BIMSTEC Technology Transfer Centre at Colombo

Cabinet approves MoA by India for establishment of BIMSTEC Technology Transfer Centre at Colombo

ବଙ୍ଗୋପସାଗରୀୟ ରାଷ୍ଟ୍ର ସମୂହଙ୍କ ମିଳିତ ବହୁପାକ୍ଷିକ ବୈଷୟିକ ଓ ଅର୍ଥନୀତିକ ସହଯୋଗ(BIMSTEC)ପ୍ରୟାସ ମାଧ୍ୟମରେ ଟେକ୍‌ନୋଲୋଜିର ଟ୍ରାନ୍ସଫର(TTF) ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଭାରତ ଏହି ସଂଗଠନର ସଦସ୍ୟ । ୨୦୨୨ ମାର୍ଚ୍ଚ ୩୦ରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ବିମ୍‌ଷ୍ଟେକ(BIMSTEC) ରାଷ୍ଟ୍ରମାନଙ୍କର ଏକ ବୈଠକ ଅବସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଟେକ୍‌ନୋଲୋଜିର ଆଦାନପ୍ରଦାନ ଓ ସହଯୋଗ ରକ୍ଷା ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ । ଟେକ୍‌ନୋଲୋଜି ସହାୟତାରେ ସଦସ୍ୟ ରାଷ୍ଟ୍ରଙ୍କର ଦକ୍ଷତା ବୃଦ୍ଧି ଉପରେ ଏହା ଗୁରୁତ୍ୱ ଦେଉଛି । ତଦନୁସାରେ କଲମ୍ବୋରେ ଏକ ବିମ୍‌ଷ୍ଟେକ(BIMSTEC) ଟେକ୍‌ନୋଲୋଜି ଟ୍ରାନ୍ସଫର କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ଏହି ଟେକ୍‌ନୋଲୋଜି ଟ୍ରାନ୍ସଫରରେ ବାୟୋ ଟେକ୍‌ନୋଲୋଜି, ନାନୋ ଟେକ୍‌ନୋଲୋଜି, ଆଇସିଟି, ମହାକାଶ ଟେକ୍‌ନୋଲୋଜି, କୃଷି,ଖାଦ୍ୟ ପ୍ରକ୍ରିୟାକରଣ, ଔଷଧପତ୍ର, ଅଟୋମେସନ୍‌, ନୂଆ ଓ ଅକ୍ଷୟଶକ୍ତି, ମହାସାଗର ଓ ଆଣବିକ, ଇ-ୱେଷ୍ଟ, କଠିନ ବର୍ଜ୍ୟ, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ଟେକ୍‌ନୋଲୋଜି ଅଗ୍ରାଧିକାର ପାଇଛି ।

ଜାତିସଂଘ ସହଯୋଗରେ ପଥପ୍ରଦର୍ଶନକାରୀ ଆପ୍ ନିର୍ମାଣ କରିବ ଭାରତ

ଗୁରୁବାର ଧର୍ମଶାଳାରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀ

ଟେକ୍‌ନୋଲୋଜି ଟ୍ରାନ୍ସଫର ଫ୍ୟାସିଲିଟି ବା ଟିଟିଏଫ ପାଇଁ ଏକ ପରିଚାଳନା ମଣ୍ଡଳୀ କାର୍ଯ୍ୟ କରିବ ଏବଂ ଏ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଏହା ଦେଖିବ । ଏହି ପରିଚାଳନା ମଣ୍ଡଳୀରେ ସବୁ ବିମ୍‌ଷ୍ଟେକ ଦେଶର ପ୍ରତିନିଧିତ୍ୱ ରହିବ । ଏଥିରେ ଟେକ୍‌ନୋଲୋଜି ଡାଟା ବ୍ୟାଙ୍କ, ଟେକ୍‌ନୋଲୋଜି ସଂକ୍ରାନ୍ତ ସୂଚନାର ସଂରକ୍ଷଣ ଓ ସରବରାହ, ଦକ୍ଷତା ନିର୍ମାଣ ଆଦିକୁ ଅଗ୍ରାଧିକାର ପାଇଛି । ସବୁ ସଦସ୍ୟ ରାଷ୍ଟ୍ର ଜନ କଲ୍ୟାଣକାରୀ ଅତ୍ୟାଧୁନିକ ଟେକ୍‌ନୋଲୋଜିର ଲାଭ ଯେପରି ପାଇବେ ସେ ଦିଗରେ ଟେକ୍‌ନୋଲୋଜି ଟ୍ରାନ୍ସଫର ସେଣ୍ଟର ଓ ଏହାର ପରିଚାଳନା ମଣ୍ଡଳୀ କାର୍ଯ୍ୟ କରିବ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments