1. କୃଷି ବିଶ୍ବକୋଷ

୫୦୦୦୦ ଟଙ୍କା ରେ ବିକ୍ରି ହେଲା ଚା'..

୫୦୦୦୦ ଟଙ୍କା ରେ ବିକ୍ରି ହେଲା ଚା'..

KJ Staff
KJ Staff

ଆସାମ ର ଏକ ପ୍ରଜାତି ର ଚା ଧାର୍ଯ୍ୟ କରିଛି ୫୦୦୦୦ ଟଙ୍କା ର ଦର

ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ୍ୟ !ବର୍ତମାନ ସୁନା ରୁପା ଦର ରେ ବିକ୍ରି ହେଉଛି ଏହି ବିଶିଷ୍ଟ ଚା'| ୨୦୦ ବର୍ଷ ପୁରୁଣା ମନୋହାରୀ ଟି ଇଷ୍ଟେଟ ର ଏକ ପ୍ରଜାତି ର ଚା' ଗୁହାଟି ଟି ଅକସନ ସେଣ୍ଟର ରେ ୫୦୦୦୦ ଟଙ୍କା ରେ ନିଲାମ ହୋଇଛି |ଏତେ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଦର ଏହି ଚା' ଧାର୍ଯ୍ୟ କରିଛି ବୋଲି ମତ ଦେଇଛନ୍ତି ଗୁହାଟି ଟି ଅକସନ ସେଣ୍ଟର ର କତୃପକ୍ଷ |

ଏହି ପ୍ରଜାତି ର ନାମ ମନୋହାରୀ ଗୋଲଡ଼ ଚା ଏବଂ ଏହା ପ୍ରକୃତରେ ଚା' ପତି ନୁହେଁ ବରଂ ଚା' କଢ ଏବଂ ମନୋହାରୀ ଟି ଇଷ୍ଟେଟ ଏହାକୁ ଗତ ୫ ବର୍ଷ ର ସବୁଠାରୁ ଭଲ ଚା' ପ୍ରଜାତି ବୋଲି କହିଛନ୍ତି |
ମନୋହାରୀ ଗୋଲଡ଼ ଚା ର ମାଲିକ ରାଜନ ଲୋହିଆ କହିଛନ୍ତି ଏହି ଚା' ବିଶିଷ୍ଟ ଭାବେ କାରଣ ଏହା ଏକ ବିଶେଷ କ୍ଳନ ପି -୧୨୬ ରୁ ତିଆରି ହେଇଥିଲା ବେଳେ ଏହି ପ୍ରଜାତି ବର୍ଷକୁ ମାତ୍ର ୫ କି.ଗ୍ରା ଅମଳ ହୋଇପାରିଛି|ଏହାକୁ ଖୁବ ସକାଳୁ ତୋଳିବାକୁ ପଡିଥାଏ ଏବଂ ଏହା ସମ୍ପୂର୍ଣ ହାତ ତିଆରି ଚା '|ବଜାରର ସ୍ଥିତି ଦେଖି ଆମେ ବର୍ତମାନ ଚା' ର ମାତ୍ରା ଉପରେ ନୁହେଁ ବରଂ ଚା' ର ମନ ଉପରେ ଅଧିକ ଗୁରୁତ୍ୱ ଦେଉଛୁ |

ଗତ ବର୍ଷ ଭାରତ ରେ ସର୍ବାଧିକ ୧୩୨୫.୧ ମିଲିଅନ କି.ଗ୍ରା ଏବଂ ଏଠି ମଧ୍ୟରୁ ହାରାହାରି ୬୩୦ ମିଲିଅନ କି.ଗ୍ରା ର ଚା' କେବଳ ଆସାମ ରୁ ଉତ୍ପାଦିତ ହୋଇଥିଲା |
ଗୁହାଟି ଟି ଅକସନ ସେଣ୍ଟର ର କତୃପକ୍ଷ ବିଦ୍ୟାନନ୍ଦ ବରକାଟକି କହିଛନ୍ତି ଯେ ,'ଆସାମ ର ଏହି ଚା' ପ୍ରଜାତି ଯାହା ବଜାରରେ ବେଶ ଭଲ ଦର ରେ ବିକ୍ରି ହେଉଥିବାରୁ ଏହା ଅନ୍ୟ ଚା ଚାଷୀ ମାନଙ୍କ ଲାଗି ଏକ ପ୍ରେରଣା ଅଟେ |ଯଦି ଏହି ପରି ପ୍ରଜାତି ମାନେ ବେଶ ବିରଳ ହେଲେ ଏହା ବ୍ୟତୀତ ଅନ୍ୟାନ୍ୟ ଚା' ମଧ୍ୟ ଉତ୍ପାଦନ କରିବା ଆବଶ୍ୟକ କାରଣ ଏହି ପରି ଚା' ର ଅମଳ ବହୁତ କମ ହେଲା ବେଳେ ଏହାକୁ ସାଧାରଣ ଲୋକ ବେଶୀ କିଣି ପାରିବେ ନାହିଁ "|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments