1. କୃଷି ବିଶ୍ବକୋଷ

ଫୁଟିଲା ବାଉଁଶ ଫୁଲ ...ରହିଛି ପ୍ଲେଗ ବା ମରୁଡି ର ଆଶଙ୍କା

ରାଜଧାନୀ ଉପକଣ୍ଠ ରେ ଚନ୍ଦକା ସମେତ ଅନ୍ୟ ୫ ଟି ଜିଲା ରେ ଫୁଟିଛି ବାଉଁଶ ଫୁଲ ଯାହା ଅତି କମ୍ରେ ୨୦ ରୁ ୨୫ ବର୍ଷ ପରେ ଥରେ ଫୁଟିଥାଏ |ମାତ୍ର ଏହା ଶେଷ ଥର ଲାଗି ୨୦୧୬ ରେ ଫୁଟିଥିଲା ତେଣୁ ଏତେ ଏହା ୩ ରୁ ୪ ବର୍ଷ ମଧ୍ୟରେ ଫୁଟିଥିବାରୁ ବିଭିନ୍ନ ମହଲରେ ବିଭିନ୍ନ କଲ୍ପନାଜନକ ଗଳ୍ପ ଶୁଣିବାକୁ ମିଳୁଛି | ଏହା ସହ ପରିବେଶ ବିଜ୍ଞାନୀଙ୍କର ରହିଛି ଭିନ୍ନ ଆକଳନ |

KJ Staff
KJ Staff

ରାଜଧାନୀ ଉପକଣ୍ଠ ରେ ଚନ୍ଦକା ସମେତ ଅନ୍ୟ ୫ ଟି ଜିଲା ରେ ଫୁଟିଛି ବାଉଁଶ ଫୁଲ ଯାହା ଅତି କମ୍ରେ  ୨୦ ରୁ ୨୫ ବର୍ଷ ପରେ ଥରେ ଫୁଟିଥାଏ |ମାତ୍ର ଏହା ଶେଷ ଥର ଲାଗି ୨୦୧୬ ରେ ଫୁଟିଥିଲା ତେଣୁ ଏତେ ଏହା ୩ ରୁ ୪ ବର୍ଷ ମଧ୍ୟରେ ଫୁଟିଥିବାରୁ ବିଭିନ୍ନ ମହଲରେ ବିଭିନ୍ନ କଲ୍ପନାଜନକ ଗଳ୍ପ ଶୁଣିବାକୁ ମିଳୁଛି |

ଏହା ସହ ପରିବେଶ ବିଜ୍ଞାନୀଙ୍କର ରହିଛି ଭିନ୍ନ ଆକଳନ |

ସବୁଠାରୁ ବଡ କଥା ହେଲା ଉଦ୍ଭିଦ ବିଜ୍ଞାନୀ ଙ୍କ ଆକଳନ ଅନୁଯାୟୀ ଏହା ମରୁଡି ର ପ୍ରାକ ସୂଚନା ବୋଲି ଦର୍ଶାଇଥିଲା ବେଳେ ଅନ୍ୟ ପକ୍ଷେ ପରିବେଶ ବିଜ୍ଞାନୀ ଏହାକୁ ଏହାକୁ ପ୍ଲେଗ ରୋଗ ର କାରଣ ଦର୍ଶାଉଛନ୍ତି |

ଏହି ପରି ଘଟଣା ଚନ୍ଦକା ଡମପଡା ,ଏକାମ୍ର କାନନ ,କଟାକରକ ଅଂଶୁପା ରୋଡ଼,ଆଠଗଡ ବନାଞ୍ଚଳ ,ମୟୁନଭଞ୍ଜ,ଢେ଼ଙ୍କାନାଳ ,ସୁନ୍ଦରଗଡ଼,ସମେତ ବିଭିନ୍ନ ଅଂଚଳରେ ଏବେ ବାଉଁଶ ଫୁଲ ଫୁଟିବାର ଦେଖିବାକୁ ମିଳିଛି |

ଏହାକୁ ନେଇ ଉଦ୍ଭିଦ ବିଜ୍ଞାନୀ ରାଜ୍ୟରେ ମରୁଡି ଭଳି ବିପଦ ରହିଛି |

ଭୁବନେଶ୍ୱର ସ୍ତିତ ଅମ୍ବିକା ପ୍ରସାଦ ରିସର୍ଚ୍ଚ ଫାଉଣ୍ଡେସନ ସିଇଓ ସଂଜିତ କୁମାରଙ୍କ ନେତୃତ୍ୱ ରେ କେତେକ ଗବେଷଣାରତ ଛାତ୍ରଛାତ୍ରୀ ଡିସେମ୍ବର  ରେ ବିଭାଗୀୟ ବନ୍ୟ ଅଧିକାରୀଙ୍କ ଅନୁମତିକ୍ରମେ ଚନ୍ଦକା ଅଂଚଳକୁ ଗବେଷଣା ପାଇଁ ଯାଇଥିଲେ |

ସେଠାର ପକ୍ଷୀମାନେ କୌଣସି ଏକ ଫୁଲ ଖାଉଥିବାର ଦେଖିବାକୁ ମିଳିଥିଲା ଯାହାକି ବାଉଁଶ ଫୁଲ ବୋଲି ଅନୁଧ୍ୟାନ ପରେ ଜଣାପଡିଥିଲା |

ଅଧିକ ଗରମ ବା ଥଣ୍ଡା ନଥିବା ଜଳବାୟୁ ରେ ମୂଷା ଙ୍କ ପ୍ରଜନନ ଅଧିକ ହୋଇଥାଏ ଯେଉଁମାନେ ବାଉଁଶ ଫୁଲ ଫୁଟିଥିବା ସ୍ଥାନରେ ଖୁବ ଦ୍ରୁତ ଗତି ରେ ବଂଶ ବିସ୍ତାର କରିଥାନ୍ତି |ଏମାନେ ବହୁଳ ସଂଖ୍ୟା ରେ ଉକ୍ତ ଅଂଚଳରେ ଫସଲ କାଟି ସଫା କରିଦେଇଥାନ୍ତି ଯାହାଦ୍ୱାରା ସବୁଜିମା ନଷ୍ଟ ହୁଏ ଏବଂ ଅଙ୍ଗାରକାମ୍ଳ ବୃଦ୍ଧି ପାଇଥାଏ ଏଣୁ

ସେଠାକାର ତାପମାତ୍ରା ବୃଦ୍ଧି ହୁଏ ଓ ମରୁଡି ପରିସ୍ଥିତି ଉପୁଜିବା ର ସମ୍ଭାବନା ରହିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments