Krishi Jagran odia
Menu Close Menu

ବାଉଁଶ ଚାଉଳ ବିଷୟରେ ଜାଣନ୍ତି କି ?

Tuesday, 09 April 2019 12:40 PM

ଭାରତ ରେ ଧାନ ଚାଉଳ ବା ଭାତ ର ଚାହିଦା ବେଶ ଅଧିକ ରହିଛି |କେଉଁଠି ପଖାଳ ଖାଇବା ଲାଗି ତ ପୁଣି କେଉଁଟି ପିଠା ପଣା ଇତ୍ୟାଦି ତିଆରି କରିବା ଲାଗି ତଥା ଉତ୍ତର ଭାରତ ରେ ରାଜମା ଚାଉଳ ଲାଗି ରହିଛି ବେଶ ଅଧିକ ଚାହିଦା |ତେବେ ଆପଣ ହୁଏତ ଶୁଣିକି ଆଶ୍ଚର୍ଯ୍ୟ ହେବେ ବାଉଁଶ ଚାଉଳ ର କାହାଣୀ |
ବାଉଁଶ ଚାଉଳ କୁ ପ୍ରକୃତି ରେ ଏକ ବିଶେଷ ଅବଦାନ ବୋଲି କହିଲେ ଭୁଲ ହେବ ନାହିଁ |ବହୁ ପ୍ରାଚୀନ କାଳରୁ ଜନଜାତି ଲୋକ ମାନେ ଏହି ବାଉଁଶ ଚାଉଳ ର ମଜା ନେଇ ଆସୁଛନ୍ତି |


କଣ ଏହି ବାଉଁଶ ଚାଉଳ ?
ବାଉଁଶ ଚାଉଳ କୁ ମୁଲାୟାରୀ ମଧ୍ୟ କୁହାଯାଏ ଏବଂ ଏହା ବାଉଁଶ ର ଜୀବନ କାଳର ଶେଷ ଅଂଶ |ଏହି ବାଉଁଶ ପ୍ରଜାତି ମାନେ ୪୦ ରୁ ୬୦ ବର୍ଷ ରେ ଥରେ ମାତ୍ର ଫୁଲ ଧରନ୍ତି ଏବଂ ଫୁଲ ଧରିବା ପରେ ପ୍ରାଣ ତ୍ୟାଗ କରନ୍ତି |ତେଣୁ ମୃତ୍ୟୁ ପୂର୍ବ ର ଶେଷ ଅଂଶ ;ବାଉଁଶ ଚାଉଳ |

ମରିବା ଆଗରୁ ଯେଉଁ ଫୁଲ ସେ ପ୍ରଜାତି ର ବାଉଁଶ ଧାରଣ କରେ ତାର ଫୁଲ ରୁ ଏକ ଅଦ୍ଭୁତ କିସମ ର ଧାନ ପରି ଛୋଟ ଛୋଟ ମଞ୍ଜି ମିଳିଥାଏ ଯାହାକୁ ବାଉଁଶ ଚାଉଳ ର ବ୍ୟାଖ୍ୟା ଦିଆଯାଇଥାଏ |
ଏହି କିସମ ର ଧାନ କୁ ଅମଳ କରି ବିଶେଷ କରି କେରଳ ସ୍ତିତ ୱାୟାନାଡ଼ ସାଞ୍ଚୁଆରି ର ଜନଜାତି ବର୍ଗ ନିଜର ଜୀବିକା ନିର୍ବାହ କରିଥାନ୍ତି |ଏହି ସାଞ୍ଚୁଆରି ରେ ରହିଛି ବହୁ ପ୍ରଜାତି ର ବାଉଁଶ ଗଛ ରହିଛି ଏବଂ ଏହି ଅଭ୍ୟରଣ ରେ ଏବେ ମଧ୍ୟ ବାସ କରୁଛନ୍ତି କିଛି ଜନଜାତି ବର୍ଗ |

କେମିତି ହୁଏ ବାଉଁଶ ଚାଉଳ ସଂରକ୍ଷଣ ?

ଅତି ଉନ୍ନତ ମାନର ଚାଉଳ ପାଇବା ଲାଗି ପ୍ରଥମେ ସେ ବାଉଁଶ କୁ କାଟି ତାର ଅବଶିଷ୍ଟାଂଶ ସଫା କରା ଯାଇଥାଏ |ସେଥିରେ ଚିକିଟା ମାଟି ବୋଳି ତାକୁ ସୁଖିବାକୁ ଦିଆ ଯାଇଥାଏ ଏବଂ ପରେ ସେଥିରେ ଏହି ବାଉଁଶ ଚାଉଳ ସଂରକ୍ଷଣ କରାଯାଇଥାଏ |

ଅନ୍ୟ ଚାଉଳ ଠାରୁ ଏହା ଅଲଗା କାହିଁକି ?
-ଖୁବ ଛୋଟ ଛୋଟ ମଞ୍ଜି ଥିବା ଏହି ଚାଉଳ ପ୍ରକୃତରେ କଅଁଳିଆ ବାଉଁଶ ର ସୁଗନ୍ଧ ଯୁକ୍ତ ଏବଂ ହାଲକା ସବୁଜ ରଙ୍ଗ ର ହୋଇଥାଏ |ଏହା ଧାନ ସଦୃଶ ସତ ମାତ୍ର ଗହମ ପରି ସ୍ୱାଦ ଯୁକ୍ତ |ହାଲ୍କା ମିଠା ଏହି ଚାଉରୁ ଆସିଥାଏ ଗ୍ରୀନ ଟି ପରି ବାସ୍ନା |ଏହାକୁ ରାନ୍ଧି ସାରିଲା ପରେ ଏହା ହାତକୁ ଅଠାଳିଆ ଏବଂ ପେଜୁଆ ଲାଗିଥାଏ | ପୋଙ୍ଗଲ ପର୍ବ ରେ ଏହାକୁ ଖେଚିଡ଼ି କରିବା ଖାଇବା ରେ ବେଶ ରୁଚି ରଖନ୍ତି ଦକ୍ଷିଣ ଭାରତ ର ବାସିନ୍ଦା |ଏହା ବ୍ୟତୀତ ଏହାକୁ ସାଧାରଣ ଚାଉଳ ପରି ଡାଲି ସହ କିମ୍ବା ଅନ୍ୟାନ୍ୟ ଖାଦ୍ୟ ସହ ମଧ୍ୟ ଖାଇପାରିବେ |

 

କଣ ରହିଛି ଏଥିରେ ପୋଷଣ ?
ଅନ୍ୟ ଚାଉଳ ଅପେକ୍ଷା ଏଥିରେ ଗ୍ଲାଇସିନ କମ ଥିବାରୁ ଏହା ମଧୁମେହ ରୋଗୀ ଙ୍କ ଲାଗି ବେଶ ଉପଯୋଗୀ |ଏହା ବ୍ୟତୀତ ଏଥିରେ ଚର୍ବି ନଥିଲା ବେଳେ ଭିଟାମିନ ବି ର ମାତ୍ରା ବେଶ ଅଧିକ ରହିଥାଏ |କ୍ୟାସିଅମ ଓ ଫସଫରସ ଅଧିକ ଥିବା ହେତୁ ଏହାକୁ କେରଳ ର ବାସିନ୍ଦା ଆଣ୍ଠୁ ଦରଜ ର ଉପଚାର ଲାଗି ମଧ୍ୟ ବ୍ୟବହାର କରିଥାନ୍ତି |

Share your comments


CopyRight - 2019 Krishi Jagran Media Group. All Rights Reserved.