1. କୃଷି ବିଶ୍ବକୋଷ

ଏହି ଗଛ ବଦଳାଇ ଦେବ ଆପଣଙ୍କ ଜୀବନ,ମିଳିଥାଏ ବହୁତ ଲାଭ

ଧାର୍ମିକ ଗ୍ରନ୍ଥ ଏବଂ ପୁରାଣ ଅନୁଯାୟୀ କିଛି ଗଛ ଲତା ଏମିତି ବି ଅଛି ଯେଉଁଥିରେ ଦେବଦେବୀଙ୍କ ବାସ ରହିଥାଏ । ସେହିପରି ଆଉ କିଛି ଗଛ ଲତା ଅଛି ଯାହା ଭଗବାନଙ୍କର ଅତି ପ୍ରିୟ ମଧ୍ୟ ହୋଇଥାଏ । ଏମିତି ହିଁ ଏକ ଗଛ ଅଛି ଯାହା ମାତା ଲଷ୍ମୀଙ୍କୁ ବହୁତ ପସନ୍ଦ । କୁହାଯାଏ ଯେ ଏହି ଗଛର ସେବା କରିବା ଦ୍ୱାରା ମାତା ଲଷ୍ମୀ ଏବଂ ମହାଦେବ ଉଭୟ ପ୍ରସନ୍ନ ହୁଅନ୍ତି ।

Sudesna Nayak
Sudesna Nayak
benefits of arka tree, gives positive atmosphere

benefits of arka tree, gives positive atmosphere

ଧାର୍ମିକ ଗ୍ରନ୍ଥ ଏବଂ ପୁରାଣ ଅନୁଯାୟୀ କିଛି ଗଛ ଲତା ଏମିତି ବି ଅଛି ଯେଉଁଥିରେ ଦେବଦେବୀଙ୍କ ବାସ ରହିଥାଏ । ସେହିପରି ଆଉ କିଛି ଗଛ ଲତା ଅଛି ଯାହା ଭଗବାନଙ୍କର ଅତି ପ୍ରିୟ ମଧ୍ୟ ହୋଇଥାଏ । ଏମିତି ହିଁ ଏକ ଗଛ ଅଛି ଯାହା ମାତା ଲଷ୍ମୀଙ୍କୁ ବହୁତ ପସନ୍ଦ । କୁହାଯାଏ ଯେ ଏହି ଗଛର ସେବା କରିବା ଦ୍ୱାରା ମାତା ଲଷ୍ମୀ ଏବଂ ମହାଦେବ ଉଭୟ ପ୍ରସନ୍ନ ହୁଅନ୍ତି ।

ଶାସ୍ତ୍ର ଅନୁଯାୟୀ କିଛି ଗଛ ଲତା ଧାର୍ମିକ ଏବଂ ଜ୍ୟୋତିସିୟ ମହତ୍ତ୍ୱ ମଧ୍ୟ ରଖିଥାଏ । କିଛି ଗଛ ଏମିତି ଅଛି ଯାହା ଦ୍ୱାରା ଆମେ ଅନେକ ଚାମତ୍କାରିକ ଲାଭ ପାଇପାରିବା । ଏହି ଗଛ ଆମ ଘରେ କିମ୍ବା ଘରର ଆଖପାଖରେ ଥିଲେ ବହୁତ ଲାଭ ପ୍ରାପ୍ତ କରିଥାଏ । ଏହି ସବୁ ଗଛ ମଧ୍ୟରେ ଅରଖ ଗଛ ମଧ୍ୟ ସାମିଲ ଅଛି । ଘର କରିବା ସମୟରେ ବାସ୍ତୁ ଦୋଷରୁ ଘର ଅଟକି ଯାଇଛି ତାହେଲେ ଏହି ଗଛ ଲଗାନ୍ତୁ । ଏହା ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ ।

 

ଘରେ ଲଗାନ୍ତୁ  ଅରଖ ଗଛ । ବର୍ଷା ହେବ ଖାଲି ଟଙ୍କା ପଇସା । ଆମେ ଆମର ଚାରି ପାଖକୁ ସଫା ସୁତୁରା ରଖିବା ପାଇଁ ଏବଂ ସୁନ୍ଦର ରଖିବା ପାଇଁ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଉ । ଏହା ପରିବେଶକୁ ସୁରକ୍ଷା ପ୍ରଦାନ କରିବା ସହିତ ଏହା ଆମକୁ ଅନେକ ରୋଗରୁ ମୁକ୍ତି ଦେଇ ଥାଏ । ଏହାକୁ ଆପଣ ଖାଇବା ରୂପରେ ମଧ୍ୟ ବ୍ୟବହାର କରୁ ।

 

ଏହା ଆମକୁ ଔଷଧ ଯୋଗାଇ ଥାଏ । ଖାଲି ସେତିକି ନୁହେଁ । ଦେଖିବାକୁ ଗଲେ ଘରର ଆସବାପତ୍ର ମଧ୍ୟ ବ୍ୟବହାର କରୁ । ଏହା ଭିତରେ ଅନେକ ଗଛ ଅଛି ଯାହା ବାସ୍ତୁ ଦୋଷ ନିବାରଣ ହୋଇ ଥାଏ । ଏହି ଗଛକୁ ଲଗେଇବା ଦ୍ୱାରା ଅନେକ ଭଲ ଫଳ ମିଳେ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି । ଅରଖ ଗଛ ଘରର ଆଖପାଖରେ ଥିଲେ ସକାରତ୍ମକ ଏବଂ ପବିତ୍ର ବାତାବରଣ ରହିଥାଏ । ଏଥିସହିତ ଏହି ଗଛ ରହିବା ଦ୍ବାରା ସୁଖ-ସମୃଦ୍ଧି ଏବଂ ଧନ ପ୍ରାପ୍ତ ହୋଇଥାଏ । ଏହି ଘରେ ଏବଂ ଘରେ ଥିବା ଲୋକଙ୍କ ଉପରେ ମହାଲଷ୍ମୀଙ୍କର ବିଶେଷ କୃପା ରହିଥାଏ ଏବଂ ଯେଉଁଠି ଯେଉଁଠି ଲୋକେ କାର୍ଯ୍ୟ କରନ୍ତି ସେଇଠି ତାଙ୍କୁ ଖୁବ ଲାଭ ମିଳିଥାଏ ।

ଆସନ୍ତୁ ଜାଣିବା ଅରଖ ଗଛ ଲଗାଇବା ଦ୍ୱାରା କଣ ହୋଇ ଥାଏ । ଅରଖ ଗଛ ଯଦି ଘରର ସାମ୍ନାରେ ଥାଏ ତାହେଲେ ବହୁତ ଲାଭ ମିଳିଥାଏ । ଶାସ୍ତ୍ର ଅନୁଯାୟୀ ଅରଖ ଫୁଲକୁ ଶିବ ଲିଙ୍ଗ ଉପରେ ଚଢାଇବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୋଇଥାଏ । ଅରଖ ଗଛ ଯଦି ଘରର ମୁଖ୍ୟ ଦ୍ୱାରରେ ରହିଥାଏ ତାହେଲେ ଏହାକୁ ବହୁତ ଶୁଭ ବୋଲି ଧରାଯାଏ । 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments