1. କୃଷି ବିଶ୍ବକୋଷ

ଲାଭଜନକ ପରିବା ଚାଷ: ବାଇଗଣ

ଚାଷୀ ଶସ୍ୟ ଚାଷ କରିବା ସହିତ ପରିବା ଚାଷ ମଧ୍ୟ କରୁଛନ୍ତି l ଅନେକ ପରିବା ଚାଷ କରିବା ଦ୍ୱାରା ସେମାନଙ୍କୁ ଆର୍ଥିକ ଲାଭ ମଧ୍ୟ ଅଧିକ ମିଳେ l ପରିବା ମଧ୍ୟରୁ ବାଇଗଣ ଏକ ଲାଭଜନକ ପରିବା ଚାଷ । ଆମ ରାଜ୍ୟରେ ବିଭିନ ଜିଲ୍ଲାରେ ଅନେକ ପ୍ରକାର ପରିବା ଚାଷ ହେଉଥିବା ଦେଖିବାକୁ ମିଳେ l ଏଥିରେ ଶତକଡ଼ା ୬.୪ ଶ୍ୱେତସାର, ୧.୩ ପୃଷ୍ଟିସାର, ୦.୩ ସ୍ନେହ ସାର ଓ ୦.୫ ଧାତବ ଲବଣ ରହିଥାଏ ।

Tanushree Mahapatra
Tanushree Mahapatra
Benefits of brinjal farming  , image source - pexels.com

Benefits of brinjal farming , image source - pexels.com

ଚାଷୀ ଶସ୍ୟ ଚାଷ କରିବା ସହିତ ପରିବା ଚାଷ ମଧ୍ୟ କରୁଛନ୍ତି l ଅନେକ ପରିବା ଚାଷ କରିବା ଦ୍ୱାରା ସେମାନଙ୍କୁ ଆର୍ଥିକ ଲାଭ ମଧ୍ୟ ଅଧିକ ମିଳେ l ପରିବା ମଧ୍ୟରୁ ବାଇଗଣ ଏକ ଲାଭଜନକ ପରିବା ଚାଷ  । ଆମ ରାଜ୍ୟରେ ବିଭିନ ଜିଲ୍ଲାରେ ଅନେକ ପ୍ରକାର ପରିବା ଚାଷ ହେଉଥିବା ଦେଖିବାକୁ ମିଳେ l ଏଥିରେ ଶତକଡ଼ା ୬.୪ ଶ୍ୱେତସାର, ୧.୩  ପୃଷ୍ଟିସାର, ୦.୩ ସ୍ନେହ ସାର ଓ ୦.୫ ଧାତବ ଲବଣ ରହିଥାଏ । ଆମ ଦେଶରେ ଅନେକ ପ୍ରକାରର ବାଇଗଣ ଚାଷ ହୁଏ । ସେହିପରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ ପ୍ରଜାତିର ସାହସ ହେଉଥିବାର ଦେଖିବାକୁ ମିଳେ । ତେବେ କିଛି ପ୍ରଜାତି ବାଇଗଣ ଖୁବ୍ ଛୋଟ ଥିବାବେଳେ କେତେକ ଜାତିର ବାଇଗଣ ଖୁବ୍ ବଡ଼ ହୋଇଥାଏ  ଦେଖିବାକୁ । 

ତେବେ ବାଇଗଣ ପ୍ରାୟ ସବୁ ଋତୁରେ ଚାଷ କରାଯାଇପାରେ । ତେବେ ବର୍ଷାଦିନେ ଏହି ଚାଷ କଲେ ଅଧିକ ବର୍ଷା ହେବା ହେତୁ ଗଛରୁ ଫୁଲ ଝଡ଼ି ପଡ଼ିବାର ସମ୍ଭାବନା ଅଧିକ ଥାଏ । ଅଧିକ ଜଳସେଚନର ସୁବିଧା ଥିବା ଜମିରେ ଅଗଷ୍ଟ ରୁ ସେପ୍ଟେମ୍ବର ମାସରେ ଚାରା ଲଗାଇଲେ, ତାହା ନଭେମ୍ବର ଆଡ଼କୁ ଫୁଲ ଧରି ପ୍ରଚୁର ଫଳ ଫଳେ । ସେହିପରି ଜୁନ୍‌ ମାସରେ ମଧ୍ୟ ବାଇଗଣ ଲଗାଇଲେ ଅଗଷ୍ଟ ମାସ ଶେଷ ଆଡ଼କୁ ଫଳ ଧରିବା ଆରମ୍ଭ ହୋଇଥାଏ । ତେବେ ଧ୍ୟାନ ରଖିବା ଆବଶ୍ୟକ ଯେ ବାଇଗଣ ବିଲରେ ପାଣି ଯେପରି ନ ଜମେ । ବାଇଗଣ ଚାଷ ନିଗିଡ଼ା ଦୋରସା ମାଟିରେ ଅଧିକ ଭଲ ହୋଇଥାଏ ଚାଷ । 

ବାଇଗଣ ଚାଷ ପାଇଁ ବର୍ଷାଦିନେ ପାଣି ଦରକାର ହୁଏ ନାହିଁ । କିନ୍ତୁ ବର୍ଷା ଛାଡ଼ିଗଲା ପରେ ବାଇଗଣ ଚାଷ ଜମିରେ  ୧୦ ରୁ ୧୨ ଦିନରେ ଥରେ ଲେଖାଏଁ ସନ୍ଧ୍ୟାରେ ପାଣି ଦେବା ଆବଶ୍ୟକ ହୋଇଥାଏ । ନଚେତ ପାଣି ଅଭାବରେ ଫୁଲ ଝଡ଼ିଯାଏ ଓ ପତ୍ର ମଧ୍ୟ ହଳଦିଆ ରଙ୍ଗ ପଡ଼ିଯାଏ । ଶୀତ ଓ ଖରାଦିନେ ମଧ୍ୟ ବାଇଗଣ ଚାଷରେ ପାଣି ଦେବା ଆବଶ୍ୟକ । ଅଧିକ ଲାଭ ପାଇବାକୁ ହେଲେ ବାଇଗଣର ଅନ୍ୟାନ୍ୟ ନୂତନ କିସମ ଚାଷ କରିବା ଆବଶ୍ୟକ l ଉନ୍ନତ କିସମର ବାଇଗଣ ଚାଷ କରିବାକୁ ହେଲେ ତଳି ଠିକ ସମୟରେ ପକାଇବା ଉଚିତ । ବାଇଗଣ ଚାଷ କଲେ ଠିକ୍ ସମୟରେ ବିଲରୁ ଘାସ ବାଛି କୋଡ଼ାଖୁସା କରିବା ଆବଶ୍ୟକ । ପୋକ ଓ ରୋଗ ଦାଉରୁ ରକ୍ଷା କରିବା ପାଇଁ ନିକଟସ୍ଥ କୃଷି କେନ୍ଦ୍ର ଠାରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ । 

ତେବେ ଧ୍ୟାନ ରଖିବା ଆବଶ୍ୟକ ଯେ ତଳି ପକାଇବା ପୂର୍ବରୁ ମଞ୍ଜି କୁ ବିଶୋଧନ କରିବା ଆବଶ୍ୟକ । ୧ ଗ୍ରାମ୍ ଆଗ୍ରାମାଇସିନ୍ ସହିତ ୧ ଗ୍ରାମ୍ କାପଟାନ୍ ମିଶାଇ ତାହାକୁ ଅଧଲିଟର ପାଣିରେ ଗୋଳାଇ ଦିଅନ୍ତୁ ଏବଂ ସେହି ପାଣିରେ ମଞ୍ଜିକୁ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ l ବିହନ ବିଶୋଧାନା କରିବା ହିଁ ମଞ୍ଜି ଲଗାନ୍ତୁ । ଦଶ ଲିଟର ପାଣି ରେ ୬ ଗ୍ରାମ୍ ଆକ୍ରୋମାଇସିନ ଗୋଳାଇ ସେଥିରେ ବାଇଗଣ ଚେରକୁ ୨୫ ମିନିଟ ବୁଡ଼ାଇ ରୋଇଲେ ରୋଗ ହେବାର ଆଶଙ୍କା କମିଯାଇଥାଏ । ତେବେ ବିଭିନ୍ନ ଋତୁରେ ଜଣେ ସାହସୀ ବାଇଗଣ ଚାଷ କରି ପାରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments