1. କୃଷି ବିଶ୍ବକୋଷ

ସଜନା,କମ ବ୍ୟୟରେ ଦେଇଥାଏ ଅଧିକ ଲାଭ

କମ୍‌ ପରିଶ୍ରମରେ ଅଧିକ ରୋଜଗାର କରିବାକୁ ଚାହୁଁଥିଲେ ସଜନା ଛୁଇଁ ଚାଷ ହେଉଛି ଏଥିପାଇଁ ଏକ ଉତ୍ତମ ବିକଳ୍ପ ଯାହା ଆପଣଙ୍କୁ ଅଳ୍ପ ବ୍ୟୟରେ ଅଧିକ ଲାଭ ଦେବ | ସଜନା ଛୁଇଁ ଚାଷ (drumstick farmig)କରୁଥିବା ଚାଷୀମାନେ ପ୍ରତି ମାସରେ ପ୍ରାୟତଃ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଥାଏ |

Tanushree Mahapatra
Tanushree Mahapatra
Benefits of drumsticks farming

Benefits of drumsticks farming

କମ୍‌ ପରିଶ୍ରମରେ ଅଧିକ ରୋଜଗାର କରିବାକୁ ଚାହୁଁଥିଲେ ସଜନା ଛୁଇଁ ଚାଷ ହେଉଛି ଏଥିପାଇଁ ଏକ ଉତ୍ତମ ବିକଳ୍ପ ଯାହା ଆପଣଙ୍କୁ ଅଳ୍ପ ବ୍ୟୟରେ ଅଧିକ ଲାଭ ଦେବ  | ସଜନା ଛୁଇଁ ଚାଷ (drumstick farmig)କରୁଥିବା ଚାଷୀମାନେ ପ୍ରତି ମାସରେ ପ୍ରାୟତଃ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଥାଏ | ସଜନା ଚାଷରେ ଅନ୍ୟ ଚାଷ ପରି ପ୍ରତ୍ୟେକ ଥର କ୍ଷେତ ପ୍ରସ୍ତୁତ କରିବାରେ କୌଣସି ଅସୁବିଧା ନଥାଏ ଏମିତିକି ବାରମ୍ବାର ମଞ୍ଜି ପକାଇବାର ମଧ୍ୟ କୌଣସି ଆବଶ୍ୟକତା ପଡେନାହିଁ |

ଏହି ଚାଷରେ ଥରେ ଗଛ ଲଗାଇଲେ ଚାରି ବର୍ଷ ପର୍ଯ୍ୟନ୍ତ ଚାଷୀକୁ ଉତ୍ତମ ରୋଜଗାର ଯୋଗାଇଥାଏ ଏହି ଚାଷ  | ଶାଗ ତୁଳନାରେ ଏଥିରେ ୩୦ ରୁ୧୦୦ ଗୁଣା ଅଧିକ ଲୌହ ଓ କ୍ୟାଲସିଅମ ରହିଛି ଯାହା ଶରୀର ପାଇଁ ଖୁବ ଭଲ  | ଅନ୍ୟ କେତେକ ହିତକାରୀ ଦ୍ରବ୍ୟ ଯଥା କୁଏର୍ସଟିଂ ଓ କାମଫେରାଲ ମଧ୍ୟ ରହିଛି କବକ ,ଜୀବାଣୁ ଇତ୍ୟାଦି ଠାରୁ ସୁରକ୍ଷା ଦେଇଥାଏ | ଚେରରେ ଥିବା କେତେମ ରାସାୟନିକ ପଦାର୍ଥ ହୃଦଗତି ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ତେଣୁ ବର୍ଷସାରା ଏହି ଶାଗର ଚାହିଦା ରହିଛି  | ଏଥିରେ ଥିବା "ମରଜିଣିନ" ନାମକ ରାସୟାନିକ ପଦାର୍ଥ ,ମହୁମେହ ନିୟନ୍ତ୍ରଣରେ ସହାୟକ ହୋଇଥାଏ ଏବଂ ଇନ୍ସୁଲିନ କ୍ଷରଣ ପ୍ରକ୍ରିୟା କୁ ମଧ୍ୟ ସକ୍ରିୟ କରେ l

ନିଗିଡା , ଦୋରସା ମାଟି ଯାହାର ଅମ୍ଳତା ୬.୦ ରୁ ୭.୫ ହୋଇଥବ ସେ ମାଟି ଏହି ଚାଷ  (drumstick farmig) ପାଇଁ ଉପଯୁକ୍ତ | ଏହା ଏକ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ହୋଇଥବାରୁ ଆମ ରାଜ୍ୟରେ ଏହାର ଚାଷ ଭଲ ଭାବରେ ହୋଇଥାଏ | ମାନେ ରଖିବା ଉଚିତ ଯେ ଶାଖା କାଟିବା ପରେ ସର୍ବଦା ବରଦ ପେଷ୍ଟ ସେହି ସ୍ଥାନରେ ଲଗାନ୍ତୁ | ଏହା ଦ୍ୱାରା ଅନେକ  ରୋଗ ବ୍ୟାପିବାରୁ ରକ୍ଷା ମିଳେ  | ଏହା ଚାଷ କରିବାର ପ୍ରଥମ ଅପେକ୍ଷା ଦ୍ଵିତୀୟ ବର୍ଷ ରେ ଅଧିକ ଲାଭ ଦେଇଥାଏ l

ସଜନା ଶାଗ ମଧ୍ୟ ଅନେକ କିସମର ରହିଛି l ବୁଦା କିସମଗୁଡିକୁ ମଞ୍ଜିରୁ(drumstick seed)ପଲିଥିନରେ ଚାରା କରି ୪୦-୪୫ ଦିନରେ ଚାରା ଲଗାଯାଏ | ଚାରା ଲଗାଇବା ପୂର୍ବରୁ ମଞ୍ଜି ଗୁଡିକୁ କାର୍ବେଣ୍ଡାଜିମ (ବାଭିଷ୍ଠିନ)ରେ ବିଶୋଧନ କରିବା ନିହାତି ଦରକାର ହୋଇଥାଏ ନହେଲେ ଏହା ଚାଷ ଉପରେ କ୍ଷତି ପହଞ୍ଚାଇ ପାରେ  | ଏକର ପ୍ରତି ୨୫୦ ଗ୍ରାମ ମଞ୍ଜି ଓ ହେକ୍ଟର ପ୍ରତି ୬୨୫ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ |କୃଷି ବିଶେଷଜ୍ଞଙ୍କ ମତରେ ଭଲ ସଜନା ଗଛ ମଞ୍ଜିରୁ (drumstick seed) ଅଧିକ ଅମଳ ହୋଇଥାଏ | ମଞ୍ଜି ଲଗାଇବା ଦ୍ୱାରା ଭଲ ଫସଲ ହୋଇଥାଏ । ଏହା ବ୍ୟତୀତ ଯେଉଁଠାରେ ଗଛ ବଢିଥାଏ ସେଠାରେ ଭଲ ମାଟି ରହିବା ନିହାତି ଆବଶ୍ୟକ । ମାଟି ଠିକ ନଥିଲେ ଗଛ ନଷ୍ଟ ହେବାର ସମ୍ଭାବନା ରହିଥାଏ l

ଆମ ରାଜ୍ୟରେ ଜୁନ-ଜୁଲାଇ (ବର୍ଷା ଦିନେ) ଏବଂ ସେପ୍ଟେମ୍ବର-ଅକ୍ଟୋବର ମାସରେ ସଜନା ଚାରା ରୋପଣ (drumstick plant ) କରାଯାଇଥାଏ | ତେବେ ଚାଷ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜମିକୁ ୨-୩ ଥର ଚାଷକରି ୮ ଫୁଟ ବ୍ୟବଧାନରେ ବର୍ଗାକାରରେ ଦେଢଫୁଟ ଲମ୍ବ, ପ୍ରସ୍ଥ ଓ ଗଭୀରର ଗାତ ଖୋଳନ୍ତୁ, ପ୍ରତି ଗାତରେ ୧୫ କି.ଗ୍ରା. ଖତ ଓ ୧୦୦ ଗ୍ରାମ ନିମ୍ନପିଡିଆ ଦେଇ ମଞ୍ଜି ପୋତନ୍ତୁ | ଚାରା ଗଛ ଲଗାଉଥଲେ, ୧୦x୫ ସେ.ମି. ପଲିଥିନରେ ଚାରା ତିଆରି କରି ୪୦ ଦିନିଆ ଚାରାଗଛଗୁଡିକୁ ୨.୫ମି x ୨.୫ମି ଦୂରତାରେ (୪୫x୪୫x୪୫) ସେ.ମି. ଆକାରର ସେଥିରେ ଲଗାନ୍ତୁ | ଅତ୍ୟଧିକ ପାଣି ଦିଅନ୍ତୁ ନାହିଁ କି ଅଧିକ ବର୍ଷା ସମୟରେ ଲଗାନ୍ତୁ ନାହିଁ | ପାଣି ଜମି ରହିଲେ ଚାରାଗଛଗୁଡିକ(drumstick plant ) ପଚିବା ସଙ୍ଗେ ସଙ୍ଗେ ଗଛ ଆସ୍ତେ ଆସ୍ତେ ହଳଦିଆ ରଙ୍ଗ ହୋଇ ମରିଯାଏ |

ସଜନା ଗଛ (drumstick plant) ଲଗାଇବାର ୬ ମାସ ପରେ ଛୁଇଁ ଧରିବା ଆରମ୍ଭ ହୁଏ | ମଞ୍ଜି ଟାଣ ହେବା ପୂର୍ବରୁ ଏହାକୁ ଗଛରୁ ତୋଳନ୍ତୁ | ବର୍ଷକୁ ଗଛ ପ୍ରତି କିସମ ଅନୁସାରେ ୨୦୦-୫୦୦ ଫଳ, ଫଳିଥାଏ | ୨ ଓ ୩ ବର୍ଷରେ ଫଳ ସଂଖ୍ୟା ବୃଦ୍ଧି ପାଇଥାଏ , ଗଛ ପ୍ରତି ୩୦-୩୫ କି.ଗ୍ରା. ଏବଂ ଏକର ପ୍ରତି ୨୦୦ କୁଇଣ୍ଟାଲ ଯାଏ ଫଳ ଅମଳ ହୋଇଥାଏ | ଖରା ଦିନରେ ପଖାଳ ଭାତ ସହ ସଜନା ଶାଗ ଖାଇବାକୁ ସମସ୍ତ ନିଶ୍ଚିନ୍ତ ଭଲ ପାଉଥିବେ |ଏହି ଗଛ ରେ ବହୁ ଓଷଧୀୟ ଗୁଣ ମଧ୍ୟ ଭାରି ରହିଛି |ଥରେ ଗଛ ଲଗାଇଲେ ବହୁ ଦିନ ପର୍ଯ୍ୟନ୍ତ ଅମଳ ଦେଇପାରୁଥିବା ଏହି ଗଛ ନିଶ୍ଚିନ୍ତ ଆପଣଙ୍କୁ କୋଟିପତି କରିପାରିବ | ଏହାର ଏକ ପ୍ରକୃଷ୍ଟ ଉଧାରଣ ହୋଇଛନ୍ତି ମହାରାଷ୍ଟ୍ର ସ୍ଥିତ ଅହଃମଦ ନଗର ର ସନ୍ତୋଷ ସଂବାଜି କାଲାନେ|ବହୁ ପରିମାଣ ରେ ସଜନା ଛୁଇଁ ଚାଷ କରି ସେ ବେଶ ଲାଭବାନ ମଧ୍ୟ ହୋଇପାରିଛନ୍ତି l

ଜାଣନ୍ତୁ, ଆଧୁନିକ ଯୁଗରେ ଶୁଷ୍କ ଫୁଲରୁ କିପରି ପାଇବେ ଲାଭ........

ବିଦେଶ ବଜାରରେ ଶୋଭାବର୍ଦ୍ଧନ କରିବ ଭାରତର ମାଣ୍ଡିଆ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments