1. କୃଷି ବିଶ୍ବକୋଷ

ଚାଷ ଜମିରେ ମୃତ୍ତିକା କ୍ଷୟ ରୋକିବ " ମୁରୁଗା ଗଛ "

ମୁରୁଗା ଗଛ: ଚାଷ କରିବା ପାଇଁ ବେଶୀ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିନଥାଏ ଚାଷୀଙ୍କୁ l କିନ୍ତୁ ଚାଷୀ ଏବେ ଏହି ଚାଷକୁ ଏକ ପ୍ରକାର ଭୁଲିବାକୁ ବସିଲେନି l କିନ୍ତୁ ଏବେ ମଧ୍ୟ ଓଡ଼ିଶା ରାଜ୍ୟରେ କିଛି ଜିଲ୍ଲା ରହିଛି ଯେଉଁଠି ମୁରୁଗା ଗଛ ଚାଷ କରାଯାଉଛି l ଯାହା ଚାଷୀଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ନୂଆ ଆଶା ପ୍ରଦାନ କରିଛି l

Tanushree Mahapatra
Tanushree Mahapatra
Benefits of muruga tree farming

Benefits of muruga tree farming

ରାଜ୍ୟରେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ଚାଷୀ l ତେବେ କିଛି ଚାଷ ଏବେ ଲୋପ ପାଇବାକୁ ବସିଲାଣି l ଚାଷୀ ଭୁଲିଗଲେଣି ସେ ଚାଷକୁ ଯାହା ତାଙ୍କୁ ଦ୍ଵିଗୁଣ ଲାଭ ପ୍ରଦାନ କରିବ l ଯାହାକୁ ଚାଷକରି ବେଶ ଅନେକ ଅର୍ଥ ଲାଭ ଉଠାଇପାରିବେ l ତେବେ ଆଜି ଆମେ ଏହି ଆର୍ଟିକଲରେ ଏପରି ଏକ ଗଛ ବିଷୟରେ ଆଲୋଚନା କରିବୁ ଯାହାକୁ ଚାଷ କଲେ ଚାଷୀ ବିଭିନ୍ନ ଦିଗରେ ଲାଭ ପାଇ ପାରିବ l

ମୁରୁଗା ଗଛ, ହୁଏତ ଏହି ଗଛର ନାଁ ଖୁବ ଲୋକଙ୍କୁ ଜଣାଥିବ କିନ୍ତୁ ଗଛଟିକୁ ସମସ୍ତେ ଦେଖିଥିବେ ସତ l ଏହି " ମୁରୁଗା ଗଛ " ଚାଷ କରିବା ପାଇଁ ବେଶୀ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିନଥାଏ ଚାଷୀଙ୍କୁ l କିନ୍ତୁ ଚାଷୀ ଏବେ ଏହି ଚାଷକୁ ଏକ ପ୍ରକାର ଭୁଲିବାକୁ ବସିଲେନି l କିନ୍ତୁ ଏବେ ମଧ୍ୟ ଓଡ଼ିଶା ରାଜ୍ୟରେ କିଛି ଜିଲ୍ଲା ରହିଛି ଯେଉଁଠି ମୁରୁଗା ଗଛ ଚାଷ କରାଯାଉଛି l ଯାହା ଚାଷୀଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ନୂଆ ଆଶା ପ୍ରଦାନ କରିଛି l

ଦିନ ଥିଲା, ‘ମୁରୁଗା’ରୁ ପ୍ରସ୍ତୁତ ହେଉଥିବା ଦଉଡ଼ି, ବ୍ୟାଗ୍‌, ଘରେ ଘରେ ବ୍ୟବହୃତ ହେଉଥିବା ପା‌’ପୋଛ, ଭଳିକି ଭଳି ହାତ ପ୍ରସ୍ତୁତି କଣ୍ଢେଇ ଓ ବିଭିନ୍ନ ଘରୋଇ ଉପକରଣ ପାଇଁ କେନ୍ଦୁଝର ଜିଲ୍ଲାର ଏକ ନିଆରା ପରିଚୟ ପାଲଟିଥିଲା । ମୁରୁଗାରୁ ପ୍ରସ୍ତୁତ ହେଉଥିବା ଦଉଡ଼ି ଏତେ ଅଧିକ ଟାଣ ଯେ ଏହାକୁ ପାଣି ଜାହାଜରେ ମଧ୍ୟ ବିଭିନ୍ନ କାମରେ ବ୍ୟବହାର କରାଯାଉଥିବାର ସୂଚନା ରହିଛି। ଖାଲି ସେତିକି ନୁହେଁ, ମୁରୁଗା ଗଛ କଟାଯିବା ପରେ ଗଛ ମଝିରୁ ବାହାରୁଥିବା ଶଣ୍ଢାରୁ ରୋଲ୍‌‌ବାଡ଼ି ପ୍ରସ୍ତୁତ ହେଉଥିଲା ପରେ ପରେ ପୁଲିସ୍‌ ବ୍ୟବହାର କରୁଥିବା ଠେଙ୍ଗିଣି ଏବଂ ସ୍କେଲ ମଧ୍ୟ ତିଆରି କରାଯାଇ ବଜାରରେ ବିକ୍ରି କରାଗଲା । ଏହି ସତ କଥାଟି ହେଲା ଏଥିରୁ ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଆୟୁଷ ଖୁବ୍‌ ଅଧିକ । କିନ୍ତୁ ଧୀରେ ଧୀରେ ସମୟକ୍ରମେ ଏବେ ଆଉ ମୁରୁଗା ପ୍ରସ୍ତୁତ ସାମଗ୍ରୀ ଦେଖିବାକୁ ମିଳୁନାହିଁ ।

ପ୍ରାୟତଃ ୨୦ ରୁ ୨୫ବର୍ଷ ତଳେ ହେଉଥିବା ଏହି ଚାଷ ନାମକୁ ମାତ୍ର କାଁ ଭାଁ ଜିଲ୍ଲାରେ ହେଉଛି । କିନ୍ତୁ ଏବେ ପୁଣିଥରେ ସମୟ ବଦଳିଛି କାରଣ ପ୍ଲାଷ୍ଟିକ ବ୍ୟବହାରରେ ଲାଗିଛି ରୋକ । ସମ୍ପୂର୍ଣ୍ଣ ଜୀବଜଗତ ପାଇଁ କ୍ଷତିକାରକ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ହେବାପରେ ଏବେ ଅତିଷ୍ଠ ମଣିଷ ପୁଣି ପାରମ୍ପରିକ ଜିନିଷକୁ ଆଦରି ନେବାକୁ ନିଜକୁ ପ୍ରସ୍ତୁତ କରୁଛି । ଯେଉଁଥିରେ ଆବଶ୍ୟକ ପଡିବ ଏହି ଗଛର ଚାଷ l ବୁଦ୍ଧିଜୀବୀ ଓ କୃଷି ବିଶେଷଜ୍ଞମାନେ ଏ ନେଇ ନିଜ ମତ ଦେଇ କହିଛନ୍ତି ମହିଳା ଚାଷୀଙ୍କ ପାଇଁ ରୋଜଗାରର ଏକ ବିକଳ୍ପ ଭାବେ ଉଭା ହୋଇପାରିବ ଏହି ମୁରୁଗା ଚାଷ l

ମୁରୁଗା ଗଛ ଏକ ଗ୍ରୀଷ୍ମମଣ୍ଡଳୀୟ ଉଦ୍ଭିଦ । ସାଧାରଣତଃ ମୁରୁଗା ଗଛକୁ ନିପାଣିଆ ଜମିରେ ଚାଷ ଅଧିକ ହୋଇଥାଏ। ମୃତ୍ତିକା କ୍ଷୟ ରୋକିବାରେ ଏହି ଗଛର ଭୂମିକା ଖୁବ ଗୁରୁତ୍ବପୂର୍ଣ୍ଣ । ଯଦି ସରକାରଙ୍କ ମିଶନ ଶକ୍ତି ମହିଳାଙ୍କୁ ଏହି ଚାଷ ପାଇଁ ସୁବିଧା ମିଳିବ ତେବେ ମହିଳା ଏହି ଚାଷ କରି ଅଧିକ ଲାଭବାନ ହୋଇପାରିବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments