ଆମେ ଅନେକ ପ୍ରକାର ଔଷଧୀୟ ଗଛରେ ତଥା ଉଦ୍ଭିଦ କଥା ଶୁଣିଛୁ l ହେଲେ ଶୁଣିଛନ୍ତି କି ସୁନାମୁଖୀ ( sona mukhi flower ) ଔଷଧୀୟ ଉଦ୍ଭିଦ ର ନା ? ସୁନାମୁଖୀ ହେଉଛି ଏକ ମହତ୍ଵପୂର୍ଣ୍ଣ ଔଷଧୀୟ ଉଦ୍ଭିଦ ର ନା , ଯାହାର କୃଷିକରଣ ଏକ ଲାଭଦାୟକ ବ୍ୟବସାୟ ଅଟେ । ଏବେ ଭାରତ ସମେତ ବିଶ୍ଵର ଅନେକ ଦେଶରେ ଏହାକୁ ଚାଷ କରାଯାଉଛି ବ୍ୟବସାୟିକ ଭିତ୍ତିରେ । ଆମ ଦେଶର ଦକ୍ଷିଣ ଭାଗ ପ୍ରଦେଶ ମଧ୍ୟରେ ତାମିଲନାଡୁ , ମଦୁରାଇ, ତିନେବେଲ୍ଲୀ , ମହୀଶୂର ଏବଂ ଉତ୍ତର ପଶ୍ଚିମ ଭାଗରେ ରାଜସ୍ଥାନର ପାଲୀ ଏବଂ ଗୁଜୁରାଟର ଭଳି ଅନେକ ଅଞ୍ଚଳରେ ଏହାକୁ ସଫଳତାପୂର୍ବକ ଚାଷ କରାଯାଉଛି ।
ସୁନାମୁଖୀ ପାଖାପାଖି ୨ ରୁ ୩ ଫୁଟ ଉଚ୍ଚତା ବିଶିଷ୍ଟ ଗୁଳ୍ମ ଜାତୀୟ ଉଦ୍ଭିଦ ଯାହାର ପତ୍ର ଅଣ୍ଡାକାର, ଭାଲାକାର ଏବଂ ୨.୫ ରୁ ୭ ସେମି ଲମ୍ବ ବିଶିଷ୍ଟ l ୭ ରୁ ୮ ମିମି ଓସାର ତଥା ଚିକ୍କଣ ଅଟେ । ଏଥିରେ ଫୁଟୁଥିବା ଫୁଲର ରଙ୍ଗ ହଳଦିଆ । ତେବେ ଏହାର ଫଳ ଓ ପତ୍ରକୁ ଚିକିତ୍ସାରେ ବ୍ୟବହାର କରାଯାଏ ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି । ଏହାର ପତ୍ର ଏବଂ ଫଳରେ ମୁଖ୍ୟତଃ ସୋନାସାଇଡ “ଏ” ତଥା “ବି “ ନାମକ ଗ୍ଲାଇକୋସାଇଡ “ସି” ମଧ୍ୟ ମିଳିଥାଏ । ତେଣୁ ଏହା କୋଷ୍ଠ କାଠିନ୍ୟ , କବଜାତ ରୋଗ ଦୂର କରିଥାଏ । ଏହାଛଡା , ଏହାକୁ ଆର୍ଥରାଇଟିସ , ସାଇଟିକ , କୃମିରୋଗ ନିରାକରଣରେ ମଧ୍ୟ ବ୍ୟବହାର କରାଯାଏ । ଏହାର ଉଚିତ ବ୍ୟବହାର ଜାଣିବା ପରେ ଏହାକୁ ବ୍ୟବହାର କରିବା ଉଚିତ l
ସୁନାମୁଖୀ ଗଛକୁ ପାଖାପାଖି ଏକ ବର୍ଷ ପାଇଁ ଚାଷ କରାଯାଏ । କିନ୍ତୁ କେତେକ ସ୍ଥାନରେ ଥରେ ଲଗାଯିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଅମଳ କରାଯାଇଥାଏ ଏହାକୁ । ଦକ୍ଷିଣ ଭାରତର ଏହାକୁ ୧ ବର୍ଷୀୟ ଫସଲ ଏବଂ ରାଜସ୍ଥାନରେ ଏହାକୁ ୫ ବର୍ଷୀୟ ଫସଲ ରୂପେ ଚାଷ କରାଯାଉଛି । ମୃତ୍ତିକା ର ପି.ଏଚ. ୬ ରୁ ୮.୫ ମଧ୍ୟରେ ଥିବା ମାଟିରେ ସୁନାମୁଖୀ ଚାଷ ଭଲ ହୋଇଥାଏ । କୌଣସି ପରିସ୍ଥିତିରେ ଗଛ ମୂଳରେ ଓ ଜମିରେ ପାଣି ଜମି ରହିବା ଉଚିତ ନୁହେଁ । ଏହାର ଚାଷ ପାଇଁ ଶୁଷ୍କ ତଥା ଉଷ୍ଣ ଜଳବାୟୁ ଉପଯୁକ୍ତ ଅଟେ । ଉତ୍ତାପ ୨୫ ଡିଗ୍ରୀ ଏବଂ ଅଧିକତମ ୪୫ ଡିଗ୍ରୀ ରହିବା ଅବଶ୍ୟକ । ବାର୍ଷିକ ବୃଷ୍ଟିପାତ ୨୦ରୁ ୪୦ ସେମି ଏହି ଗଛର ଆବଶ୍ୟକତା ପୂରଣ କରିପାରେ । ବର୍ଷା ଆରମ୍ଭରେ ଜମିକୁ କଢାଣ କରି ପ୍ରାୟ ୧ ମାସ ଛାଡିବା ଉଚିତ । ସୁବିଧା ଅନୁସାରେ କିଆରି ଛନ୍ଦି ପାଣି ମଡାଇବା ଓ ପାଣି ନିଷ୍କାସନନାଳୀ ରଖିବ ଆବଶ୍ୟକ ।
ଖତ ୧୦ ଟନ, ଯବକ୍ଷାରଜାନ ୫୦ କେଜି , ଫସଫରସ ୩୦ କେଜି, ପଟାସ ୨୫ କେଜି , ଶେଷ ସମୟରେ ମାଟିରେ ଆଉ ୫୦ କେଜି ଯବକ୍ଷାରଜାନ ଫସଲର ୮୦ ଓ ୧୩୦ ଦିନରେ ଅଧା ଅଧା କରି ପକାଇବା ଆବଶ୍ୟକ । ମଞ୍ଜି ଉପର ଚୋପା ଅତି ଶକ୍ତ । ମଞ୍ଜିକୁ ବାଲି ସହ ହେମଦସ୍ତାରେ କୁଟି ଦେଲେ ଚୋପା ବାହାରି ଯାଇଥାଏ । ଚୋପା ବାହାର କରି ଏହାକୁ ୧୦ ରୁ ୧୨ ଘଣ୍ଟା ପାଣିରେ ଭିଯାଇ ଛାଣି ପାଣି ନିଗିଡିଲେ କେଜି ପ୍ରତି ୨.୫ ଗ୍ରାମ ଥିରାନ କାପଟାଣ ବା ୧.୫ ଗ୍ରାମ ବାଭିଷ୍ଟିନ ଗୋଳାଇ ବିଶୋଧନ କରି ଧାଡି ମଧ୍ୟରେ ୪୫ ସେମି ଓ ଗଛ ମଧ୍ୟରେ ୩୦ ସେମି ବ୍ୟବଧାନ ରଖି ପୋତାଯିବା ଉଚିତ । ଏହାଦ୍ୱାରା ହେକ୍ଟରକୁ ୬ କେଜି ମଞ୍ଜି ଲାଗିବ । ଧାଡିରେ ବୁଣିଲେ ୨୦ କେଜି ଦରକାର ହେବ ।
ବର୍ଷାଦିନେ ଛଡା ଅଧିକ ଦିନ ବର୍ଷା ଛାଡିଗଲେ ପ୍ରାୟ ୫- ୮ ଥର ସାମାନ୍ୟରୁ ମଧ୍ୟମ ଜଳସେଚନ କରାଯାଏ । ତେବେ ସୁନାମୁଖୀ ଫସଲରେ ଅତ୍ୟାଧିକ ଜଳସିଞ୍ଚନ ଆବଶ୍ୟକତା ନ ଥାଏ । ବର୍ଷସାରା ୩୦ ସେମି ବର୍ଷା ହେଉଥିଲେ ଆଦୌ ଜଳସେଚନ ଦରାକାର ନାହିଁ । ଅଧିକ ପାଣି ଅମଳ ପାଇଁ ହାନିକାରକ । ଧାନ ପରେ ସେହି ଜମିରେ ସୁନାମୁଖୀ ଲଗାଯାଇପାରେ । କପା, ରାସୀ, ଲଙ୍କା, ବାଇଗଣ , ଭେଣ୍ଡି, ଓ ତମାଟୋ ଦୁଇଧାଡି ମଧ୍ୟରେ ଅନ୍ତଃଫସଲ ରୂପେ ଲଗାଯାଏ । ଏହାଛଡା, ପର୍ଯ୍ୟାୟ କ୍ରମେ ସୋରିଷ- ସୁନାମୁଖୀ- ଧନିଆ ଚାଷ ଲାଭଜନକ ହୋଇଥାଏ । ପତ୍ର ଓ ଫଳ ସୁଖାଇବାବେଳେ ଅଯତ୍ନ ଓ ସାଇତିବା ଅସୁବିଧାରୁ ସାମାନ୍ୟ ଆଦ୍ର ରହିଲେ ପତ୍ର ଓ ଫଳ ପାଉଁସିଆ କଳା ପଡେ , ଯଦ୍ଵାରା ଔଷଧ ଗୁଣ କମିଯାଏ । ଗରମ ପବନ ୪୦ ସେଣ୍ଟିଗ୍ରେଡ ଦେଇ ଶୁଖାଯାଇପାରେ । ୫୦ ସେଣ୍ଟିଗ୍ରେଡ ହେଲେ ଗୁଣ ନଷ୍ଟ ହୋଇଯାଏ । ଜଳସେଚିତ ଜମିରେ ହେକ୍ଟର ପ୍ରତି ଖର୍ଚ୍ଚ ୭ ହଜାର ଟଙ୍କା ଓ ମୋଟ ଆୟ ୩୭,୫୦୦ ଟଙ୍କା । ହେକ୍ଟର ପ୍ରତି ନେଟ ଲାଭ ୩୦,୫୦୦ ଟଙ୍କା ହୋଇଥାଏ ।
ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ପଢ଼ନ୍ତୁ ପୁରା ଷ୍ଟୋରି....
Share your comments