1. କୃଷି ବିଶ୍ବକୋଷ

ଭୁବନେଶ୍ବରବାସୀଙ୍କୁ ନୂଆବର୍ଷ ଭେଟି

ଓଡିଶାର ରାଜଧାନୀ ଭୁବନେଶ୍ବରବାସୀଙ୍କୁ ନୂଆବର୍ଷ ଭେଟି । ବଡ଼ ନିଷ୍ପତ୍ତି ନେଲା ବିଡିଏ । ଖୁବଶୀଘ୍ର ଲୋକଙ୍କୁ ଆବଣ୍ଟିତ ଜମି ଓ ଗୃହର ଲିଜ ଡିଡ୍ ମିଳିବ। ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀରେ କୋହଳ କରାଯିବା ସହ ପୂର୍ବରୁ ସଂଗୃହିତ ଅତିରିକ୍ତ କମ୍ପାଉଣ୍ଡିଂ ଫି ଫେରସ୍ତ କରିବାର ମହଲତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।

Sudesna Nayak
Sudesna Nayak
bhubaneswar development authority bmc to return extra compounding fee

bhubaneswar development authority bmc to return extra compounding fee

ଓଡିଶାର ରାଜଧାନୀ ଭୁବନେଶ୍ବରବାସୀଙ୍କୁ ନୂଆବର୍ଷ ଭେଟି । ବଡ଼ ନିଷ୍ପତ୍ତି ନେଲା ବିଡିଏ । ଖୁବଶୀଘ୍ର ଲୋକଙ୍କୁ ଆବଣ୍ଟିତ ଜମି ଓ ଗୃହର ଲିଜ ଡିଡ୍ ମିଳିବ । ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀରେ କୋହଳ କରାଯିବା ସହ ପୂର୍ବରୁ ସଂଗୃହିତ ଅତିରିକ୍ତ କମ୍ପାଉଣ୍ଡିଂ ଫି ଫେରସ୍ତ କରିବାର ମହଲତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ବିଡିଏର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ରାଜଧାନୀବାସିନ୍ଦାଙ୍କ ଦାବି ଆଗରେ ମୁଣ୍ଡ ନୂଆଇଲା ପ୍ରଶାସନ । ସର୍ବକ୍ଷମା ଯୋଜନାରେ ବିଡିଏ ଅତିରିକ୍ତ ଦେୟ ଫେରସ୍ତ କରିବ । ଡିସେମ୍ବର ବେଳକୁ ଆକାଉଣ୍ଟକୁ ଟଙ୍କା ଆସିବ । ରାଜଧାନୀରେ ବିଡିଏ ପ୍ଲାନକୁ ଖିଲାପ କରି ନିର୍ମାଣ ହୋଇଥିବା ଅନେକ ଘର ଓ ଆପାର୍ଟମେଣ୍ଟକୁ ନିୟମିତ କରିବାକୁ ଯାଇ ସରକାର ୨୦୧୮ ମସିହାରେ ସର୍ବକ୍ଷମା ଯୋଜନା ଲାଗୁ କରାଯାଇଥିଲା । ତେବେ ଏହି ଯୋଜନା ଅନ୍ତର୍ଭୁକ୍ତ ଲୋକଙ୍କ ଠାରୁ ବିଡିଏ ଓ ବିଏମସି କମ୍ପାଉଣ୍ଡିଂ ଫି ବାବଦରେ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହେବା ସହ ଉକ୍ତ ବର୍ଦ୍ଧିତ ଅର୍ଥକୁ ଫେରାଇବାକୁ ଦାବି ହୋଇଥିଲା ।

ବିଳମ୍ବରେ ହେଲେ ମଧ୍ୟ ସହରବାସୀଙ୍କ ଆଗରେ ବିଡିଏ ମୁଣ୍ଡ ନୁଆଇଁ ଅତିରିକ୍ତ ବା କମ୍ପାଉଣ୍ଡିଂ ଫି’ କୁ ଲୋକଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛି । ୧୦ ତାରିଖ ସୁଦ୍ଧା ଆବେଦନ କରି ଡିସେମ୍ବର ଶେଷ ସୁଦ୍ଧା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରାଯିବ ।

ଏଣିକି ଏହି ଖବର ଶୁଣି ଲୋକଙ୍କୁ ଆଶ୍ବସ୍ତି ମିଳିଲା । ତେବେ କମ୍ପାଉଣ୍ଡିଂ ଫି ବାବଦ ଅର୍ଥ ରାଶିକୁ ନେଇ ଆବେଦନକାରୀ ଚିନ୍ତାରେ ପଡିଯାଇଥିଲେ । ଏପରିକି ମୋଟା ଅଙ୍କର ଅର୍ଥକୁ ନେଇ ଅନେକ ଆବେଦନ କରିବାରୁ ମଧ୍ୟ ବଞ୍ଚିତ ହୋଇଥିଲେ । ତେଣୁ ନିୟମରେ ପରିବର୍ତ୍ତନ ଆଣି ଟଙ୍କା ଫେରସ୍ତ ପାଇଁ ଦାବି ହୋଇଥିଲା । ଏବେ ବିଡିଏର ଟଙ୍କା ଫେରାଇବା ନିଷ୍ପତ୍ତିକୁ ହିତାଧିକାରୀ ସ୍ବାଗତ କରିଛନ୍ତି ।

ଆଧାର କାର୍ଡରେ ବାରମ୍ବାର ସଂଶୋଧନ ପଡିପାରେ ମହଙ୍ଗା, ପଢନ୍ତୁ ପୁରା ଖବର...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments