Agripedia

ବର୍ଷା ବଢାଇବ ବିରି ଅମଳ

ଋତୁ ପରିବର୍ତନ ସହ ଓଡିଶା କୃଷକ ମାନେ ଚାଷ କ୍ଷେତ୍ରରେ ମଧ୍ୟ ପରିବର୍ତନ ଆଣିଥାନ୍ତି | ଆଗକୁ ବର୍ଷା ଋତୁ ଆସୁଛି ଏହି ଋତୁରେ ଧାନ ସହ ବିରି ଚାଷକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଏ |

21 June, 2022 3:12 PM IST By: Rajashree

ଓଡିଶାର ଲୋକମାନେ ସାଧାରଣତଃ ଚାଷ ଉପରେ ନିର୍ଭର କରିଥାନ୍ତି | ଋତୁ ପରିବର୍ତନ ସହ ଓଡିଶା କୃଷକ ମାନେ ଚାଷ କ୍ଷେତ୍ରରେ ମଧ୍ୟ ପରିବର୍ତନ ଆଣିଥାନ୍ତି | ଆଗକୁ ବର୍ଷା ଋତୁ ଆସୁଛି ଏହି ଋତୁରେ ଧାନ ସହ ବିରି ଚାଷକୁ(black gram farming) ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଏ | ତେବେ ଆଜି ଆସନ୍ତୁ ଜାଣିବା ବିରି ଚାଷ ବିଷୟରେ କିଛି ଗୁରୁତ୍ୱପୁର୍ଣ ତଥ୍ୟ |

- ବିରି ଚାଷ (black gram farming)ସାଧାରଣତଃ ନାତିଶୀତୋଷ୍ଣ ଓ ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ଚାଷ କରାଯାଏ | ଶୁଷ୍କ ଆର୍ଦ୍ରତା ମାଟିରେ ବିରିଚାଷ ଭଲ ହୋଇପାରେ, ଏହି ଚାଷ ପାଇଁ ୨୦ ସେମି ବର୍ଷାଜଳ ଆବଶ୍ୟକ ହୋଇଥାଏ |

- ବିରି ସବୁ ପ୍ରକାର ମାଟି ପାଇଁ ଚାଷ ଉପଯୋଗୀ | ମୃତ୍ତିକା ଉର୍ବର ଦୋରସା, ବାଲିକା ଦୋରସା ହୋଇଥିଲେ ଭଲ | ମାଟିର ପି.ଏଚ-୫.୫ ରୁ ୭.୫ ମଧ୍ୟରେ ଗଛ ଭଲ ବଢେ |

- ବିରି ଚାଷ (black gram farming)ପାଇଁ ଜମିକୁ ଲଙ୍ଗଳ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ଚାଷ କରି ମାଟି ଗୁଣ୍ଡ ଓ ଅନୁମୋଦିତ ପରିମାଣର ରାସାୟନିକସାର ୨୦ କିଗ୍ରା ଯବକ୍ଷାରଜାନ ୪୦ କିଗ୍ରା ଫସଫରସ ଓ ୨୦କିଗ୍ରା ପଟାସ ସାର ବ୍ୟବହାର କରନ୍ତୁ | ଜମିର ପାଗ ନଥିଲେ ଜମିକୁ ଜଳସେଚନ କରି ବିହନ ବୁଣିବା ଦରକାର | ରାସାୟନିକ ସାର ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସାର ସଠିକ ପରିମାଣରେ ବ୍ୟବହାର କରାଯିବା ଆବଶ୍ୟକ |

- ବିରି ବିଲରେ(black gram)ଜଳସେଚନ ମାଟିର ଆର୍ଦ୍ରତା ଦେଖି ବିଲରେ ଜଳସେଚନ କରାଯାଏ | ଜଳସେଚନ କରିଲା ସମୟରେ ଜମିରେ ପାଣି ଯେପରି ଜମି ନରୁହେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ | ଫୁଲ ଓ ଛୁଇଁ ଆସିବା ଆବସ୍ଥାରେ ଜଳସିଞ୍ଚନ କାଲେ ଭଲ ଅମଳ ମିଳିଥାଏ |

- ବିରି ଚାଷରେ (black gram farming)ଅଧିକ ଅମଳ ପାଇଁ ୟୁରିଆ -୪୩, ୪୦ କିଗ୍ରା ଫସଫରସ, ସିଙ୍ଗଲ ସୁପର ଫସଫେଟ -୨୫୦, ୨୦ କିଗ୍ରା ପଟାସ, ମ୍ୟୁରେଟ ଅଫ ପଟାସ -୩୩ , ୨୦ କିଗ୍ରା ଯବକ୍ଷାରଜାନ, ୪୦ କିଗ୍ରା ଫସଫରସ, ସିଙ୍ଗଲ ସୁପର ଫସଫେଟ -୧୨୫ ଆବଶ୍ୟକ ହୋଇଥାଏ |

- ବିରି (black gram)ସାଧାରଣତଃ ବର୍ଷା ଦିନେ ଜୁନ ରୁ ଜୁଲାଇ ମାସ ମଧ୍ୟରେ ଉଚ୍ଚ ଓ ନିଗିଡା ବିଲରେ ବୁଣାଯାଏ | ୭୫-୮୦ ଦିନ ମଧ୍ୟରେ ଏହା ଅମଳ ହୋଇଥାଏ | ଅମଳ ପରେ ୩ରୁ ୪ ଥର ଟାଣ ଖରା ଦେଇ ଅଖା କିମ୍ବା ଟିଣ କିମ୍ବା ଦସ୍ତା ପାତ୍ରରେ ସାଇତି ରଖନ୍ତୁ |

ମୁଗ ଫସଲରେ କୀଟ ପରିଚାଳନା କରିବେ କିପରି ଜାଣନ୍ତୁ...

ସ୍ୱଳ୍ପ ଜଳ ଥିବା ଅଞ୍ଚଳରେ ଫସଲ ଅମଳ କିପରି କରିପାରିବା ??

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)