Krishi Jagran odia
Menu Close Menu

ସ୍ୱଳ୍ପ ଜଳ ଥିବା ଅଞ୍ଚଳରେ ଫସଲ ଅମଳ କିପରି କରିପାରିବା ??

Thursday, 30 September 2021 03:09 PM , by: Sugyan Kumar Nayak
Farmer

Farmer

ଆମେ ଜାଣୁ ଜଳ ବିନା ଜୀବନ ଅସମ୍ଭବ । ବିହନର ଅଙ୍କୁରୋଦଗମଠାରୁ  ଆରମ୍ଭକରି ଫସଲ ଅମଳ ପର୍ଯ୍ୟନ୍ତ ଜଳ ଆବଶ୍ୟକ । ଗଛର ଚେର ମାଟିରୁ ଜଳସଂଗ୍ରହ କର ବଜେ । ଯେଉଁଠ ଜଳସେଚନର ସୁବିଧା ନାହିଁ, ସେଠାରେ ବୃଷ୍ଟି ଜଳ ଓ ମୃତ୍ତିକାର ସଂରକ୍ଷଣ ଅତି ଗୁରୁତ୍ୱପୂର୍ଣ୍ଣ ।

ମୃତ୍ତିକାର ଜଳଧାରଣ ଶକ୍ତି ବୃଦ୍ଧି କରିବା ପାଇଁ ଖରାଟିଆ ଚାଷ, ଗଡାଣିଆ ଜମିରେ ଗଡାଣିର ବିପରୀତ ପାର୍ଶ୍ଵରେ ଶେଷ ଓଡ ଚାଷ ଆଦି ଆବଶ୍ୟକ ଯଦ୍ୱାରା ଅନାବନା ଘାସ କମ ହୁଏ, ଫସଲ ବୃଷ୍ଟିପୁଷ୍ଟ ହୋଇ ବଢିଥାଏ ଏବଂ ଆଶାନୁରୂପ ଅମଳ ଦେଇଥାଏ । ଜଳସଂରକ୍ଷଣ ନିମନ୍ତେ ଛାଦିକରଣ (ନଡା, ଶୁଖିଲା ପତ୍ର, ପଲିଥିନ ପ୍ରଭୃତି) ଉପାଦେୟ ହୋଇଥାଏ ଏବଂ ବିଭିନ୍ନ ପରୀକ୍ଷାରୁ ଦେଖାଯାଇଛି ଯେ ଏହା ଦ୍ଵାରା ଅନାବନା ଘାସ ନିୟନ୍ତ୍ରଣ ହେବା ସହ ଅମଳ ବୃଦ୍ଧିପାଏ । ବର୍ଷାଦିନେ ମଝିରେ ମଝିରେ ଫସଲର ଆବଶ୍ୟକତାଠାରୁ ଅଧିକ ବର୍ଷ ହୋଇଥାଏ ଏବଂ ବର୍ଷାଜଳ ମାଟିର ଖତ ଓ ରାସାୟନିକ ସାର ବୋହିନେଇ ନିମ୍ନକୁ ଗଡିଯାଏ । ଯଦି ଏହି ଉଦବୃତ୍ତ ଜଳକୁ ଜମିର ଏକ ଦଶମାଂଶ ସ୍ଥାନରେ ପୋଖରୀଟିଏ କରି ସଂରକ୍ଷଣ କରାଯାଇପାରିବ ତେବେ ଅନାବୃଷ୍ଟି ସମୟରେ ଜଳସେଚନ କରି ଫସଲକୁ ମରୁଡିରୁ ରକ୍ଷା କରିବା ସହିତ ପୋଖରୀରେ ମାଛ ଚାଷକରି ଅଧିକ ଅର୍ଥ ଉପାର୍ଜନ କରାଯାଇପାରିବ । ପୋଖରୀଟିଏ ପାଖରେ ଥିଲେ। ଅଣୁଜଳସେଚନ ପଦ୍ଧତି ଅନୁସରଣ କରି ବର୍ଷସାରା ଜମିରୁ ଫସଲ ଉତ୍ପାଦନ କରାଯାଇପାରିବ ।

ବୁନ୍ଦା ଜଳସେଚନ ପଦ୍ଧତି ଅବଲମ୍ବନ କରି ଆମ୍ବ, କଦଳୀ, ଅମୃତଭଣ୍ଡା, ଲେମ୍ବୁ, ଡାଳିମ୍ବ, ବରକୋଳି ଆଦି ଫଳ ଚାଷରୁ ଅଧିକ ଅମଳ କରାଯାଇପାରିବ । ସେହିପରି ବୁନ୍ଦା ଏବଂ ସିଞ୍ଚନ ଜଳସେଚନ ପଦ୍ଧତି ଅବଲମ୍ବନ କରି ପନିପରିବା ଓ ଫୁଲ ଚାଷକରି ଆମ ଚାଷ ଭାଇ ଭାଲବାନ ହୋଇପାରିବେ । ଭାରତରେ ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟରେ ବୃଷ୍ଟିପାତ ପରିମାଣ ଓଡିଶାର ବୃଷ୍ଟିପାତର ଅଧାରୁ ବି କମ୍ କିନ୍ତୁ ସେଠାରେ ଚାଷୀ ବର୍ଷାଜଳ ସୁବିନିଯୋଗ କରି ଆମଠାରୁ ଅଧିକ ଫସଲ ଉତ୍ପାଦନ କରିପାରୁଛନ୍ତି । ଘର ଛାତରୁ ବୃଷ୍ଟିଜଳ ସଂରକ୍ଷଣ କରି ପାକଶାଳ ବଗିଚାରେ ଜଳସେଚନ କରାଯାଇପାରିବ ଏବଂ ଜମିରେ ଉଦବୃତ୍ତ ଜଳକୁ ଛୋଟ ପୋଖରୀରେ ସଂରକ୍ଷଣ କରି ସାମୟିକ ଅନାବୃଷ୍ଟିଜନିତ ଫସଲ କ୍ଷୟକୁ ରୋକାଯାଇପାରିବ । ଅଧିକାଂଶ ସ୍ଥାନରେ ଦେଖାଯାଇଥାଏ ଯେ ଚାଷୀଭାଇ ବର୍ଷାଦିନେ ଢିପଜମିରେ ଧାନଚାଷ କରିଥାନ୍ତି, ଯେଉଁଠି କିଛିଦିନ ପାଇଁ ବର୍ଷା ଛାଡିଗଲେ ବିପୁଳ ଫସଲ ହାନି ହୋଇଥାଏ । ଏପରି ଜମିରେ ଧାନ ବଦଳରେ ମୁଗ, ବିରି, ଚିନାବାଦାମ, ଝୁଡ଼ଙ୍ଗ, ହରଡ ଆଦି ଡାଲିଜାତୀୟ ଫସଲ ଚାଷ କଲେ ମାଟିର ଉର୍ବରତା ବଢିଥାଏ । ସାଧାରଣତଃ ଦେଖାଯାଏ ଯେ ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳର ଢିପ ଜମିର ମାଟି ଅମ୍ଳ ରହେ ଏବଂ ମାଟିରେ ଜୈବିକ ଅଙ୍ଗାର, ଯବକ୍ଷାରଜାନ, ଫସଫରସ ଆଦି ଖାଦ୍ୟସାର କମ ରହିଥାଏ । ଏପରି ଜମିରେ ମାଟିର ଉର୍ବରତା ରକ୍ଷା କରିବା ନିତାନ୍ତ ଆବଶ୍ୟକ । ବିନା ଖତସାରରେ ଏପରି ଜମିରେ ଧାନ, ମକା ଆଦି ଶସ୍ୟଜାତୀୟ ଫସଲ ଚାଷ କଲେ ମାଟିର ଖାଦ୍ୟ ଉତ୍ପାଦନ ଆଶାତୀତ ହ୍ରାସ ପାଏ । ଯାହାକି ଆଦିବାସୀ ଅଧୁଷିତ ଅଞ୍ଚଳରେ ଦେଖାଯାଏ । ଯଦି ମକା ସହ ହରଡ କିମ୍ବା ଝୁଡ଼ଙ୍ଗ ଅନ୍ତଃଫସଲ ରୂପେ ନିଆଯାଏ, ତେବେ ଚାଷୀଭାଇ, ମକା, ଫସଲରୁ ପୂର୍ଣ୍ଣ ଅମଳ ପାଇବା ସହ ଅନ୍ତଃ ଫସଲ ଅମଳରୁ ବି ଲାଭବାନ ହୋଇଥାନ୍ତି । ଉଦାହରଣସ୍ଵରୂପ ଯଦି ଜଣେ ଚାଷୀ ଦୁଇ ଧାଡି ମକା ସହ ଦୁଇ ଧାଡି ହରଡ (ଏକ ଫୁଟ ଧାଡି ବ୍ୟବଧାନ) ଚାଷ କରେ, ତେବେ ଗୋଟିଏ ଜମିରୁ ଗୋଟିଏ ଋତୁରେ ମକା ଓ ହରଡର ପୂର୍ଣ୍ଣ ଅମଳ ପାଏ; ଅର୍ଥାତ ଗୋଟିଏ ହେକ୍ଟର ଜମିରୁ ଦୁଇ ହେକ୍ଟର ଜମିର ଫସଲ ଅମଳ କରେ । ସେହିପରି ଶସ୍ୟ ଜାତୀୟ ଫସଲ ସହ ଡାଲି କିମ୍ବା ତୈଳବୀଜ ଜାତୀୟ ଫସଲ (ଧାନ+ହରଡ, ମାଣ୍ଟିଆ+ଝୁଡଙ୍ଗ, ହରଡ+ଚିନାବାଦାମ ଆଦି) ଫସଲ ଚାଷ ସହ ଡାଲି କିମ୍ବା ପନିପରିବା ଚାଷ ଫସଲ (ଆମ୍ବ+ବିରି ନୂତନ ଆମ୍ବ ବଗିଚାରେ) ଆମ୍ବ + ହଳଦୀ + ଅଦା ( ପୁରାତନ ଆମ୍ବ ବଗିଚାରେ) ଆମ୍ବ+ସପୁରି) ଚାଷକରି ମୃତ୍ତିକା ଓ ଜଳର ସୁବିନିଯୋଗ କରାଯାଇପାରିବ ଏବଂ ଚାଷୀ ଲାଭବାନ ହୋଇପାରିବେ ।

English Summary: How could we grow crops in water scarce area crops in water scarce area agriculture in crops in water scarce area

CopyRight - 2021 Krishi Jagran Media Group. All Rights Reserved.