1. କୃଷି ବିଶ୍ବକୋଷ

ବ୍ୟବସାୟିକ ଭିତିରେ ଗୋଲମରିଚ ଚାଷ !!

ସାରା ପୃଥିବୀରେ ମସଲା ଚାଷ ପାଇଁ ଭାରତର ସ୍ଥାନ ସ୍ୱତନ୍ତ୍ର ଅଟେ l ଆମ ଦେଶରେ ଉତ୍ପାଦିତ ମସଲା ଦ୍ରବ୍ୟର ସୁନାମ ବିଦେଶରେ ରହିଛି l ଭାରତରେ ଚାଷ କରାଯାଉଥିବା ବିଭିନ୍ନ ପ୍ରକାରର ମସଲା ଜାତୀୟ ଫସଲ ମଧ୍ୟରେ ଗୋଲମରିଚ ଅନ୍ତର୍ଭୁକ୍ତ ଅଟେ l ଭାରତର ବିଭିନ୍ନ ରାଜ୍ୟରେ ଏବଂ ଆମର ରାଜ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଫଳତାର ସହିତ ଗୋଲମରିଚ ଚାଷ କରାଯାଉଛି l

Sugyan Kumar Nayak
Sugyan Kumar Nayak
Black Pepper

Black Pepper

ସାରା ପୃଥିବୀରେ ମସଲା ଚାଷ ପାଇଁ ଭାରତର ସ୍ଥାନ ସ୍ୱତନ୍ତ୍ର ଅଟେ l ଆମ ଦେଶରେ ଉତ୍ପାଦିତ ମସଲା ଦ୍ରବ୍ୟର ସୁନାମ ବିଦେଶରେ ରହିଛି l ଭାରତରେ ଚାଷ କରାଯାଉଥିବା ବିଭିନ୍ନ ପ୍ରକାରର ମସଲା ଜାତୀୟ ଫସଲ ମଧ୍ୟରେ ଗୋଲମରିଚ ଅନ୍ତର୍ଭୁକ୍ତ ଅଟେ l ଭାରତର ବିଭିନ୍ନ ରାଜ୍ୟରେ ଏବଂ ଆମର ରାଜ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଫଳତାର ସହିତ ଗୋଲମରିଚ ଚାଷ କରାଯାଉଛି l ଗୋଲମରିଚର ରୋଷେଇ ଘରେ ଯେତିକି ପରିମାଣରେ ଆବଶ୍ୟକତା ରହିଛି, ଠିକ ସେହିପରି ଭାବରେ ଏହାର ଅନେକ ଔଷଧୀୟ ଗୁଣ ରହିଛି l ଏହି ସମସ୍ତ କାରଣରୁ ଗୋଲମାରିଚର ଦର ଉଚ୍ଚରେ ରହିଆସୁଛି ଏବଂ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଉଛି l ଆସନ୍ତୁ ଆଜି ଗୋଲମରିଚ ଚାଷ ସମ୍ପର୍କରେ କିଛି କଥା ଆଲୋଚନା କରିବା, ଯାହା ଆମର ଓଡ଼ିଶାର ଚାଷୀ ଭାଇମାନଙ୍କର କାମରେ ଆସିପାରିବ l

ଗୋଲମରିଚ ଏକ ଲତା ଜାତୀୟ ଗଛ ହୋଇଥିବାରୁ ଏହା ଅଳ୍ପ ଛାଇରେ ଗୁଆ, ନଡ଼ିଆ, ଦେବଦାରୁ, ଶାଳ, ପାଳଧୁଆ, ସିଲଭରଓକ, ଆମ୍ବ, ପଣସ, ଚମ୍ପା ଆଦି ଗଛର ଆଶ୍ରାରେ ମାଡି ବହୁବର୍ଷ ପର୍ଯ୍ୟନ୍ତ ଫଳ ଦିଏ । ତେଣୁ ଗୋଲମରିଚ ଗଛ ଲଗାଇବାର ୨-୩ ବର୍ଷ ପୂର୍ବରୁ ୩ ମିଟର ବ୍ୟବଧାନରେ ଆଶ୍ରାଗଛ ଲଗାଯାଏ। ତେବେ ପିଜୁଳି, କଦଳୀ, ଲେମ୍ବୁ, କମଳା, ଡାଳିମ୍ବ, ବରକୋଳି ବ୍ୟତୀତ ଅନ୍ୟାନ୍ୟ ଫଳବଗିଚାରେ ଗୋଲମରିଚ ଚାରା ଲଗାଯାଇପାରିବ । ଉଷ୍ମ, ଆର୍ଦ୍ର ଜଳବାୟୁ , ୧୭୫ ରୁ ୨୦୦ ସେ.ମି. ହାରାହାରି ବାର୍ଷିକ ବୃଷ୍ଟିପାତ ଏବଂ ୧୦ ଡିଗ୍ରୀ ସେଲସିୟସରୁ ୪୦ ଡିଗ୍ରୀ ସେଲସିୟସ ଉତ୍ତାପ ରହୁଥିବା ଅଞ୍ଚଳ ଉପଯୁକ୍ତ ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଚାଷ କରାଯାଇପାରେ । ଓଡିଶାର ରାୟଗଡା, କୋରାପୁଟ, ପୁରୀ, ମୟୁରଭଞ୍ଜ, ନବରଙ୍ଗପୁର, ମାଲକାନଗିରି, ଫୁଲବାଣୀ, ଗଞ୍ଜାମ, ଗଜପତି, କଳାହାଣ୍ଡି, ଢେଙ୍କାନାଳ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାମାନଙ୍କରେ ଲାଭଜନକ ଭାବେ ଗୋଲମରିଚ ଚାଷ କରାଯାଇପାରିବ । ନିଗିଡା, ବାଲିଦୋରସା, ନାଲିଦୋରସା, ପଟୁଦୋରାସା ମାଟି ଗୋଲମରିଚ ଚାଷ ପାଇଁ ଉପଯୁକ୍ତ । ସନ୍ତସନ୍ତିଆ ମାଟିରେ ଏହା ଚାଷ କରାଯାଇପାରିବ ନାହିଁ।

ପନିୟୁର -୧, ପନିୟୁର-୨, ପନିୟୁର -୩, ପନିୟୁର -୪ ପନିୟୁର-୫, ଶ୍ରୀକର, ବାଲାନକୋଟା, କାଲୁଭାଲି, କାରିମୁମୁଣ୍ଡା, କୁଥିରାଭାଲି, ପଞ୍ଚମୀ, ନାରାୟାକୋଡ଼ି, କୋଟାନଡ଼ନ ।

ଆଶ୍ରା ଗଛର ଉତ୍ତର ଦିଗର ଗଛ ମୂଳରୁ ୩୦ ସେ.ମି. ଗାତ ଖୋଳାଯାଏ । ଗୁଆ, ନଡ଼ିଆ ବଗିଚାରେ ଗଛମୂଳକୁ ୧-୧.୫ ଛାଡି ଗାତ ଖୋଳାଯାଏ । ଏଥିରେ ବର୍ଷେ ଦୁଇବର୍ଷ ପାଇଁ ( ଗଛ ବଢ଼ିବା ପର୍ଯ୍ୟନ୍ତ ) ଅସ୍ଥାୟୀ ଆଶ୍ରା ( ଡାଳ ଆଦି ) ପୋତାଯାଏ । ଜୁନ ମାସ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ଏହା ଲଗାଯାଇପାରିବ । ଗାତର ଆକାର ୫୦ ସେ.ମି. ×  ୫୦ସେ.ମି. ×  ୫୦ ସେ.ମି. ହେବ ଆବଶ୍ୟକ l ଜାନୁୟାରୀ-ଫେବୃୟାରୀ ମାସରେ ୨-୩ ଟି ଗଣ୍ଡି ଥିବା ଡାଳ କାଟି ଚାରା ପ୍ରସ୍ତୁତ କରାଯାଏ । ୨-୩ ମାସ ପରେ ଚାରା ଲଗାଇବାପାଇଁ ଉପଯୁକ୍ତ ହୋଇଥାଏ ।

ଖତ ଓ ରାସାୟନିକ ସାର ବର୍ଷକୁ ଦୁଇଥର ମେ-ଜୁନ ମାସରେ ଓ ସେପ୍ଟେମ୍ବର-ଅକ୍ଟୋବର ମାସରେ ଗଛ ମୂଳଠାରୁ ଅଧମିଟର ଛାଡି ଗୋଲ ନାଳୀ କରି ପ୍ରୟୋଗ କରିବା ଦରକାର । ଗଛ ଲଗେଇବା ବେଳେ ୧୦ କି. ଗ୍ରା. , ଗଛ ୧ମ ବର୍ଷ ହେଲା ବେଳକୁ ୧୦ କି. ଗ୍ରା. , ୨ୟ ବର୍ଷ ବେଳକୁ ୧୦ କି. ଗ୍ରା. , ୩ୟ ବର୍ଷ ଓ ଉର୍ଦ୍ଧ୍ବର ଗଛକୁ ୧୫ କି.ଗ୍ରା ଖତ ଦେବା ଆବଶ୍ୟକ । ଗଛ ଲଗେଇଲାବେଳେ ୩୫ ଗ୍ରାମ୍ , ଗଛ ୧ମ ବର୍ଷ ହେଲା ବେଳକୁ ୩୫ ଗ୍ରାମ୍ , ୨ୟ ବର୍ଷ ବେଳକୁ ୫୦ ଗ୍ରାମ୍, ୩ୟ ବର୍ଷ ଓ ଉର୍ଦ୍ଧ୍ବର ଗଛରେ ୧୦୦ ଗ୍ରାମ୍ ଯବକ୍ଷାରାଜାନ୍ ଦେବା ଆବଶ୍ୟକ । ଗଛ ଲଗେଇଲାବେଳେ ୨୦ ଗ୍ରାମ୍ , ଗଛ ୧ମ ବର୍ଷ ହେଲା ବେଳକୁ ୨୦ ଗ୍ରାମ୍ , ଗଛ ୨ୟ ବର୍ଷ ହେଲା ବେଳକୁ ୨୦ ଗ୍ରାମ୍, ୩ୟ ବର୍ଷ ଓ ଉର୍ଦ୍ଧ୍ବ ଗଛରେ ୪୦ ଗ୍ରାମ୍ ଫସଫରସ୍ ଦେବା ଆବଶ୍ୟକ । ଗଛ ଲଗାଇଲାବେଳେ ୫୦ ଗ୍ରାମ୍ , ଗଛ ୧ମ ବର୍ଷ ହେଲା ବେଳକୁ ୫୦ ଗ୍ରାମ୍, ଗଛ ୨ୟ ବର୍ଷ ହେଲାବେଳକୁ ୭୫ ଗ୍ରାମ୍, ଗଛ ୩ୟ ବର୍ଷ ଓ ଉର୍ଦ୍ଧ୍ବ ଗଛରେ ୧୫୦ ଗ୍ରାମ୍ ପଟାସ୍ ଦେବା ଆବଶ୍ୟକ । ଶୀତ ଓ ଗ୍ରୀଷ୍ମ ଋତୁରେ ବର୍ଷା ଆରମ୍ଭ ପର୍ଯ୍ୟନ୍ତ ଗଛ ମୂଳରେ ମନ୍ଦାକରି ପାଣି ମଡ଼ାଇବା ଦରକାର । ବୁନ୍ଦା ଜଳସେଚନ ଏ କ୍ଷେତ୍ରରେ ବେଶ ଉପାଦେୟ । ଜୁନ-ଜୁଲାଇ ମାସରେ ଫୁଲ ଧରି ଫଳ ଆରମ୍ଭ ହୁଏ ଏବଂ ମାର୍ଚ୍ଚ-ଏପ୍ରିଲ ମାସରେ ଫଳ ପାକଳ ହୁଏ । ପେନ୍ଥାରେ ଗୋଟିଏ ଦୁଇଟି ଫଳ ହଳଦିଆ ବା ଲାଲ ହେବା ଆରମ୍ଭ ହେଲେ ଫଳପେନ୍ଥା ତୋଳାଯାଏ । ପେନ୍ଥାରୁ ଫଳଗୁଡିକୁ ଅଲଗା କରି ଝୁଡ଼ିରେ ବା ଅଖାରେ ପୁରାଇ ଗରମ ପାଣିରେ ଏକ ମିନିଟ ବୁଡାଇ ବାହାର କରି ୬-୭ ଦିନ ଖରାରେ ଶୁଖାଯାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments