ଓଡ଼ିଶାରେ ବିଭିନ୍ନ ପାଣିପାଗ ଯୋଗୁଁ ଚାଷୀ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ କରୁଛନ୍ତି l ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶସ୍ୟ ମଧ୍ୟ ଚାଷ କରୁଛନ୍ତି l ଅନେକ ପ୍ରକାର ଲତା ଜାତୀୟ ପନିପରିବା ଫଳ ଚାଷ କରୁଛନ୍ତି ଚାଷୀ l ଏହି ଲତା ଜାତୀୟ ଚାଷ ମଧ୍ୟରେ ରହିଛି ଲାଉ ଚାଷ l ଆଜିକାଲି ଏହାର ବ୍ୟବହାର ବଢିଛି ତେଣୁ ବଜାରରେ ଏହାର ଚାହିଦା ମଧ୍ୟ ବଢ଼ିଛି l ଉଚ୍ଚ ରକ୍ତଚାପ ଓ ହୃଦରୋଗୀଙ୍କ ପାଇଁ ଏହା ଖୁବ ଲାଭକାରୀ l ଶୁଷ୍କ ଜଳବାୟୁରେ ଏହା ଭଲ ଚାଷ ହୋଇଥାଏ l ଲାଉ ଚାଷ ପାଇଁ ଦିନର ତାପମାତ୍ରା ୩୦ ରୁ ୩୫ ଏବଂ ରାତିର ତାପମାତ୍ରା ୧୮ ରୁ ୨୨ ଡିଗ୍ରୀ ରହିବା ଆବଶ୍ୟକ l ଏହିଭଳି ତାପମାତ୍ରା ରହିଲେ ଗଛରେ ଅଧିକ ମାଈ ଫୁଲ ଆସିଥାଏ l ଆବଶ୍ୟକ ଠାରୁ ଅଧିକ ଉତ୍ତାପ ହେଲେ ଗଛରୁ ଫଳ ଗୁଡ଼ିକ ଝଡ଼ି ଯାଇଥାଏ l
ବିହନ:- ବିହନ ସଂଗ୍ରହ ଏବଂ ବିହନ ବୁଣିବା ପାଇଁ ମାତ୍ରା ୩ ମାସ ସମସ୍ୟା ଆବଶ୍ୟକ l ଏକର ପ୍ରତି ୧.୫ - ୨ କି.ଗ୍ରା ବିହନ ଆବଶ୍ୟକ l ଏ କି.ଗ୍ରା ବିହନକୁ ୨ ଗ୍ରାମ କାର୍ବେଣ୍ଡାଜିମ୍ ରେ ବିଶୋଧନ କରାଯିବା ଉଚିତ l ବିହନ ଲଗାଇବା ପୂର୍ବରୁ ୨୪ ରୁ ୨୮ ଘଣ୍ଟା ବତୁରାଈଲେ ଏଥିରେ ଅଙ୍କୁରଦଗମ ଅଧିକ ହୋଇଥାଏ l ବିହନ ବତୁରାଈବା ସମୟରେ ଯେଉଁ ବିହନ ଗୁଡ଼ିକ ପାଣିରେ ବୁଡ଼ି ଯାଇଥାଏ ସେହି ବିହନ ଗୁଡ଼ିକ ଉନ୍ନତ ହୋଇଥାଏ l ଚେଷ୍ଟା କରନ୍ତୁ ଅଧିକ ରୁ ଅଧିକ ସେହି ବିହନ ରୋପଣ କରିବାକୁ l ଧଳା ବିହନ ଅପେକ୍ଷା ମାଟିଆ ରଙ୍ଗର ବିହନ ଅଧିକ ଲାଭପ୍ରଦ l
ମୃତ୍ତିକା :- ଉର୍ବର , ନିଗିଡ଼ା , ଦୋରସା ମାଟିରେ ଲାଉ ଚାଷ ଭଲ ହୋଇଥାଏ l ମାଟିର ଅମ୍ଳତା ୫.୦ ରୁ ୭.୫ ପିଏଚ ରହିଲେ ଚାଷ ଭଲ ହୋଇଥାଏ l ଲାଉ ଉତ୍ପାଦନ ମଧ୍ୟ ଅଧିକ ହୋଇଥାଏ l ଏହିଭଳି ମାଟି ରହିଲେ ଚାଷ ଭଲ ହୋଇଥାଏ l
ବିହନ ବୁଣିବା ପୂର୍ବରୁ ୨ ରୁ ୩ ଥର ଓଡ଼ ଚାଷ କରି ବିହନ ଗୁଡ଼ିକ ଧାଡିକୁ ୨ ରୁ ୨.୫ ମି. ଏବଂ ମନ୍ଦା ୧ ରୁ ୧.୫ ମି. ବ୍ୟବଧାନରେ ୪୫ ସେ.ମି ଲମ୍ବ , ପ୍ରସ୍ଥ ଗାତ ଖୋଳାଯାଏ l ବର୍ଷା ଋତୁରେ ଜମିରେ ମାଟିର ମନ୍ଦା କରାଯାଏ l କରାଯାଇଥିବା ଗାତରେ ଏକର ପ୍ରତି ୮ ରୁ ୧୦ ଟନ କମ୍ପୋଷ୍ଟ , ମୂଳସାର ଏବଂ ଉପର ମାଟି ପୁରାଣ କରି ମନ୍ଦା ପ୍ରତି ୨ଟି ଗଜା ହୋଇଥିବା ବିହନ ଲଗାଯାଏ l ଧ୍ୟାନ ରଖିବା ଉଚିତ ଯେ ମନ୍ଦାକୁ ଛାଦିକରଣ କରିବା ଦ୍ୱାରା ଶୀଘ୍ର ଚାରା ହୋଇଥାଏ l
କିସମ - ୧) ଆକାର ଗୋଲ ହୋଇଥାଏ l ପି.ଏସ.ପି.ଆ ଏବଂ ପଞ୍ଜାବ ରାଉଣ୍ଡ ହେଉଛି ଉନ୍ନତ କିସମ l ପୁସା ମଞ୍ଜରୀ ହେଉଛି ଶଙ୍କର କିସମ l
୨) ଏହି ଲାଉ ଲମ୍ଵା ଆକୃତିର l ଗୌରୀ , ନର୍ଗିସ , ପୁସା ମେଘଦୂତ ହେଉଛି ଶଙ୍କର କିସମ ବିହନ l ପୁସା ନବୀନ , ପି.ଏସ.ପି.ଏଲ , ଆର୍କ ବାହାର , ପଞ୍ଜାବ ଲଙ୍ଗ ହେଉଛି ଉନ୍ନତ କିସମ ବିହନ l
ଖତସାର:- ବିହନ ଲଗାଇବା ସମୟରେ ଏକର ପ୍ରତି ୧୦ କିଗ୍ରା. ଯବକ୍ଷାରଜାନ , ୧୨ କିଗ୍ରା ଫସଫରସ , ୨୦ କିଗ୍ରା ପଟାସିୟମ ସାର ମନ୍ଦାରେ ପ୍ରୟୋଗ କରାଯାଏ l ଅଧିକ ଯବକ୍ଷାରଜାନ ବ୍ୟବହାର କଲେ ଅଣ୍ଡିରା ଫୁଲ ଅଧିକ ହୋଇଥାଏ l ଅଳ୍ପ ବ୍ୟବହାର କଲେ ଗଛ ଦୁର୍ବଳ ହୋଇଯାଏ l ପଟାସର ଅଭାବ ହେଲେ ଫୁଲ ଝଡ଼ିବାର ସମ୍ଭାବନା ଅଧିକ l ତେଣୁ ଲାଉ ଚାଷରେ ସୁଷମ ସାର ବ୍ୟବହାର କରିବା ଆବଶ୍ୟକ l ବିହନ କିମ୍ବା ମଞ୍ଜି ଲଗାଇବାର ୨୫ ରୁ ୩୦ ଦିନରେ ୧୦ କିଗ୍ରା ଯବକ୍ଷାରଜାନ ପ୍ରୟୋଗ କରାଯାଏ l ମୂଳସାର ସହିତ ଏକରକୁ ୮ ରୁ ୧୦ କିଗ୍ରା ମ୍ୟାଗନେସିୟମ ସଲଫେଟ ମାଟିରେ ପ୍ରୟୋଗ କରିବା ଉଚିତ l ଫୁଲ ବାହାରିବା ପୂର୍ବରୁ ସମସ୍ତ ଯବକ୍ଷାରଜାନ ମାଟିରେ ବ୍ୟବହାର କରିବା ଉଚିତ l
ଅମଳ :- କଅଁଳ ଥିବା ଅବସ୍ଥାରେ ଲାଉ ତୋଳିବା ଉଚିତ l ସାଧାରଣତଃ ଲାଉ ଉପରୁ ଆଂଶୁ ଆଂଶୁଆ ଝଡ଼ିବାର ତିନି ଦିନ ମଧ୍ୟରେ ଏହାକୁ ତୋଳିବା ଉଚିତ l ମଞ୍ଜି କିମ୍ବା ବିହନ ଲଗାଇବାର ୫୫ ରୁ ୭୫ ଦିନରେ ପ୍ରଥମ ଫଳ ବାହାରିଥାଏ l ଧ୍ୟାନ ରଖନ୍ତୁ ଲାଉ ଗୁଡ଼ିକ ହାତରେ ନ ତୋଳି ଛୁରୀ ବା ଦାଆ ଦ୍ୱାରା କାଟନ୍ତୁ l ଫଳ ତୋଳି ସାରି ବଜାରକୁ ବିକ୍ରି ପାଇଁ ପଠାଉଥିଲେ ଧ୍ୟାନ ରଖନ୍ତୁ ଫଳରେ କୌଣସି ଦାଗ ନ ହେବା ଉଚିତ l ଉନ୍ନତ କିସମ ଗୁଡ଼ିକ ଏକର ପ୍ରତି ୧୦୦ କ୍ୱିଣ୍ଟାଲ ଏବଂ ଶଙ୍କର କିସମରୁ ୧୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଲାଉ ଉତ୍ପାଦନ ହୋଇଥାଏ l ଲାଉର ବଜାର ଥିବାରୁ ସଠିକ ମୂଲ୍ୟ ମିଳିଥାଏ ଚାଷୀଙ୍କୁ l
Read more:
Share your comments