1. କୃଷି ବିଶ୍ବକୋଷ

ମିଲେଟ୍ ମିସନ୍‌ ବଜେଟ୍‌: ୭ ବର୍ଷରେ ୫୦ ଗୁଣା

Tanushree Mahapatra
Tanushree Mahapatra
Budget for millet mission 50 fold increase

Budget for millet mission 50 fold increase

ଆପଣ ସମସ୍ତେ ଜାଣିଛନ୍ତି ଚଳିତ ବର୍ଷ କୁ ମିଲେଟ ବର୍ଷ ଭାବେ ପାଳନ କରଯାଉଛି l ରାଜ୍ୟ ସରକାର ମିଲେଟ ମିଶନ ଉପରେ କାର୍ଯ୍ୟ କରୁଛନ୍ତି l ମିଲେଟ ମିଶନରେ ଓଡିଶାକୁ ବଡ ସଫଳତା ମଧ୍ୟ ମିଳିଛି  । ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଓଡିଶା । ଓଡ଼ିଶା ମିଲେଟ ମିଶନ(Odisha Millet Mission) କ୍ଷେତ୍ରରେ ମିଲେଟ(Millet)ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ରାଜ୍ୟକୁ ଜାତୀୟ ପୁରସ୍କାର ମିଳିଛି । ଓଡିଶା ମିଲେଟ ମିଶନ ହେଉଛି କୃଷି ବିଭାଗର ଏକ ନିଆରା ପଦକ୍ଷେପ ।

ମିଲେଟକୁ ଦୈନଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଓ ସେଥିରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ କାମ କରୁଛି ଓଡିଶା ମିଲେଟ ମିଶନ । ନିକଟରେ ମିଲେଟ ମିଶନ (Millets Mission)ର ସଫଳ କାର୍ଯ୍ୟକାରୀତାକୁ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛି Niti Aayog । କୁପୋଷଣ ସମସ୍ୟାର ସମାଧାନ ଦିଗରେ ମଧ୍ୟ ମିଲେଟ ମିଶନ ସହାୟକ ହୋଇଛି ।

ଆପଣ ମାନେ ଜାଣିଥିବେ ଆଦିବାସୀ ଅଞ୍ଚଳରେ ମାଣ୍ଡିଆର ବିଶେଷ ଗୁରୁତ୍ୱ ରହିଛି । ଯେପରିକି ବିଶେଷକରି କୋରାପୁଟ, କନ୍ଧମାଳ, ମାଲକାନଗିରି ଅଂଚଳରେ ଏହି ଚାଷ ଅଧିକ ମାତ୍ରାରେ ହୋଇଥାଏ । ଏହାକୁ ଆଦିମ ଜନଜାତି ମାନେ ଅଧିକ ବ୍ୟବହାର କରୁଥିବା ବେଳେ ଏବେ ଏଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ଏସଏଚଜି ମହିଳା । ଦିନକୁ ଦିନ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ୁଛି ରାଜ୍ୟ ଭିତରେ ଏବଂ ଦେଶ ବାହାରେ ମଧ୍ୟ ।

ସବୁଠାରୁ ବଡ କଥା ହେଉଛି ରାଜ୍ୟରେ ମିଲେଟ୍‌ ମିସନ୍‌‌ର ବଜେଟ୍‌ ୭ବର୍ଷରେ ୫୦ ଗୁଣା ବୃଦ୍ଧି ପାଇଛି । ମିଲେଟ୍‌ ମିସନ୍‌ ଗଠନ ବର୍ଷ, ୨୦୧୭ରେ ଏଥିପାଇଁ ବଜେଟ୍ ୧୧.୪୧ କୋଟି ରହିଥିବା ବେଳେ ୨୦୨୩ରେ ତାହା ୫୭୯.୧୭ କୋଟିକୁ ଛୁଇଁଛି । ୨୦୧୮ ମସିହାରେ ଏହି ବଜେଟ୍ ୬୩.୧୯ କୋଟି ରହିଥିବାବେଳେ ୨୦୧୯ରେ ୯୮.୦୧ କୋଟି, ୨୦୨୦ରେ ୧୨୧.୮୫ କୋଟି, ୨୦୨୧ରେ ୨୧୧.୪୦ କୋଟି ଓ ୨୦୨୨ରେ ୩୬୧.୬୧ କୋଟି ରହିଥିଲା ବୋଲି ଓଡ଼ିଶା ମିଲେଟ୍ ମିସନ୍‌ ତଥା କୃଷି ବିଭାଗର ଯୁଗ୍ମନିର୍ଦ୍ଦେଶକ ଶୈଳେନ୍ଦ୍ର ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି । ଏହାବାଦ୍‌ ଅନ୍ତର୍ଜାତୀୟ ମିଲେଟ୍ ଦିବସ ଅବସରରେ ମିଲେଟ୍‌ର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ଏବଂ ୨୩ ମସିହାରେ ଅତିରିକ୍ତ ୨୩କୋଟି ଟଙ୍କା ଅନୁମୋଦିତ କରାଯାଇଛି ବଜେଟରେ  ।

ଆପଣ ମାନେ ଜାଣିଛନ୍ତି ,ମାଣ୍ଡିଆ, ସୁଆଁ, କାଙ୍ଗୁ, ଜହ୍ନା, ବାଜରା, କୋଦୋ, ଚିନ୍ନ ଏବଂ ଖିରା ଆଦି ପୁଷ୍ଟି ଶସ୍ୟକୁ ମିଲେଟ୍ କୁହାଯାଏ । ବିଶେଷଜ୍ଞଙ୍କ ସୂଚନାନୁସାରେ, ଭାରତରେ ସୁବଜ ବିପ୍ଳବ ପରେ ପରେ ଦକ୍ଷିଣ ଓଡ଼ିଶା ଏବଂ ପାହାଡ଼ିଆ ଅଞ୍ଚଳ ବ୍ୟତୀତ ଅନ୍ୟ ଜିଲ୍ଲାରେ ମିଲେଟ୍‌ର ଉତ୍ପାଦନ ପ୍ରାୟତଃ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା  । ଯେଉଁ କେତେକ ଅଞ୍ଚଳରେ ଜବାର, ବାଜରା ଓ ମାଣ୍ଡିଆ ହେଉଥିଲା, ୨୦୧୦ ମସିହା ବେଳକୁ ମଧ୍ୟ ତାହା ପୂରାପୂରି ହ୍ରାସ ପାଇଗଲା । ତେବେ ୨୦୧୭ରେ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ୍‌ ମିସନ୍‌ ଗଠନ ହେବା ପରେ ମିଲେଟ୍‌ ଉତ୍ପାଦନରେ ଢେର୍‌ ଉନ୍ନତି ଆସିଥିଲେ ହେଁ ୮୦ ଦଶକର ପରିମାଣର ଉପଲବ୍ଧିକୁ ରାଜ୍ୟ ଏପର୍ଯ୍ୟନ୍ତ ହାସଲ କରିପାରିନାହିଁ । ତେବେ ଖୁବ୍‌ଶୀଘ୍ର ଓଡ଼ିଶା ଏହି ମାଇଲ୍‌ ଖୁଣ୍ଟକୁ ଅତିକ୍ରମ କରିବ ବୋଲି କୃଷି ବିଭାଗର ସମସ୍ତ ସଦସ୍ୟ ଆଶାବାଦୀ ରହିଛି ।

ଅପରପକ୍ଷେ, ଚଳିତବର୍ଷ ପ୍ରଥମଥର ପାଇଁ ଦୁବାଇକୁ ମାଣ୍ଡିଆ ରପ୍ତାନି କରିବାରେ ଓଡ଼ିଶା ଏକ ବଡ ସଫଳତା ହାସଲ କରିଛି । ମିଲେଟ୍ ମିସନ୍‌ ଅନ୍ତର୍ଗତରେ ଚାଷ କାର୍ଯ୍ୟକ୍ରମ କାର୍ଯ୍ୟକାରୀ, ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ ଏବଂ ପିଡିଏସ୍‌ରେ ବିତରଣରେ ଖର୍ଚ୍ଚ ହୋଇଛି । ଅର୍ଥାତ୍‌ ରାଜ୍ୟରେ ସମୁଦାୟ ମିଲେଟ୍ ଚାଷର ୮୫ପ୍ରତିଶତ ମାଣ୍ଡିଆ, ୧୦ପ୍ରତିଶତ ସୁଆଁ ଏବଂ ବାକି ଅନ୍ୟପ୍ରକାର କ୍ଷୁଦ୍ରଶସ୍ୟ ଚାଷ କରାଯାଉଛି । ୨୦୨୧ ମସିହାରେ ୧୫ଟି ଜିଲ୍ଲାର ୮୪ ବ୍ଲକ୍‌ରେ ୧ଲକ୍ଷ ୮୩ ହଜାର ହେକ୍ଟର୍‌ ମାଣ୍ଡିଆ ବା ମିଲେଟ ଚାଷ ହୋଇଥିଲା । ପ୍ରତିବର୍ଷ ଡିଟିସିସିଓଏଲ୍‌ ପକ୍ଷରୁ ମଣ୍ଡିରେ ଏମ୍‌ଏସ୍‌ପିରେ ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ କରାଯାଉଛି ଏବଂ ତାଙ୍କୁ ଉଚିତ ମୂଲ୍ୟ ମଧ୍ୟ ପ୍ରଦାନ କରାଯାଉଛି । ସୁଆଁର ଆର୍ଥିକ ମୂଲ୍ୟାୟନ ନେଇ ପ୍ରାଥମିକ ପର୍ଯ୍ୟାୟ ରିପୋର୍ଟ ଓୟୁଏଟି ପକ୍ଷରୁ ଦାଖଲ କରାଯାଇଛି । ଯାହାକି ଏବେ ରାଜ୍ୟ ସରକାରଙ୍କ ଅନୁମୋଦନର ଅପେକ୍ଷାରେ ରହିଛି । ଆସନ୍ତା ବର୍ଷରୁ ୩୫୦୦ ହେକ୍ଟର ଜମିରେ ବାଜରା ଏବଂ ୫ ହଜାର ହେକ୍ଟର ଜମିରେ ସରଗମ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

କୃଷି ବିଭାଗର ସୂଚନା ଅନୁସାରେ, ପୂର୍ବରୁ ରାଜ୍ୟରେ ୧୯ ଜିଲ୍ଲାରେ ମିଲେଟ୍ ମିସନ୍‌ କାର୍ଯ୍ୟକାରୀ ହେଉଥିଲା । ଚଳିତ ବର୍ଷ ଏହା ୩୦ ଜିଲ୍ଲାକୁ ବୃଦ୍ଧି ପାଇଥିବା ନେଇ ସୂଚନା ରହିଛି । ଏବେ ରାଜ୍ୟରେ ମିଲେଟ୍ ମିସନ୍‌ର ୫୭୯କୋଟି ଟଙ୍କାର ବଜେଟ୍‌ ମୁଖ୍ୟତଃ ନୂତନ ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀରେ ଖର୍ଚ୍ଚ ହେବ । ଆସନ୍ତା ବର୍ଷରୁ ସରଗମ, ବାଜରା ଚାଷ ଏଥିରେ ଯୋଡ଼ି ହେବ ବୋଲି ରାଜ୍ୟ ସରକାର କହିଛନ୍ତି  । ହେକ୍ଟର୍‌ ପିଛା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ସ୍ବରୂପ ୨୬ ହଜାର ୫୦୦ ଟଙ୍କା ମଧ୍ୟ ଦିଆଯାଉଛି ମିଲେଟ ଚାଷ କରିବା ପାଇଁ । ତେଣୁ ମିଲେଟ୍ ମିସନ୍‌ରେ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ସଂଖ୍ୟା ବଢ଼ିଲେ ସେହି ଅନୁଯାୟୀ ଖର୍ଚ୍ଚ ବଢ଼ିବ ବୋଲି କୁହାଯାଇଛି କୃଷି ବିଭାଗ ଏବଂ ରାଜ୍ୟ ସରକାରକଙ୍କ ତରଫରୁ ।

ବର୍ତ୍ତମାନ ମିଲେଟ୍ ମିସନ କାର୍ଯ୍ୟକାରୀ ୧୯ଜିଲ୍ଲାରେ ପିଡିଏସ୍‌ରେ ମାଣ୍ଡିଆ ବିତରଣ ହେଉଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ ମିଲେଟ୍‌ ଉତ୍ପାଦିତ ହେଲେ ୩୦ଟି ଜିଲ୍ଲାରେ ପିଡିଏସ୍‌ରେ ସ୍ଥାନୀୟ ଅଧିବାସୀ ମାଣ୍ଡିଆ ପାଇପାରିବେ । ମିଲେଟ୍ ମିସନ୍‌ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟରେ ୱାସନ୍‌ ଏବଂ ଜିଲ୍ଲା, ବ୍ଲକ୍‌ସ୍ତରରେ ଅନେକ ସାମାଜିକ ସଙ୍ଗଠନ କୃଷି ବିଭାଗ ସହ ଯୋଡ଼ି ହୋଇଛନ୍ତି ।

ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ମିଲେଟ

ନୂଆଦିଲ୍ଲୀରେ ଗ୍ଲୋବାଲ ମିଲେଟସ୍ ସମ୍ମିଳନୀ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News