
business opportunities start Carrot and Beetroot farming with low investment earn lakh rupees check how
ଯଦି ଆପଣ କିଛି କରିବାକୁ ଚାହାଁନ୍ତି, ତେବେ ଆମେ ଆପଣମାନଙ୍କୁ ଏପରି ଏକ ବ୍ୟବସାୟିକ ଧାରଣା ଦେଉଛୁ, ଯାହାକି ଏକ ଭଲ ରୋଜଗାର ବୋଲି ପ୍ରମାଣିତ ହୋଇଛି । ଏହା ଏକ ଉତ୍ପାଦ ଯେଉଁଥିରେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ବହୁତ ଚାହିଦା ରହିଛି । ଏଠାରେ ଆମେ ଗାଜର (Carrot)ଓ ବିରୁଟ୍ର ଚାଷ (Beetroot farming) ବିଷୟରେ କହୁଛୁ । ଯଦି ଆପଣ ଚାଷ ପାଇଁ ଆଗ୍ରହୀ, ତେବେ ଆପଣ ଭଲ ରୋଜଗାର କରିପାରିବେ ।
ଗାଜର (Carrot)ଓ ବିରୁଟ୍ର ଚାହିଦା ଦିନକୁ ଦିନ ବଢୁଅଛି । ବଡ଼ବଡ଼ ହୋଟେଲ ମାନଙ୍କରେ ସାଲାଡ଼ କରିବା ପାଇଁ ଏହି ଦୁଇ ପ୍ରକାରର ପରିବା ଆବଶ୍ୟକ ହୋଇଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗାଜର ଆବଶ୍ୟକ ହୋଇଥାଏ । ଗାଜର ଖାଇବା ଦ୍ଵାରା କିଡ଼ନୀ ଭଲ ଭାବରେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ପରିଷ୍କାର ହୁଏ ।
ଲଗାଇବା ସମୟ,ଜାଣନ୍ତୁ...
ଗାଜର (Carrot) ଓ ବିଟରୁଟ୍ (Beetroot farming) ଶୀତଦିନିଆ ଫସଲ । ଖରା ଅଧିକ ହେଲେ ଗାଜର (Carrot) ବା ବିଟରୁଟ୍ (Beetroot) ବଢ଼ିପାରେ ନାହିଁ । ଆମ ରାଜ୍ୟରେ ଅକ୍ଟୋବର ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଗାଜର ଓ ବିଟରୁଟ୍ ଲଗାଯାଇପାରିବ । ତେବେ ପାହାଡ଼ିଆ ଅଞ୍ଚଳରେ ଅଗଷ୍ଟ ମାସ ଠାରୁ ମଧ୍ୟ ଏହା ଚାଷ କରାଯାଇପାରିବ ।
ମାଟି,ଜାଣନ୍ତୁ...
ଗାଜର (Carrot) ଓ ବିଟରୁଟ୍ (Beetroot) ଏହି ଦୁଇଟି ଫସଲ ପାଇଁ ନିଗିଡା ଦୋରସା ମାଟି ଆବଶ୍ୟକ । ଜମିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରି ବିଲଟିକୁ ସମାନ କରିବା ଦରକାର । ବିଲରୁ ଯେପରି ଅଧିକ ପାଣି ଗଡ଼ିଯାଇ ପାରିବ, ସେଥିପାଇଁ ମଧ୍ୟ ନାଳ ରଖିବା ନିହାତି ଆବଶ୍ୟକ ।
ଲଗାଇବା ପ୍ରଣାଳୀ,ଜାଣନ୍ତୁ...
ଜମି ଚାଷ କରି ସାରିବା ପରେ ହିଁ ବିଲରେ ପ୍ରତି ଏକଫୁଟ ଛଡ଼ାରେ ସିଆର କରନ୍ତୁ । ଏହି ସିଆରରେ ଏକର ପିଛା ୧୦ ଗାଡ଼ି ହିସାବରେ ଭଲ ଖତ ଦିଅନ୍ତୁ । ଏଥିସହିତ ଏକର ପ୍ରତି 10 କି.ଗ୍ରା. ଯବକ୍ଷାରଜାନ, ୨୦ କି.ଗ୍ରା. ଫସ୍ଫରସ୍ ଓ ୩୦ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରି ଅଳ୍ପ ମାଟି ବା ଖତ ଘୋଡ଼ାଇ ଦିଅନ୍ତୁ । ତାପରେ ସେହି ସିଆରରେ ମଞ୍ଜି ବୁଣି ମଞ୍ଜିକୁ ମାଟି ଦ୍ୱାରା ଘୋଡ଼ାଇ ପକାନ୍ତୁ । ବିଲରେ ପାଗ ଥିବାବେଳେ ହିଁ ମଞ୍ଜି ଲଗାନ୍ତୁ । ଗଛ ଉଠିବାର ୧୫ ଦିନପରେ ପ୍ରତି ୪ ଇଞ୍ଚ ଛଡ଼ାରେ ଗୋଟିଏ ଲେଖାଏଁ ଗଛ ରଖି ବଳକା ଗଛ ଉପାଡ଼ି ଦିଅନ୍ତୁ ଏବଂ ବିଲରୁ ଅନାବନା ଘାସ ବାଛି ପକାନ୍ତୁ । ଗଛଗୁଡ଼ିକ ୩୦ ଦିନର ହୋଇଗଲେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ ସାର ଦେଇ ହୁଡ଼ା ଦିଅନ୍ତୁ ।
ବିଟରୁଟ୍ ଚାଷ ବିଷୟରେ,ଜାଣନ୍ତୁ...
ସାଧାରଣତଃ ଅନେକ ପ୍ରକାରର ବିଟରୁଟ୍ (Beetroot) ଚାଷ କରାଯାଇଥାଏ । ତେବେ ସେମାନଙ୍କ ମଧ୍ୟରେ କ୍ରିସନ୍ ଗ୍ଲୋବ, ଡେଟ୍ରଏଟ ଡାର୍କରେଡ଼ କିସମ ଅନ୍ୟତମ ।
ବିଟରୁଟ୍ (Beetroot) ମଧ୍ୟ ସିଆରରେ ବୁଣାଯାଏ । ବିଲକୁ ଭଲ ଭାବେ ଚାଷ କରି ପ୍ରତି ଦେଢ଼ଫୁଟ ବ୍ୟବଧାନ ରେ ସିଆର କରି ସିଆରରେ ମଞ୍ଜି ପୋତି ବା ଦରକାର । ମଞ୍ଜି ପୋତିବା ପୂର୍ବରୁ ଏକର ପିଛା ୧୦ କି.ଗ୍ରା. ଯବକ୍ଷାରଜାନ,୨୦ କି.ଗ୍ରା. ଫସ୍ଫରସ୍ ଓ ୪୦ କି.ଗ୍ରା. ପଟାସ୍ ସାର ସିଆରରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ଏକର ପିଛା ପ୍ରାୟ ୨ ରୁ ୩ କି.ଗ୍ରା. ବିହନ ଦରକାର ହୋଇଥାଏ । ଗଛ ଉଠି ସାରିବା ପରେ ପ୍ରତି ୪ ଇଞ୍ଚ ଛଡ଼ାରେ ଗୋଟିଏ ଲେଖାଏଁ ଗଛ ରଖି ଅନ୍ୟ ଗଛକୁ ଉପାଡ଼ି ଦେବା ଦରକାର ।
Share your comments