1. କୃଷି ବିଶ୍ବକୋଷ

ବଟନ ଛତୁ ଚାଷ

ବଟନ ଛତୁ ଚାଷ

KJ Staff
KJ Staff

ସବୁଠାରୁ ଅଧିକ ଚାହିଦା ଯଦି କୌଣସି ଛତୁ ର ଅଛି ତେବେ ତାହା ବଟନ ଛତୁ |ଏହା ମୁଖ୍ୟତ ଶୀତ ଦିନରେ
ଚାଷ କରାଯାଏ ଏବଂ ତାପମାତ୍ରା କମ ରହୁଥିଲେ ବର୍ଷ ସାରା ମଧ୍ୟ ଚାଷ କରିପାରିବେ |ବର୍ତମାନ ଭାରତ ରେ ୭୦-୮୦,୦୦୦ ଟନ ବଟନ ଛତୁ ବର୍ଷ କୁ ଉତ୍ପାଦନ ହେଉଛି |

ଚାଷ ପ୍ରଣାଳୀ :
-ପ୍ରଥମେ ଘରେ ଛତୁ ଉତ୍ପାଦନ ଲାଗି ଟ୍ରେ ର ବ୍ୟବସ୍ଥା କରନ୍ତୁ |ଟ୍ରେ ଟି ୩୬ *୪୧ ସେ ମି ଏବଂ ୬ ଇଞ୍ଚ ଗଭୀର ଆକାର ର ହେବ ଆବଶ୍ୟକ |ଏହି ଟ୍ରେ ପ୍ଲାଷ୍ଟିକ,କାଠ ବା ଧାତୁ ରେ ନିର୍ମାଣ ହୋଇଥାଇପାରେ |ପ୍ରଥମ ଥର ଲାଗି ଛତୁ ଉତ୍ପାଦନ କରୁଥିଲେ ଗୋଟେ ଟ୍ରେ ରେ କରନ୍ତୁ |


-ବଟନ ଛତୁ କୁ ଅଧିକ ଯବକ୍ଷାରଜାନ ଆବଶ୍ୟକ ହୋଇଥାଏ ତେଣୁ ପ୍ରଥମେ ସଢା ଗୋବର ଖତ ପ୍ରସ୍ତୁତ କରନ୍ତୁ ଏବଂ ଟ୍ରେ ର ଉପର ୧ ଇଞ୍ଚ ଛାଡି ଖତ କୁ ଟ୍ରେ ରେ ଭର୍ତି କରନ୍ତୁ |

-ବଟନ ଛତୁ ମଞ୍ଜି ଆଣି ତାକୁ ଭଲ ଭାବେ ଟ୍ରେ ରେ ବୁଣି ଦିଅନ୍ତୁ |ବଟନ ଛତୁ କୁ ଅଧିକ ଆଦ୍ରତା ଆବଶ୍ୟକ ହୋଇଥାଏ ତେଣୁ ବୁଣି ସାରିଲା ପରେ ସେଥିରେ ପାଣି ସ୍ପ୍ରେ କରନ୍ତୁ |

- ତାପମାତ୍ରା ସର୍ବଦା ୨୫ ଡିଗ୍ରୀ ମଧ୍ୟ ରେ ରହିବ ଆବଶ୍ୟକ |ସେଥି ପ୍ରତି ଧ୍ୟାନ ଦିଅନ୍ତୁ |ଅଧିକ ତାପମାତ୍ରା ରେ ଛତୁ ମଞ୍ଜି ମରି ଯିବାର ସମ୍ଭାବନ ଅଛି |

-ଏହି ଟ୍ରେ କୁ ବନ୍ଦ ଘର ମଧ୍ୟରେ ଅନ୍ଧାରରେ ରଖନ୍ତୁ ଏବଂ ନିୟମିତ ଦିନକୁ ୨ ଥର ପାଣି ସ୍ପ୍ରେ କରନ୍ତୁ |


-୩ ରୁ ୪ ସପ୍ତାହ ପରେ ଛୋଟ ଛୋଟ ସୁତା ଭଳି ଛତୁ ଚେର ଦେଖିବାକୁ ପାଇବେ |ଛତୁ ଫିମ୍ପି ପରି ହେଲା ଆରମ୍ଭ କଲେ ତାପମାତ୍ରା ୧୨-୧୫ ଡିଗ୍ରୀ ମଧ୍ୟରେ ନିୟନ୍ତ୍ରିତ ହେବ ଆବଶ୍ୟକ |

-ଏହି ସମୟରେ ଛତୁ ଟ୍ରେ ଉପରେ ଆଉ ଅଳ୍ପ ଖତ ମିଶା ମାଟି ଦେଇ ଘୋଡାଇ ଦିଅନ୍ତୁ |ଏହା ଉପରେ ଏକ ଓଦା କପଡା ଘୋଡାଇ ଦେଲେ ଭଲ |ଏହି କପଡା କୁ ସବୁବେଳେ ହାଲ୍କା ଓଦା ରଖିବା ଆବଶ୍ୟକ ତେଣୁ ଏହା ଶୁଖିଗଲେ ପାଣି ସ୍ପ୍ରେ କରିବେ | ଛତୁ ବଢିବା ଆରମ୍ଭ କଲେ ଏହି କପଡା କୁ କାଢି ଦେବେ |

-୩ ରୁ ୪ ସପ୍ତାହ ପରେ ପ୍ରଥମ ଛତୁ ଫଳିବ ଆରମ୍ଭ ହୋଇଥାଏ |ଏହା ସମ୍ପୂର୍ଣ ବଡ ହେଲା ପରେ ଅମଳ କରନ୍ତୁ |ଅମଳ କ୍ଷମ ହେଲେ ଏହାର ଉପର ଭାଗ ଫୁଟିବ ଏବଂ ଏହା ପରେ ତାକୁ ଠିକ ଡେମ୍ଫ ପାଖରୁ କାଟି ଅମଳ କରାଯାଏ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments