1. କୃଷି ବିଶ୍ବକୋଷ

ଧାନ ତଳିର ଯତ୍ନ, ଚାଷୀ ଭାଇମାନେ ଜାଣି ରଖନ୍ତୁ !!!

ଜମିର ଅବସ୍ଥିତି, ଆକାରକୁ ବିବେଚନା କରି କିଛି ଜମିରେ ଧାନ ରୁଆ ଯାଇଥାଏ l କଥାରେ ଅଛି 'ରୁଆ ଧାନ ଥୁଆ', କାରଣ ରୁଆ ହୋଇଥିବା ଧାନରୁ ଭଲ ଅମଳ ମିଳିଥାଏ l ଧାନ ରୋଇବା ପାଇଁ ଭଲ ତଳିର ମଧ୍ୟ ଆବଶ୍ୟକତା ରହିଛି l ଧାନ ତଳି ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ତଳି ଓପାଡିବା ପର୍ଯ୍ୟନ୍ତ ତଳି ଉପରେ ଧ୍ୟାନ ରଖିବା ମଧ୍ୟ ନିତାନ୍ତ ଆବଶ୍ୟକ ଅଟେ l

Sugyan Kumar Nayak
Sugyan Kumar Nayak
Care for Paddy sapling

Care for Paddy sapling

ଜମିର ଅବସ୍ଥିତି, ଆକାରକୁ ବିବେଚନା କରି କିଛି ଜମିରେ ଧାନ ରୁଆ ଯାଇଥାଏ l କଥାରେ ଅଛି 'ରୁଆ ଧାନ ଥୁଆ', କାରଣ ରୁଆ ହୋଇଥିବା ଧାନରୁ ଭଲ ଅମଳ ମିଳିଥାଏ l ଧାନ ରୋଇବା ପାଇଁ ଭଲ ତଳିର ମଧ୍ୟ ଆବଶ୍ୟକତା ରହିଛି l ଧାନ ତଳି ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ତଳି ଓପାଡିବା ପର୍ଯ୍ୟନ୍ତ ତଳି ଉପରେ ଧ୍ୟାନ ରଖିବା ମଧ୍ୟ ନିତାନ୍ତ ଆବଶ୍ୟକ ଅଟେ l 

ଏହି ତଳିଘରା କିପରି ପ୍ରସ୍ତୁତ କରିବା ଉଚିତ ସେ ସମ୍ପର୍କରେ ଜାଣିଲେ ଚାଷୀ ନିଶ୍ଚିତରୂପେ ଲାଭବାନ ହୋଇପାରିବେ । ତଳି କିଆରିକୁ ଭଲଭାବେ କାଦୁଅ କରି ମଇ ଦେଇ ସମତୁଲ କରିବାକୁ ପଡ଼ିବ l ଶେଷ ଓଡ଼ ଚାଷ ସମୟରେ ଶୁଖିଲା ତଳିଘରା ଭଳି ଖତସାର ଦେଇ ମାଟିରେ ମିଶାଇବାକୁ ପଡ଼ିଥାଏ । ଗାଲିଗଜା ଫିଟିଥିବା ଧାନ ବିହନକୁ ତଳିପଟିରେ ବୁଣାଯାଏ । ବିହନରୁ ଅଗାଡ଼ି ବାହାର କରିବା ପାଇଁ ପ୍ରତି ୧ ଲିଟର ପାଣିରେ ୧୬୫ ଗ୍ରାମ ଲୁଣ ମିଶାଇ ଦ୍ରବଣ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଧାନ ବିହନକୁ ଲୁଣ ପାଣିରେ ପକାଇବାକୁ ପଡେ଼। ଏହା ପରେ ପାଣି ଉପରେ ଭାସୁଥିବା ଧାନକୁ ଛାଣି ବାହାର କଲା ପରେ ବୁଡ଼ି ରହିଥିବା ଧାନକୁ ପରିଷ୍କାର ପାଣିରେ ଧୋଇ ବାହାର କରାଯାଏ । ସେହି ଧାନକୁ କୌଣସି ଏକ ପାତ୍ରରେ ୨୪ ଘଣ୍ଟା ପାଣିରେ ଭିଜାଇବାକୁ ହଏ । ଏହା ପରେ ପାଣିରୁ ଉକ୍ତ ଧାନକୁ ଛାଣି ସେଥିରେ ସମ୍ପୂର୍ଣ୍ଣ ପାଣି ନିଗାଡ଼ିବାକୁ ହୋଇଥାଏ । ଏକ ପକ୍କା ଚଟାଣ କିମ୍ବା ମାଟି ଉପରେ ପଲିଥିନ୍ ଜରି ପକାଇ ତା’ ଉପରେ ବିହନ ରଖି ସେଥିରେ ଓଦା ଅଖା ଢାଙ୍କି ଦେବାକୁ ହୁଏ । ଏହା ଦ୍ୱାରା ମଞ୍ଜି ଉଷୁମ ପାଇ ଶୀଘ୍ର ଗଜା ହୁଏ ।

ଏହା ପରେ ଉକ୍ତ ବିହନକୁ କାଦୁଅ ତଳି ପଟିରେ ବୁଣାଯାଏ । ଗୋଟିଏ କଥା ମନେ ରଖିବାକୁ ହୁଏ ଯେ, ବଡ଼ ଗଜା ହେବା ପର୍ଯ୍ୟନ୍ତ ରହିଲେ ବୁଣିବା ସମୟରେ ଗଜା ଭାଙ୍ଗିଯାଏ । ଧାନ ଗଜା ବଢ଼ିଗଲେ ୨-୩ ଇଞ୍ଚ ପର୍ଯ୍ୟନ୍ତ ଠିଆ ପାଣି ବାନ୍ଧି ରଖନ୍ତୁ । ଗଜା ହେବାର ୧୫ ଦିନ ପରେ ୧୦ ଡିସିମିଲ୍‌ ତଳିପଟି ପାଇଁ ୪ କି.ଗ୍ରା. ୟୁରିଆ ସାର ପକାଇବାକୁ ପଡ଼ିଥାଏ । ଫଳରେ ତଳି ହୃଷ୍ଟପୁଷ୍ଟ ହୋଇ ବଢେ଼ । ତଳିକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ତଳି ଉପାଡିବାର ଏକ ସପ୍ତାହ ଆଗରୁ ୧୦ ଡିସିମିଲ୍‌ ତଳି ପଟିରେ ୧୨୦୦ ଗ୍ରାମ କାର୍ବୋଫ୍ୟୁରାନ୍ ବା ୬୦୦ ଗ୍ରାମ ଫୋରାଟ୍ ଜାତୀୟ ଦାନାଦାର ଔଷଧ ପ୍ରୟୋଗ କରିବା ଉଚିତ । ତଳି ଉପାଡିବାର ଦିନକ ପୂର୍ବରୁ ତଳି ପଟିରେ ପାଣି ମଡ଼ାଇବାକୁ ହୁଏ । ଯଦି ତଳିଘରାରେ ଦାନାଦାର ଔଷଧ ପ୍ରୟୋଗ କରାହୋଇନଥିବ ତେବେ, ୧ ମି.ଲି. କ୍ଲୋରୋପାଇରିଫ୍ସ ଔଷଧକୁ ୧ ଲିଟର ପାଣିରେ ଗୋଳାଇ ସେଥିରେ ତଳିର ଚେରକୁ ୮-୧୦ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖି ତଳିକୁ ବିଶୋଧନ କରିଦେବା ଉଚିତ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments