1. କୃଷି ବିଶ୍ବକୋଷ

‘କାଜୁ ସୁରକ୍ଷା’ ଆପ ପ୍ରସ୍ତୁତ କଲା ICMR

କାଜୁ ଚାଷ ଏକ ଖୁବ ଲାଭଦାୟକ ଚାଷ l ଯେଉଁଥିପାଇଁଆପଣ ଠାରେ ଚାଷ କଳାଏ ବର୍ଷ ବର୍ଷ ଧରି ରୋଜଗାର କରିଥାନ୍ତି l ଏହା ଚାଷୀକୁ ଖୁବ ଲାଭ ଦେଇଥାଏ l ଆଉ ଏବେ କାଜୁ ବାଦାମ ଚାଷୀଙ୍କ ପାଇଁ ଆସିଛି ଏକ ବଡ଼ ଖବର ।

Tanushree Mahapatra
Tanushree Mahapatra
Cashew protection app developed by ICMR, image source - pexels.com

Cashew protection app developed by ICMR, image source - pexels.com

କାଜୁ ଚାଷ ଏକ ଖୁବ ଲାଭଦାୟକ ଚାଷ l ଯେଉଁଥିପାଇଁଆପଣ ଠାରେ ଚାଷ କଳାଏ ବର୍ଷ ବର୍ଷ ଧରି ରୋଜଗାର କରିଥାନ୍ତି l ଏହା ଚାଷୀକୁ ଖୁବ ଲାଭ ଦେଇଥାଏ l ଆଉ ଏବେ କାଜୁ ବାଦାମ ଚାଷୀଙ୍କ ପାଇଁ ଆସିଛି ଏକ ବଡ଼ ଖବର ।

ଏଣିକି କାଜୁ ଚାଷୀମାନେ ନିଜ ନିଜର ମୋବାଇଲ ଫୋନରେ କାଜୁ ସୁରକ୍ଷା ଆପକୁ ଇନଷ୍ଟଲ କରି ବିଭିନ୍ନ ପ୍ରକାରର ସହାୟତା ନେଇ ପାରିବେ । ଏବେ କୌଣସି ଛୋଟ କଥା ପାଇଁ ବାରମ୍ବାର ବିଭାଗ ପାଖକୁ ଯିବା ପାଇଁ ପଡ଼ିବନି l ଭାରତୀୟ କୃଷି ଗବେଷଣା ପରିଷଦ ଅଧିନରେ କାର୍ଯ୍ୟ କରୁଥିବା କାଜୁ ଗବେଷଣା ନିର୍ଦ୍ଦେଶାଳୟ, କର୍ଣ୍ଣାଟକ ରାଜ୍ୟ ପକ୍ଷରୁ ଏହି କାଜୁ ସୁରକ୍ଷା ଆପ୍ ପ୍ରସ୍ତୁତ କରାଯାଇଛି । ଯାହା ଏବେ କାଜୁ ଚାଷୀଙ୍କୁ ଅନେକ କିଛି ଜାଣିବା ପାଇଁ ସାହାଯ୍ୟ କରିବ l  

ପ୍ରସ୍ତୁତ ହୋଇଥିବା ଏହି ଆପ ସହାୟତାରେ ଜଣେ ଚାଷୀମାନେ କୀଟ ଓ ରୋଗର ଫଟୋ ଅପଲୋଡ କରିବା ମାତ୍ରକେ ହିଁ ତା’ର ନିରାକରଣ ସମ୍ବନ୍ଧୀୟ ସୂଚନା ଚାଷୀଙ୍କୁ ଆଞ୍ଚଳିକ ଭାଷାରେ ମିଳିପାରିବ । ଯାହାକି ଆଉ ଭାଷା ସହିତ ହଇରାଣ ହେବାକୁ ପଡିବ ନାହିଁ ଚାଷୀଙ୍କୁ l କିଛି ଆଞ୍ଚଳିକ ଭାଷା ଯେପରିକି ଓଡ଼ିଆ, ଇଂରାଜୀ, ହିନ୍ଦି ସମେତ ମୋଟ ୧୧ଟି ଭାଷାରେ ଉପଲବ୍ଧ ସୁବିଧା ରହିଛି ।

ତେବେ ଅଧିକ ସୂଚନା ପାଇବା ପାଇଁ ଚାଷୀମାନେ ସିଧାସଳଖ ବିଶେଷଜ୍ଞଙ୍କ ସହିତ କଥା ହୋଇ ନିଜ ସମସ୍ୟା ଦୂର କରି ପାରିବେ । ବୈଜ୍ଞାନିକମାନେ କୃଷିକ୍ଷେତ୍ରରେ ନିଜର କୃତ୍ରିମ ବୁଦ୍ଧିମତ୍ତାକୁ ଉପଯୋଗ କରି ଅଧିକରୁ ଅଧିକ ଗବେଷଣା ଚଳାଇଛନ୍ତି ଯାହା ଚାଷୀଙ୍କୁ ଅନେକ ସୁବିଧା ଯୋଗାଉଛି ।

ସୂଚନା ଅନୂଯାୟୀ ଓଡ଼ିଶାରେ ଅବସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗବେଷଣା ନିର୍ଦ୍ଦେଶାଳୟର ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପର କନିଷ୍ଠ ବୈଜ୍ଞାନିକ ଡ. କବିତା ସେଠି ଏହି ଆପ ପ୍ରସ୍ତୁତି ଟିମରେ ରହିଥିବା ଜଣାପଡିଛି । ଏହି ଆପରେ ୬୦ଟି କୀଟ, ୨୦ ପ୍ରକାରର ରୋଗ ଏବଂ ୧୦ଟି ପୁଷ୍ଟିସାର ଜନିତ ସମସ୍ୟାକୁ ଅତି ସହଜରେ ଚିହ୍ନଟ କରାଯାଇପାରିବ ବୋଲି ବିଶେଷଜ୍ଞଙ୍କ ଟିମ ପକ୍ଷରୁ କୁହାଯାଇଛି । ପ୍ରାଥମିକ ଅବସ୍ଥାରେ ଏହା ୬ଟି କୀଟ ଏବଂ ଗୋଟିଏ ରୋଗ ଚିହ୍ନଟ କରିପାରୁଥିବା ବେଳେ ଆଗକୁ ଏହାକୁ ବଢ଼ାଇବା ପାଇଁ ବୈଜ୍ଞାନିକମାନେ ଏହା ଉପରେ ଆହୁରି ଗବେଷଣା ଚଳାଇଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments