1. କୃଷି ବିଶ୍ବକୋଷ

ସଫା କରନ୍ତୁ ନିଜ ଖାଦ୍ୟ !

ସଫା କରନ୍ତୁ ନିଜ ଖାଦ୍ୟ !

KJ Staff
KJ Staff

ଫଳ ଓ ପନିପରିବା କୁ କରନ୍ତୁ ବିଷ ମୁକ୍ତ

ବର୍ତମାନ ଲୋକସଂଖ୍ୟା ବୃଦ୍ଧି ପରେ ଉତ୍ପାଦ ବୃଦ୍ଧି ଏବଂ ଶୀଘ୍ର ଅମଳ ଲାଗି ଚାଷୀ ମାନେ ବିଭିନ୍ନ ରାସାୟନିକ ପଦାର୍ଥ ର ବ୍ୟବହାର କରୁଛନ୍ତି |ସେଥି ମଧ୍ୟରୁ ସର୍ବାଧିକ କୀଟନାଶକ ଏବଂ ହର୍ମୋନ ର ବ୍ୟବହାର ଦେଖିବାକୁ ମିଳିଥାଏ |ତେବେ ବଜାର ବା ହାଟ ରୁ ଆଣୁଥିବା ସମସ୍ତ ପନିପରିବା ବା ଫଳ ରେ ଏହି ରାସାୟନିକ ପଦାର୍ଥ ର ଅବଶିଷ୍ଟାଂଶ ଦେଖିବାକୁ ମିଳିଥାଏ |ଚାଷୀ ମାନେ ଉତ୍ପାଦ ବିକ୍ରି କରିବା ର ଖୁବ କମ ଦିନ ମଧ୍ୟରେ ଏହି ରସାୟନ ର ବ୍ୟବହାର କରିଥାନ୍ତି ଯାହା କି ଉତ୍ପାଦ କୁ ନଷ୍ଟ ହେବାକୁ ଦିଏ ନାହିଁ ବା ତାର ରଙ୍ଗ ,ରୂପ କୁ ବୃଦ୍ଧି କରି ଅଧିକ ଆକର୍ଷଣୀୟ କରିଥାଏ ତେଣୁ ବଜାରରେ ଏହି ଶୀଘ୍ର ବିକ୍ରି ହୋଇଥାଏ |

କିନ୍ତୁ ଆପଣ ଜାଣିରଖିବା ଆବଶ୍ୟକ ଯେ ପ୍ରତ୍ୟେକ ରାସାୟନିକ ପଦାର୍ଥ ବ୍ୟବହାର ପରେ ତାହା କେତେ ଦିନ ମଧ୍ୟ ଖାଦ୍ୟ ଯୋଗ୍ୟ ହୋଇଥାଏ ,ସେହି ତଥ୍ୟ ପୂର୍ବରୁ ପରୀକ୍ଷା କରି ଧାର୍ଯ୍ୟ କରାଯାଇଥାଏ |ହେଲେ ଚାଷୀ ମାନେ ସେତିକି ଦିନ ର ବ୍ୟବଧାନ ନ ରଖି ଖୁବ କମ ଦିନ ମଧ୍ୟରେ ଏହାର ପ୍ରୟୋଗ କରି ନିଜ ଉତ୍ପାଦ କୁ ବଜାରରେ ବିକ୍ରି କରିଦେଇଥାନ୍ତି ଏବଂ ଏହି ବିଷ ର ଅବଶିଷ୍ଟାଂଶ ବିଷୟରେ ସାଧାରଣ ମଣିଷ ଜାଣିବା କାଠି କର ପାଠ |ଏହି ରାସାୟନିକ ପଦାର୍ଥ ଗୁଡିକର ବ୍ୟବହାର ଏବଂ ଉତ୍ପାଦ ବିକ୍ରି ମଧ୍ୟ ରେ ଖୁବ କମ ଦିନର ବ୍ୟବଧାନ ରହିଥାଏ ଏବଂ ପ୍ରକାରନ୍ତ ରେ ଏହି ବିଷ ର ଅବଶିଷ୍ଟାଂଶ କୁ କୌଣସି ନା କୌଣସି ଜରିଆରେ ଆମେ ଖାଦ୍ୟ ସହ ଗ୍ରହଣ କରିଥାଉ|ଏହଂ ହିଁ ବର୍ତମାନ ଯୁଗ ରେ ଦେଖାଯାଉଥିବା ବିଭିନ୍ନ କର୍କଟ ରୋଗ ଏବଂ ସ୍ୱାସ୍ଥ୍ୟ ସମସ୍ୟା ର ମୁଖ୍ୟ କାରଣ |

ଆବଶ୍ୟକ ସାମଗ୍ରୀ :

ସ୍ପ୍ରେ ବୋତଲ
ଧଳା ଭିନେଗାର
ଲେମ୍ବୁ ରସ

 

ପ୍ରସ୍ତୁତି ପ୍ରଣାଳୀ :

ଅଧିକାଂଶ ଫଳ ଏବଂ ପନିପରିବା ଲାଗି ୧ କପ ଭିନେଗାର ସହ ୪ କପ ପାଣି ମିଶାଇ ସ୍ପ୍ରେ ବୋତଲ ରେ ଭର୍ତି କରନ୍ତୁ ଏବଂ ଏହା ପରେ ୧ ବଡ ଚାମଚ ଲେମ୍ବୁ ରସ ଏଥିରେ ମିଶାଇ ଏହାକୁ ଭଲ ଭାବେ ବୋତଲ କୁ ହଲାଇ ମିକ୍ସ କରନ୍ତୁ |
ଏହା ପରେ ଫଳ ବା ପନିପରିବା କୁ ଏକ ବଡ ଜାଗା ବାସନ ବା ଥାଳି ରେ ରଖି ,ଏହି ମିଶ୍ରଣ କୁ ଭଲ ଭାବେ ସ୍ପ୍ରେ କରନ୍ତୁ |ଏହାକୁ ୨ ରୁ ୫ ମିନିଟ ଛାଡ଼ିଦିଅନ୍ତୁ |
ଏହା ପରେ ଏହି ଫଳ ବା ପନିପରିବା କୁ ଭଲ ଭାବେ ଘଷି ଟ୍ୟାପ ପାଣି ରେ ଧୋଇ ଦିଅନ୍ତୁ |ଯଦି ପାରୁଛନ୍ତି ଏକ ଛୋଟ ବ୍ରସ ବା ସ୍କ୍ରବ ସାହାଯ୍ୟ ରେ ଏହାକୁ ଘଷି ସଫା କରନ୍ତୁ |

ଯଦି ଶାଗ ଜାତୀୟ ଉତ୍ପାଦ ଏହି ପ୍ରକ୍ରିୟା ରେ ଧୋଉଛନ୍ତି ତେବେ ମାନେ କରିକି ଏଥିରୁ ସମସ୍ତ ପାଣି ଏକ ପେପେର ଟାୱେଲ ସାହାଯ୍ୟରେ ଶୁଖାଇ ଫ୍ରିଜ ରେ ରଖନ୍ତୁ |ଅତ୍ୟଧିକ ଜଳୀୟ ଅଂଶ ଦ୍ୱାରା ଏହି ପରିବା ଶୀଘ୍ର ପଚି ଯାଇଥାଏ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments