Agripedia

ଜାଣନ୍ତୁ, କେମିତି କରାଯାଏ କଫି ଚାଷ....

କଫି ମୁଖ୍ୟତଃ ଆମ ଦେଶର ଦକ୍ଷିଣ ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଏ । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଅଧିକ କଫି ଉତ୍ପାଦିତ ହୁଏ । ସେହିପରି ଆମ ରାଜ୍ୟର କୋରାପୁଟ ଜିଲ୍ଲାରେ ମଧ୍ୟ ଅନେକ ଲୋକ କଫି ଚାଷ କରିଥାନ୍ତି । କଫି ପ୍ଲାଣ୍ଟ ଲଗାଯିବା ପରେ ଏହା ବର୍ଷ ବର୍ଷ ଧରି ଉତ୍ପାଦିତ ହୋଇଥାଏ ।

14 May, 2023 11:00 AM IST By: Priyambada Rana

ଆମ ଦେଶରେ ଅନେକ ଲୋକ ଚା’ ପରେ କଫି ପିଇବାକୁ ଖୁବ୍ ପସନ୍ଦ କରନ୍ତି । ବିଶେଷ କରି କଫି ପିଇବାର କ୍ରେଜ ଯୁବପିଢ଼ୀଙ୍କ ମଧ୍ୟରେ ଖୁବ୍ ଦେଖିବାକୁ ମିଳିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି କଫି କିପରି ଚାଷ କରାଯାଏ? ତେବେ ଆସନ୍ତୁ ଜାଣିବା...

କଫି ମୁଖ୍ୟତଃ ଆମ ଦେଶର ଦକ୍ଷିଣ ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଏ । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଅଧିକ କଫି ଉତ୍ପାଦିତ ହୁଏ । ସେହିପରି ଆମ ରାଜ୍ୟର କୋରାପୁଟ ଜିଲ୍ଲାରେ ମଧ୍ୟ ଅନେକ ଲୋକ କଫି ଚାଷ କରିଥାନ୍ତି । କଫି ପ୍ଲାଣ୍ଟ ଲଗାଯିବା ପରେ ଏହା ବର୍ଷ ବର୍ଷ ଧରି ଉତ୍ପାଦିତ ହୋଇଥାଏ । ଏହାର ଚାଷ ପାଇଁ, ସର୍ବପ୍ରଥମେ କ୍ଷେତର ମାଟି ଖାଲି କରିବା ପାଇଁ ହଳ କରିବା ଉଚିତ୍ । ଜମିକୁ ଭଲ ଭାବେ ହଳ କରିବା ପରେ ତାକୁ ଛାଡ଼ି ଦେବା ଉଚିତ୍ ।ଜମିକୁ ସମତଳ କରିବା ପରେ, ଚାରି କିମ୍ବା ପାଞ୍ଚ ମିଟର ଧାଡି ଏବଂ ଚାରି ମିଟର ଦୂରତା ସହିତ ଛୋଟ ଛୋଟ ଗାତ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତ୍ୟେକ ଧାଡିରେ କଫି ଚାରାକୁ ପୋତି ଦିଅନ୍ତୁ । ଗାତ ପ୍ରସ୍ତୁତ ହୋଇଗଲେ ମାଟିରେ ପର୍ଯ୍ୟାପ୍ତ ପରିମାଣର ଜୈବିକ ସାର ଏବଂ ରାସାୟନିକ ସାର ମିଶାଇ ଅଳ୍ପ ଅଳ୍ପ କରି ଉକ୍ତ ଚାରା ମୂଳରେ ପକାନ୍ତୁ । ଚାରା ମୂଳରେ ଜୈବିକ ସାର ଦେବା ପରେ ଭଲ ଭାବେ ଜଳସେଚନ କରନ୍ତୁ । ଗାତରେ ମାଟି ସଠିକ୍ ଭାବରେ ସ୍ଥିର ହେବା ପାଇଁ, ତା’ପରେ ଗାତକୁ ଆଚ୍ଛାଦନ କରି ଏବଂ ଚାରା ରୋପଣର ଏକ ମାସ ପୂର୍ବରୁ ଗାତ ପ୍ରସ୍ତୁତ କରିବା ଉଚିତ୍ ।

କଫି ଚାଷ ପାଇଁ ଉପଯୁକ୍ତ ତାପମାତ୍ରା-

କଫି ଚାଷ କରିବା ପାଇଁ ୧୫୦ ରୁ ୨୦୦ ସେ.ମି ବର୍ଷା ଯଥେଷ୍ଟ । ଶୀତଦିନେ ଏହା ଚାଷ ପାଇଁ ଉପଯୁକ୍ତ ନୁହେଁ । ଏହାର ଉଦ୍ଭିଦ ଶୀତ ଋତୁରେ ଭଲ ଭାବେ ବଢ଼ି ପାରି ନଥାଏ । ୧୮ ରୁ ୨୦ ଡିଗ୍ରୀ ତାପମାତ୍ରା ଏହାର ଉଦ୍ଭିଦଗୁଡିକର ବୃଦ୍ଧି ପାଇଁ ଅନୁକୂଳ ବିବେଚନା କରାଯାଏ, କିନ୍ତୁ ଏହା ଗ୍ରୀଷ୍ମ ସମୟରେ ସର୍ବାଧିକ ୩୦ ଡିଗ୍ରୀ ଏବଂ ଶୀତ ଋତୁରେ ସର୍ବନିମ୍ନ ୧୫ ଡିଗ୍ରୀ ସହ୍ୟ କରିବାର କ୍ଷମତା ରଖିଥାଏ ।

ଏହା ହେଉଛି ସର୍ବ ପୁରାତନ କଫି-

ଭାରତରେ ଅନେକ ପ୍ରକାରର କଫି ଚାଷ କରାଯାଇଥାଏ ଏବଂ ସେଗୁଡିକ ବିଭିନ୍ନ ପ୍ରକାରର ମାଟିରେ ବୃଦ୍ଧି ପାଇଥାଏ । କେଣ୍ଟ କଫି ଭାରତର ସର୍ବ ପୁରାତନ କଫି ବୋଲି ବିବେଚନା କରାଯାଏ । ଏହା ମୁଖ୍ୟତଃ କେରଳ ରାଜ୍ୟରେ ଉତ୍ପାଦିତ ହୋଇଥାଏ । ଆରବିକା କଫି ଭାରତରେ ଉତ୍ପାଦିତ ସର୍ବୋଚ୍ଚ ଗୁଣାତ୍ମକ କଫି ଭାବରେ ବିବେଚନା କରାଯାଏ । ଏହି କଫି ସମୁଦ୍ର ପତ୍ତନଠାରୁ ୧ହଜାର ରୁ ୧୫ ଶହ ମିଟର ଉଚ୍ଚରେ ଚାଷ କରାଯାଇଥାଏ । ଏହି ପ୍ରକାରର କଫି ମୁଖ୍ୟତଃ ଦକ୍ଷିଣ ଭାରତରେ ଚାଷ କରାଯାଇଥାଏ । ଏହା ବ୍ୟତୀତ ଭାରତରେ ଅନ୍ୟ ପ୍ରକାରର କଫି ମଧ୍ୟ ଚାଷ କରାଯାଏ ।

କେବେ ପିଇଛନ୍ତି କି ଭାଙ୍ଗ ଚା ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)